ଅଧିକ ଲୁଣ ଖାଇବା ଦ୍ୱାରା ଏହି ରୋଗ ହୋଇ ବର୍ଷକୁ ବିଶ୍ୱରେ ମରୁଛନ୍ତି ୩୦ ଲକ୍ଷ ଲୋକ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଖାଦ୍ୟ ଏବଂ ପାନୀୟ ଦ୍ରବ୍ୟରେ ଲୁଣର ଅତ୍ୟଧିକ ବ୍ୟବହାର ହୃଦଘାତ ଏବଂ ବିଭିନ୍ନ ହୃଦରୋଗ ସୃଷ୍ଟି ହୋଇଥାଏ | ଏହି କାରଣରୁ, ଲୋକଙ୍କଠାରେ ହୃଦ୍ ରୋଗ ଏବଂ ହୃଦଘାତର ଅଧିକ ଘଟଣା ସାମ୍ନାକୁ ଆସୁଛି | ଖାଦ୍ୟରେ ସୋଡିୟମ୍ ପରିମାଣକୁ ସୀମିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱବ୍ୟାପୀ ଖରାପ ଖାଦ୍ୟ ଅଭ୍ୟାସ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୧ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥାଏ।

ଏଥିମଧ୍ୟରୁ ୩୦ ଲକ୍ଷ ଲୋକ ଏଥିପାଇଁ ମରିଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ସୋଡିୟମ୍ ଖାଉଥିଲେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଅନେକ ଧନୀ ଦେଶ ଏବଂ ସ୍ୱଳ୍ପ ଆୟକାରୀ ଦେଶରେ ଲୋକମାନେ କାରଖାନା ନିର୍ମିତ ଖାଦ୍ୟ ବା ପ୍ୟାକେଜିଙ୍ଗ ଫୁଡର ବହୁଳ ବ୍ୟବହାର କରୁଛନ୍ତି | ପ୍ୟାକେଜିଙ୍ଗ ଫୁଡ ଭିତରେ ପାଉଁରୁଟି, ପ୍ରକ୍ରିୟାକୃତ ମାଂସ ଏବଂ ପନିର ପରି ଦୁଗ୍ଧଜାତ ଦ୍ରବ୍ୟ ରହୁଛି | ଆଉ ଏଥିରେ ଅଧିକ ସୋଡିୟମ୍ ବ୍ୟବହୃତ ହୁଏ |

ଅଧିକ ସୋଡିୟମ ଖାଇବା ଦ୍ୱାରା ହୃଦଘାତ ସମସ୍ୟା ବଢ଼ିଯାଇଥାଏ | ସୂଚନା ଥାଉ କି ଯେ ସୋଡିୟମ୍ କ୍ଲୋରାଇଡ୍ ହେଉଛି ଲୁଣର ରାସାୟନିକ ନାମ ଏବଂ ସୋଡିୟମ୍ ହେଉଛି ଏକ ଖଣିଜ ପଦାର୍ଥ, ଯାହା ଶରୀରରେ ଜଳ ପରିମାଣକୁ ନିୟନ୍ତ୍ରଣ କରିଥାଏ | ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଲୁଣ ଗ୍ରହଣକୁ ହ୍ରାସ କରିବା ଏବଂ ଲୋକଙ୍କୁ ସଠିକ୍ ଖାଦ୍ୟ ବିକଳ୍ପ ଯୋଗାଇବା ପାଇଁ ନୀତି ପ୍ରସ୍ତୁତ କରାଯିବା ଉଚିତ୍।

ସମ୍ବନ୍ଧିତ ଖବର