ଆପଣଙ୍କ ଶରୀରରେ ‘ଭେନସ୍‌ ହୋଲ୍‌’ ଓ ‘ଆପୋଲୋ ହୋଲ୍‌’ ଅଛି କି ! ଜାଣନ୍ତୁ ଏହାର ଫାଇଦା

କେତେକ ମହିଳା ଓ ପୁରୁଷଙ୍କ ଅଣ୍ଟାର ଟିକେ ତଳକୁ ସମାନ ଅକୃତିର ଦୁଇଟି ଅଗଭୀର ଛିଦ୍ର ଥିବା ଦେଖିବାକୁ ମିଳିଥାଏ। ମହିଳାଙ୍କ ଅଣ୍ଟା ତଳକୁ ଥିବା ଏହି ଚିହ୍ନକୁ ‘ଭେନସ୍‌ ହୋଲ୍‌’ ବୋଲି କୁହାଯାଉଥିବା ବେଳେ ପୁରୁଷଙ୍କ ଅଣ୍ଟା ତଳେ ରହିଥିବା ଏହି ଛିଦ୍ରକୁ କୁହାଯାଏ ‘ଆପୋଲୋ ହୋଲ୍‌’।

ଶରୀରର ଏହି ଛିଦ୍ରକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି ଏହାକୁ ଭାଗ୍ୟବାନ ହେବାର ଲକ୍ଷଣ ବୋଲି କହୁଥିବା ବେଳେ କେହି କେହି ଏହାକୁ ଗର୍ଭଧାରଣ ସମୟରେ ତ୍ରୁଟି ଯୋଗୁଁ ହୋଇଥିବା ବିଶ୍ୱାସ କରିଥାନ୍ତି। ବିଶେଷ କରି ରୋମାନ୍‌ମାନେ ମହିଳାଙ୍କ ଶରୀରରେ ଏହି ଛିଦ୍ରକୁ ସୌନ୍ଦର୍ଯ୍ୟର ଚିହ୍ନ ବା ‘ବିୟୁଟି ମାର୍କ’ ବୋଲି କହିଥାନ୍ତି। ‘ଭେନସ୍‌ ହୋଲ୍‌’ ଓ ‘ଆପୋଲୋ ହୋଲ୍‌’ ରହିଥିବା ମହିଳା ଏବଂ ପୁରୁଷଙ୍କ ସ୍ୱଭାବ କିପରି ସେ ସଂପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଛି।

ଯେଉଁ ମହିଳାଙ୍କ ଶରୀରରେ ‘ଭେନସ୍‌ ହୋଲ୍‌’ ରହିଥାଏ ସେମାନେ ସ୍ୱଭାବରେ ଯୌନାଗ୍ରହୀ ହୋଇଥାନ୍ତି। ସେମାନେ ଅନ୍ୟ ମହିଳାଙ୍କ ଅପେକ୍ଷା ଅଧିକ ସମ୍ବେଦନଶୀଳା। ଯୌନ ସଂସର୍ଗ ପାଇଁ ସେମାନଙ୍କ ଆଗ୍ରହ ସୃଷ୍ଟି କରାଇବାକୁ ପୁରୁଷ ସାଥୀଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ି ନଥାଏ।। ସାଥୀଙ୍କୁ ଖୁସି କରାଇବା ପାଇଁ ନୂଆ ନୂଆ କୌଶଳ ଆପଣେଇବାରେ ଏହି ନାରୀମାନେ ଓସ୍ତାତ।

ମହିଳାଙ୍କ ପରି ‘ଆପୋଲୋ ହୋଲ୍‌’ ଥିବା ପୁରୁଷଙ୍କର ମଧ୍ୟ ସେକ୍ସ୍‍ ପ୍ରତି ଅତ୍ୟନ୍ତ ଆଗ୍ରହ ରହିଥାଏ। ସେମାନେ ସାମାନ୍ୟ ପ୍ରତାରିକ ସ୍ୱଭାବର ହୋଇଥାଆନ୍ତି । ସାଥୀଙ୍କ ପ୍ରତି ସେତେଟା ବିଶ୍ୱସ୍ତ ନୁହଁନ୍ତି। ମାତ୍ର ମିଳନ ସମୟରେ ସାଥୀଙ୍କୁ ସନ୍ତୁଷ୍ଟି ଦେବାର କଳା ବେଶ ଭଲ ଭାବେ ଜଣା ଏମାନଙ୍କୁ।

ସମ୍ବନ୍ଧିତ ଖବର