କାହିଁକି ଏତେ ଜରୁରୀ କ୍ୟାଲ୍‌ସିୟମ୍‌ ? ଶରୀର ପାଇଁ ଏହା କାହିଁକି ଆବଶ୍ୟକ ଓ କ୍ୟାଲ୍‌ସିୟମ୍‌ହୀନତାରୁ କେଉଁ ରୋଗ ହୋଇଥାଏ ଜାଣନ୍ତୁ….

ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ୩ଟି ରୋଗର ସମ୍ଭାବନା ବଢ଼ିଥାଏ। ଏଥିରୁ ବଞ୍ଚବା ପାଇଁ ଖାଦ୍ୟ ସହ ଏହି ୭ଟି ଜିନିଷ ସାମିଲ୍‌ କରନ୍ତୁ।

ସାଧାରଣତଃ ଲୋକେ ଭାବନ୍ତି କ୍ୟାଲ୍‌ସିୟମ୍‌ହୀନତା ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲ୍‌ସିୟମ୍‌ର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।

 

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ସାଧାରଣତଃ ଏହି ସବୁ ଲକ୍ଷଣ ଦେଖାଦିଏ।

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ସାଧାରଣତଃ ଏହି ସବୁ ଲକ୍ଷଣ ଦେଖାଦିଏ।
ମାଂସପେଶୀ ଟାଇଟ୍‌ ସହ ଦରଜ ହେବା, ନଖ ବାରମ୍ବାର ଛିଣ୍ଡିବା, ଅଣ୍ଟା ଦରଜ ଲାଗି ରହିବା, ନିଦ ନ ହେବା, ଷ୍ଟ୍ରେସ୍‌ ରହିବା।

 

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ନ ଥାଏ। ଏହା ଯୋଗୁଁ ହୃଦ୍‌ଘାତର ଆଶଙ୍କା ବଢ଼ିଯାଏ।

ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଯାଏ। ବାରମ୍ବାର ସର୍ଦ୍ଦି, ଜ୍ୱର ଓ କାଶ ହୋଇପାରେ।

 

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।

କ୍ୟାଲ୍‌ସିୟମ୍‌ର ମାତ୍ରା ଶରୀରରେ ବଢ଼େଇବେ କେମିତି….

ଡାଲି: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୯୭୫ ମି.ଗ୍ରା.

 

ଛେନା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୭୨୧ ମି.ଗ୍ରା.

ସୋୟାବିନ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୨୭୭ ମି.ଗ୍ରା.

 

ବାଦାମ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୨୬୪ ମି.ଗ୍ରା.
ରାଜମା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୪୩ ମି.ଗ୍ରା.

 

କାବୁଲି ଚଣା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୦୫ ମି.ଗ୍ରା.
ଗହମ ଜାତୀୟ ଦ୍ରବ୍ୟ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୦୩ ମି.ଗ୍ରା.

ସମ୍ବନ୍ଧିତ ଖବର