ଅନେକ ଯୁବତୀ ବୟଫ୍ରେଣ୍ଡ୍‌ ଙ୍କୁ ବାହା ହେବାକୁ କାହିଁକି ଚାହାଁନ୍ତିନି

ଆଜିକାଲି ଯୁବତୀମାନେ ନିଜ ମନ ପସନ୍ଦ ଚାକିରି ଓ ବିବାହ ଭଳି ଅଧିକାଂଶ ନିଷ୍ପତ୍ତି ନିଜେ ନେଉଛନ୍ତି। ଏମିତି ବି ଅନେକ ଯୁବତୀ ଅଛନ୍ତି ,ଯେଉଁମାନେ ବେଶ୍‌ କିଛି ବର୍ଷ ଧରି ରିଲେସନ୍‌ସିପ୍‌ ରେ ଥାଇ ବି ବୟଫ୍ରେଣ୍ଡ୍‌ ଙ୍କୁ ବାହା ହେବାକୁ ସହଜରେ ରାଜି ହୁଅନ୍ତି ନାହିଁ। ଏଭଳି କରିବା ପଛରେ ରହିଛି ଏହି ସବୁ କାରଣ …।

ଯେତେବେଳେ ପ୍ରେମରେ ପଡ଼ନ୍ତି,ସେତେବେଳ ଯୁବତୀ କେବଳ ଶାରୀରିକ ଆକର୍ଷଣ ବା ବ୍ୟବହାରକୁ ଗୁରୁତ୍ୱ ଦେଇଥା’ନ୍ତି।ମାତ୍ର ସଂପର୍କ ଆଗକୁ ବଢ଼ିବା ପରେ ଅନେକ ପ୍ରସଙ୍ଗରେ କଂପ୍ରୋମାଇଜ୍‌ କରିଥା’ନ୍ତି। ଏଭଳି ପରିସ୍ଥିତିରେ ସେମାନେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ନ୍ତି। ବିଶେଷ କରି ଯଦି ବୟଫ୍ରେଣ୍ଡ୍‌ ପ୍ରତିଷ୍ଠିତ ନ ହୋଇଥା’ନ୍ତି,ତେବେ ଆର୍ଥିକ ସମସ୍ୟା ଉପୁଜିବାର ଆଶଙ୍କା କରି ତାଙ୍କୁ ବିବାହ କରିବାକୁ ଅରାଜି ଥା’ନ୍ତି।

photo-speakingtree.

ଆଉ କେତେକ ଯୁବତୀଙ୍କ ମନରେ ଆଶଙ୍କା ଥାଏ ଯେ, ବୟଫ୍ରେଣ୍ଡ୍‌ ଙ୍କୁ ବାହା ହେଲେ ପିତାମାତା ଦୁଃଖୀ ହେବେ । ଏଣୁ ପିତାମତାଙ୍କ ମର୍ଜିରେ ବାହା ହେବାକୁ ପସନ୍ଦ କରନ୍ତି।  ସବୁଠୁ ବଡ଼ କାରଣ ହେଲା ଯଦି ପିତାମାତାଙ୍କ ଇଛା ବିରୁଦ୍ଧରେ ଯାଇ ବୟଫ୍ରେଣ୍ଡ୍‌ ଙ୍କୁ ବିବାହା କରନ୍ତି,ଏବଂ ଭବିଷ୍ୟତରେ କିଛି ସମସ୍ୟା ଦେଖା ଦିଏ ,ତେବେ ତା’ର ସମାଧାନ କରିବାକୁ ସେ ଆଉ ବାପା ମାଆଙ୍କୁ କହିପାରିବେ ନାହିଁ। ଏଣୁ ବାପାମାଆଙ୍କ ଦ୍ୱାରା ଚୟନ କରାଯଇଥିବା ଯୁବକଙ୍କ ହାତ ଧରିବା ଶ୍ରେୟସ୍କର ବୋଲି ମନେକରନ୍ତି।
ଜଣେ ଯୁବକର ପ୍ରେମ ପଡ଼ିବା ପରେ ଯେତେବେଳ ଯୁବତୀ ଜଣକ ଅନୁଭବ କରନ୍ତି ଯେ,ସେ ତାଙ୍କ ଷ୍ଟାଟସ୍‌ର ନୁହଁନ୍ତି,ସେତେବେଳେ ସେ ତାଙ୍କୁ ବିବାହ ନ କରିବା ଉଚିତ ବୋଲି ମନେ କରନ୍ତି।

ବେଳେବେଳେ ବୟଫ୍ରେଣ୍ଡ୍‌ ଅଧିକ ପଜେସିଭ୍‌ ଓ କଥା କଥାରେ ରୋକ୍‌ଟୋକ୍‌ କରନ୍ତି। ଏହାକୁ ନେଇ ଗର୍ଲଫ୍ରେଣ୍ଡ୍‌ ଆଶଙ୍କାରେ ରହିଥାନ୍ତି ଯେ ଏହି ଯୁବକଙ୍କୁ ବାହା ହେଲେ ସୁଖୀ ରହିପାରିବେ ନାହିଁ। ଏଣୁ ବୟଫ୍ରେଣ୍ଡ୍‌ଙ୍କୁ ବାହା ନ ହେବା ଉଚିତ ବୋଲି ଭାବନ୍ତି।

ସମ୍ବନ୍ଧିତ ଖବର