କହିବାକୁ ଗଲେ ଏମିତି କେହି ନାହିଁ ଯାହାର କେବେ, କେଉଁଠି ବି କେଉଁ ବିପରୀତ ଲିଙ୍ଗ ପ୍ରତି ସମାନ୍ୟତମ ଆକର୍ଷଣ ଆସିନଥିବ। ମଣିଷର ସୃଷ୍ଟି ପ୍ରେମରୁ। ତେଣୁ ପ୍ରେମ କରିବା ମଣିଷର ପ୍ରବୃତ୍ତି। ତେବେ, ଆମେ ଭାବନ୍ତି ଯେ ସବୁ ପ୍ରେମ ଭାଗ୍ୟର ଖେଳ। ମାତ୍ର ସେପରି ହୋଇନଥାଏ। କେତେ ବେଳେ ପରିସ୍ଥିତି ବି ଜଣକୁ ଅନ୍ୟ ଜଣକ ପ୍ରତି ଦୁର୍ବଳ କରିପକାଏ। ଶାରୀରିକ ଆକର୍ଷଣ ଓ ଭାବପ୍ରବଣତା ଆଜିକାଲି ଅଧିକାଂଶ ପ୍ରେମର କାରଣ ପାଲଟୁଛି। ଯଦି ଆପଣଙ୍କୁ କାହା ସହ ପ୍ରେମ ହୋଇଛି ତେବେ ଆସନ୍ତୁ ଜାଣିବା କେଉଁ ମାନସିକତାରୁ ହୋଇଛି।
/sambad/media/post_attachments/wp-content/uploads/2018/02/ccb673baa50bc98ec5e10e68abdb0193_1455868204-300x150.jpg)
ଯେତେବଳେ ସାମ୍ନା ଲୋକେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଯତ୍ନବାନ୍ ହୁଅନ୍ତି ବା ଯେତେବଳେ ଦୁଇ ଜଣଙ୍କ ଚିନ୍ତାଧାରା ବା ଆଚରଣ ପ୍ରାୟତଃ ସମାନ ହୋଇଥାଏ, ସେ ପରିସ୍ଥିତିରେ ପ୍ରେମ ସଂପର୍କଟେ ଗଢ଼ି ଉଠିବା ସ୍ୱାଭାବିକ।
ଉଚ୍ଚତା ବି ବେଳେ ବେଳେ ପ୍ରଭାବ ପକାଏ। ଦୀର୍ଘ ଉଚ୍ଚତା ବିଶିଷ୍ଟ ପୁରୁଷ ବା ନାରୀ ସବୁବେଳେ ଅନ୍ୟକୁ ଆକୃଷ୍ଟ କରାଇଥାଆନ୍ତି।
/sambad/media/post_attachments/wp-content/uploads/2018/02/69bb1d762e98d2736c89cc3ac8e5f61e_1455868216-300x150.jpg)
ଆହୁରି ବି କିଛି କଥା ଅଛି ଯାହା ଅନେକ ସମୟରେ ଅତର ବିଜ୍ଞାପନରେ ଦୃଶ୍ୟମାନ ହୋଇଥାଏ। କେତେ ଜଣ
ଶରୀର ଗନ୍ଧରେ ବି ଆକର୍ଷିତ ହୁଅନ୍ତି।
କେତେକ ଗବେଷଣାରୁ ଜାଣିବାକୁ ମିଳିଛି ଆଖିରୁ ପ୍ରେମ ହେବା ଖୁବ୍ ସହଜ। ଆଖିରେ ହସ ଦିଶେ, ସ୍ନେହ ଦିଶେ ଆଉ ଆକର୍ଷଣ ବି। କେତେକଙ୍କ ଆଖିର ଈସାରା, ଚାହାଣୀ ବି ପ୍ରେମରେ ପକାଇବା ପାଇଁ ଯଥେଷ୍ଟ।
/sambad/media/post_attachments/wp-content/uploads/2018/02/f8f30ba0a940fe80da76cb27b6a36f6d_1455868231-300x150.jpg)
ଏମିତି ଅଧିକାଂଶ ସମୟରେ ଘଟେ। ଆରମ୍ଭରୁ ଜମା ଭଲ ଲାଗୁନଥିବା ବ୍ୟକ୍ତିଙ୍କ ପ୍ରତି ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମ ହୋଇଥାଏ।
କେହି କିଛି ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଲୋକ ହୋଇଥିଲେ ସେମାନଙ୍କ ପ୍ରତି ଆକର୍ଷଣ ଖୁବ୍ ଶୀଘ୍ର ଆସିଥାଏ। ସବୁ କ୍ଷେତ୍ରରେ ସୌନ୍ଦର୍ଯ୍ୟ ନୁହେଁ, ବ୍ୟକ୍ତିତ୍ୱ ହେତୁ ବି ବେଳେ ବେଳେ ପ୍ରେମ ହୋଇଥାଏ।
/sambad/media/post_attachments/wp-content/uploads/2018/02/4d3bc0e44d0af29b5f338056521c0345_1455868264-300x150.jpg)
ଆର୍ଥିକ ସ୍ୱଚ୍ଛଳତା ବି ଆକର୍ଷଣର ଏକ କାରଣ। ସବୁବେଳେ ଅର୍ଥ ଲୋଭୀମାନେ ଯେ ଧନୀକ ଲୋକଙ୍କ ପ୍ରେମରେ ପଡ଼ନ୍ତି ସେପରି ନୁହେଁ, ଉଚ୍ଚ ବଂଶର ପିଲାଙ୍କ ମଧ୍ୟରେ ଥିବା ଆକର୍ଷଣ ବି ପ୍ରେମର କାରଣ ହୋଇଥାଏ।
ସବୁବେଳେ ନିକଟତର ରହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ସଂପର୍କଟି ଗଢ଼ି ଉଠିବା ଅତି ସାଧାରଣ କଥା। ପରସ୍ପରର ଭଲ ମନ୍ଦ ଚିନ୍ତା କରୁ କରୁ କେତେ ବେଳେ ପ୍ରେମ ହୋଇ ସାରିଥାଏ।
/sambad/media/post_attachments/wp-content/uploads/2018/02/1ad9d30500f0aa6096b3efee3bba5421_1455868329-300x150.jpg)
ହସ ସଂକ୍ରାମକ ଏବଂ ଆକର୍ଷକ ବି। ହସ ହସ ମୁହଁର ବ୍ୟକ୍ତିଙ୍କ ପ୍ରତି ପ୍ରେମ ହେବା ଖୁବ୍ ସହଜ। ଏପରିକି ସାଧାରଣ ହସଟିଏ ବି ଭାବପ୍ରବଣ କରାଇପାରେ, ଶାରୀରିକ ଆକର୍ଷଣ ସୃଷ୍ଟି କରାଇପାରେ।
ଗୋଟାଏ ବୃତ୍ତିରେ ରହିଲେ ବି ସହଜରେ ପ୍ରେମ ହୋଇଥାଏ। ଅଧିକାଂଶ ସମୟରେ ଆପଣ ଦେଖିଥିବେ ଯେ କଳାକାର ହୁଅନ୍ତ, ଡାକ୍ତର ହୁଅନ୍ତୁ ବା ଅନ୍ୟ କେହି। ନିଜ ବୃତ୍ତିର ବ୍ୟକ୍ତିଙ୍କ ପ୍ରତି ପ୍ରେମ ଉପୁଜିବା ଆଜିକାଲି ଏକ ସାଧାରଣ କଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/167c848c9a693025905f011a51b4adfd_1455868135_30.jpg)
