ଶାରଦୀୟ ଋତୁରେ ନଅ ରାତି ଧରି ପାଳନ ହେଉଥିବା ନବରାତ୍ରି ହିନ୍ଦୁ ସଂସ୍କୃତିରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଏବର୍ଷ ନବରାତ୍ରୀ ପାଖେଇ ଆସିଲାଣି। ଆପଣ କେଉଁଦିନଠାରୁ ନବରାତ୍ରୀ ଆରମ୍ଭ କରୁଛନ୍ତି? ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏଥର ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।
ନବରାତ୍ରୀ ସମୟରେ ଭକ୍ତମାନେ ଦୁର୍ଗାଙ୍କ ଆଶୀର୍ବାଦ ପାଇବାକୁ ଉପବାସ କରନ୍ତି। ନବରାତ୍ରୀ ସମୟରେ ଉପବାସ ପରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଏ ସେଥିରେ ଦେଶୀ ଘିଅ ମିଶ୍ରଣ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ନବରାତ୍ରୀ ଉପବାସ ସମୟରେ ଦେଶୀ ଘିଅ ଖାଇବା କେବଳ ଏକ ପରମ୍ପରା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପାୟରେ ଲାଭଦାୟକ ଅଟେ। ଘିଅ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଶହ ଶହ ବର୍ଷ ଧରି ବ୍ୟବହୃତ ହୋଇଆସୁଛି। ଦେଶୀ ଘିଅକୁ ପସନ୍ଦ କରାଯିବାର ଗୋଟିଏ କାରଣ ହେଉଛି ଏଥିରେ ବହୁତ ଅଧିକ ଶକ୍ତି ଥାଏ। ଯାହାକି ଶରୀର କ୍ଳାନ୍ତ ଥିଲେ ତାହାକୁ ଦୂର କରି ଦେଇଥାଏ।
ଦେଶୀ ଘି କେବଳ ଖାଲି କ୍ୟାଲୋରୀର ଉତ୍ସ ନୁହେଁ, ଏହା ଏକ ପୁଷ୍ଟିକର ଖାଦ୍ୟ ମଧ୍ୟ। ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏଥିରେ ଭିଟାମିନ୍ ଏ, ଡି, ଇ ଏବଂ କେ ରହିଥାଏ।
ଭଲ ଦୃଷ୍ଟି ଶକ୍ତି ବଜାୟ ରଖିବା ପାଇଁ ଭିଟାମିନ୍ ଏ, ମଜ୍ବୁଥ ହାଡ଼ ପାଇଁ ଭିଟାମିନ୍ ଡି, ଚର୍ମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ଇ ଏବଂ ରକ୍ତ ଜମାଟ ନବାନ୍ଧିବା ପାଇଁ ଭିଟାମିନ୍ କେ ଆବଶ୍ୟକ। ଯାହାକି ଏହି ଦେଶୀ ଘିଅରେ ଉପଲବ୍ଧ।
ନବରାତ୍ରୀ ଉପବାସ ସମୟରେ ଦେଶୀ ଘିଅ ଖାଇବାର ଅନ୍ୟ ଏକ ଲାଭ ହେଉଛି ହଜମ ଉପରେ ଏହାର ସକରାତ୍ମକ ପ୍ରଭାବ। ଉପବାସ ବେଳେବେଳେ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ସୁସ୍ଥ ହଜମକୁ ପ୍ରକ୍ରିୟା ପାଇଁ ଦେଶୀ ଘିଅ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୋଷ୍ଠକାଠିନ୍ୟ ପରି ହଜମ ଜନିତ ସମସ୍ୟାକୁ ରୋକିବାରେ ଏହା ସାହାଯ୍ୟ କରିଥାଏ।