ସାଧାରଣତଃ ବିବାହ ପରେ ଓଜନରେ ବୃଦ୍ଧି ଘଟିବା ବହୁତ ହିଁ ସ୍ୱଭାବିକ୍। କେବଳ ଏତିକି ନୁହେଁ, ବରଂ ବିବାହ ପରେ ପରେ ଓଜନରେ ବୃଦ୍ଧି ଘଟିବାକୁ ମଧ୍ୟ ଭଲ ସଂକେତ ବୋଲି ମାନାଯାଇଥାଏ। ତେବେ ଏ ନେଇ ଅଧିକତର ଲୋକେ ବିବାହ ପରେ ହେଉଥିବା ଶାରୀରିକ ସମ୍ବନ୍ଧ କାରଣରୁ ଓଜନରେ ବୃଦ୍ଧି ଘଟିଥାଏ ବୋଲି ବିବେଚନା କରିଥାଆନ୍ତି । କିନ୍ତୁ ଏହାର କୌଣସି ସତ୍ୟତା ନାହିଁ। ଏହାର ପଛରେ ଅନ୍ୟ କିଛି କାରଣ ରହିଛି ! ସେଗୁଡ଼ିକ ହେଲା:
୧-ବିବାହ ସମୟରେ ଅଧିକ ସ୍ଲିମ୍ ଏବଂ ସୁନ୍ଦର ଦେଖାଯିବାକୁ ମହିଳାଙ୍କର ଇଛା ରହିଥାଏ। ତେଣୁ ଏହି ଇଛା ପାଇଁ ବିବାହ ସମୟ ପାଖେଇ ଆସୁଥିବା ଦେଖି ମହିଳାମାନେ ନିଜ ଓଜନକୁ ହ୍ରାସ କରିବା ବିଷୟରେ ଚିନ୍ତା କରନ୍ତି। ଯେଉଁଠାରେ କି କିଛି ମହିଳା ଜିମ୍ ଯାଇ ଏକ୍ସରସାଇଜ୍ କରନ୍ତି ତ ଆଉ କିଛି ମହିଳା ଡ଼ାଏଟିଙ୍ଗ ଆପଣାଇଥା’ନ୍ତି। ଯଦି ଥରଟିଏ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଯା’ନ୍ତି ତ, ତେବେ ଶାଶୂଘରେ ନିଜର କାର୍ଯ୍ୟକୁ ନେଇ ଏପରି ବ୍ୟସ୍ତ ରହନ୍ତି ଯେ ନିଜର ଯତ୍ନ ନେବାକୁ ସେମାନଙ୍କ ପାଖରେ ସମୟ ନଥାଏ। ତେଣୁ ବିବାହିତା ମହିଳାଙ୍କ ଓଜନ ବଢ଼ିଥାଏ।
/sambad/media/post_attachments/wp-content/uploads/2018/01/22-arya-nayantara-stills-from-tamil-movie-raja-rani-137699734620-300x225.jpg)
୨-ଏତଦ୍ବ୍ୟତୀତ ଆମ ସମାଜରେ ମଧ୍ୟ ବିବାହ ପରେ ବିବାହିତ ଦମ୍ପତିଙ୍କୁ ସଂପର୍କୀୟମାନଙ୍କ ଘରକୁ ଯାଇ ଖାଇବାର ପରଂପରା ବହୁଦିନରୁ ପ୍ରଚଳିତ ରହିଛି। ଯେଉଁ ପରଂପରା କାରଣରୁ ନବବିବାହିତ ଦଂପତ୍ତିଙ୍କ ଖାଇବାର ଅଭ୍ୟାସରେ ବହୁତ ବଡ଼ ପରିବର୍ତ୍ତନ ଘଟିଥାଏ। ଯେଉଁ କାରଣରୁ ସେମାନେ ପୂର୍ବପେକ୍ଷା ଅଧିକ ଖାଇବାକୁ ଲାଗନ୍ତି, ଯାହାକି ଓଜନ ବୃଦ୍ଧିର ପ୍ରମୁଖ କାରଣ ଅଟେ।
୩- ବିବାହ ପରେ ଓଜନ ବଢ଼ିବାର ଅନ୍ୟ ଏକ କାରଣ ହେଲା, ଦଂପତିଙ୍କ ସୁଖମୟ ଜୀବନ । ତେବେ ଏ ନେଇ ୨୦୧୩ରେ ପ୍ରକାଶିତ ହୋଇଥିବା ଏକ ‘ହେଲ୍ଥ ସାଇକୋଲାଜି ଆର୍ଟିକଲ୍’ରେ ଦର୍ଶାଯାଇଛି କି, ଯେଉଁ ଦଂପତିଙ୍କ ଭିତରେ ଅଧିକ ପ୍ରେମ ଭାବନା ଓ ଉଲ୍ଲାସ ରହିଥାଏ ସେମାନଙ୍କ କ୍ଷେତ୍ରରେ ଓଜନ ଦୃତ ଗତିରେ ବୃଦ୍ଧି ହୋଇଥାଏ।
୪-ଏତଦ୍ବ୍ୟତୀତ ଲୋକଙ୍କ ମଧ୍ୟରେ ଏହା ମଧ୍ୟ ଧାରଣା ରହିଛି ଯେ, ବିବାହ ପରେ ମହିଳାଙ୍କର ହିଁ କେବଳ ଓଜନରେ ବୃଦ୍ଧି ହୁଏ। ଏହାର ଆଦୌ ସତ୍ୟତା ନାହିଁ, କାହିଁକିନା ବିବାହ ପରେ ନା ଯେ କେବଳ ମହିଳାଙ୍କର ଓଜନରେ ବୃଦ୍ଧି ଘଟେ, ବରଂ ପୁରୁଷଙ୍କ ଓଜନରେ ମଧ୍ୟ ବୃଦ୍ଧି ଘଟିଥାଏ ବୋଲି ଏକ ଗବେଷଣାରୁ ପ୍ରମାଣିତ ହୋଇଛି। ତେବେ ଏ ନେଇ ହୋଇଥିବା ଗବେଷଣା ମୁତାବକ୍,ବିବାହର ପ୍ରଥମ ୫ବର୍ଷରେ ମହିଳାଙ୍କ ଓଜନ ହାରାହାରି ଭାବେ ୨୪ ପାଉଣ୍ଡ୍ (୧୧କିଲୋ)ବଢ଼ୁଥିବାବେଳେ,ଏହି ସମୟରେ ପୁରୁଷଙ୍କ ଓଜନ ୩୦ ପାଉଣ୍ଡ୍ ବା (୧୩) କିଲୋ ବୃଦ୍ଧିପାଇଥାଏ।