ବ୍ରସ କଲା ପରେ ମଧ୍ୟ କାହିଁକି ପାଟିରୁ ଦୁର୍ଗନ୍ଧ ଆସେ
ଦୈନିକ ଦାନ୍ତ ଘଷିବା ବା ବ୍ରସ କଲା ପରେ ମଧ୍ୟ କିଛି ବ୍ୟକ୍ତିଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ। ଏଥି ପାଇଁ ଅନେକ ସ୍ଥାନରେ ଲୋକଲଜ୍ଜାର ଶିକାର ହେବାକୁ ମଧ୍ୟ ପଡ଼ିଥାଏ। ତେବେ ଏହି ଦୁର୍ଗନ୍ଧ ମୁହଁରେ ଥିବା ବ୍ୟାକଟେରିଆ କାରଣରୁ ହୋଇଥାଏ । ଆପଣ ଜାଣିଛନ୍ତି କି, କିଛି ଖରାପ ଅଭ୍ୟାସ ଏବଂ କିଛି ରୋଗ ଯୋଗୁଁ ମଧ୍ୟ ପାଟିରୁ ଦୁର୍ଗନ୍ଧ ଆସିଥାଏ। ଆସନ୍ତୁ ଜାଣିବା ଏହି ସମସ୍ତ କାରଣ ବିଷୟରେ ।
Sambad is now on WhatsApp
Join and get latest news updates delivered to you via WhatsApp
ମଦ୍ୟପାନ କରିବା ଦ୍ୱାରା ସାଧାରଣତଃ ପାଟିରୁ ଦୁର୍ଗନ୍ଧ ଆସିଥାଏ। ତେବେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ବ୍ରସ କରିଲା ପରେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ଆସିଥାଏ । ମଦ୍ୟପାନ ଦ୍ୱାରା ପାଚନ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ, ଯାହା ଫଳରେ ପାଟିରେ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ । ଅତ୍ୟଧିକ ମାନସିକ ଆଶାନ୍ତି ଦ୍ୱାରା ମଧ୍ୟ ପାଚନ ପ୍ରକ୍ରିୟାରେ ପ୍ରଭାବ ପଡ଼ିଥାଏ । ଯାହା ପାଇଁ ପାଟିରୁ ଆସିଥାଏ ଦୁର୍ଗନ୍ଧ ।
ଋତୁ ବଦଳିବା ସହ ଥଣ୍ଡା କାଶ ହୋଇଥାଏ । ଏହା ସାଧାରଣତଃ ତଣ୍ଟିରେ ସଂକ୍ରମଣ ଯୋଗୁଁ ହୋଇଥାଏ। ଏଥି ପାଇଁ ମୁହଁରେ ବ୍ୟାକଟେରିଆର ପ୍ରଭାବ ବଢ଼ିବା ସହ ପାଟିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥାଏ। ଆପଣ ଜାଣିଛନ୍ତି କି, ଲିଭର ଏବଂ କିଡ଼ନୀ ରୋଗ ପାଟିରୁ ଦୁର୍ଗନ୍ଧ ବାହାରରିବାର ଏକ କାରଣ । ଏସିଡ଼ିଟି କିମ୍ବା ଡ଼ାଏବେଟିସ ରୋଗ ଥିବା ବ୍ୟକ୍ତିଙ୍କ ପାଟିରୁ ଅଧିକ ମାତ୍ରାରେ ଦୁର୍ଗନ୍ଧ ବାହାରିଥାଏ। ପିଆଜ ଏବଂ ରସୁଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରି ଥାଏ ।