ପୂଜା ପୂର୍ବରୁ ଶଙ୍ଖ ବଜାନ୍ତି କାହିଁକି?

ଘରେ ଠାକୁର ପୂଜା କରିବା ପୂର୍ବରୁ ଶଙ୍ଖ ବଜା ଯାଏ। କେତେକ ଲୋକ ସକାଳେସଞ୍ଜେ ଦିଅଁ ପୂଜା କରିବା ପୂର୍ବରୁ ନିୟମିତ ଶଙ୍ଖ ବଜାନ୍ତି। ଶଙ୍ଖ ବଜାଯିବା ବିଷୟରେ ଅନେକ ଲୋକବିଶ୍ୱାସ ଚଳେ।

ପ୍ରାଚୀନ ଭାରତୀୟ ବିଶ୍ୱାସ ଅନୁସାରେ ଅମୃତ ସନ୍ଧାନ ପାଇଁ ଦେବାସୁର ସମୁଦ୍ର ମନ୍ଥନ କରିବାବେଳେ ଶଙ୍ଖ ବାହାରି ଥିଲା। ତେଣୁ ଭାରତୀୟଙ୍କ ପାଇଁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି।

ଅନେକ ଭାରତୀୟ ଦେବାଦେବୀଙ୍କ ହାତରେ ଶଙ୍ଖ ଶୋଭା ପାଉଥିବାରୁ ଭାରତୀୟମାନଙ୍କ ଦୈନନ୍ଦିନ ଜୀବନରେ ଶଙ୍ଖର ଗୁରୁତ୍ୱ ରହିଛି।
ଶଙ୍ଖ ବଜାଇବା ପଛରେ ବିଜ୍ଞାନସମ୍ମତ କାରଣ ମଧ୍ୟ ରହିଛି। ଠିକ୍‌ ଭାବେ ଶଙ୍ଖ ବଜାଇଲେ ଏଥିରୁ ସୃଷ୍ଟି ହେଉଥିବା କମ୍ପନ ଯୋଗୁଁ ଶରୀରୁ ଅନେକ ମାରାତ୍ମକ ଜୀବାଣୁ ମରି ଯାଆନ୍ତି।

ଘରକୁ ଗୋବର ପାଣିରେ ଲିପି ଶୋଧନ କରିବା ପରି ଶଙ୍ଖ ବଜାଇଲେ ମଧ୍ୟ ଘରେ ବସବାସ କରୁଥିବା ଲୋକମାନଙ୍କ ଶରୀରରୁ ରୋଗ ସଂକ୍ରମଣ ହ୍ରାସ ପାଇଥାଏ।

ପୂଜା ପାଇଁ ମନ୍ଦିର ଦ୍ୱାର ଖୋଲିବା ପୂର୍ବରୁ ଶଙ୍ଖ ବଜାଇବା ବିଧେୟ ବୋଲି ବରାହ ପୁରାଣରେ ବର୍ଣ୍ଣିତ ହୋଇଛି। ଶଙ୍ଖନାଦରୁ ଉତ୍ପନ କମ୍ପନ ଯୋଗୁଁ ନକାରାତ୍ମ ଶକ୍ତି ଦୂରେଇ ଯାଇ ସକାରାତ୍ମକ ଶକ୍ତି ଆଧିପତ୍ୟ ବିସ୍ତାର କରେ। ଏହାଛଡ଼ା ଶଙ୍ଖଧ୍ୱନି ଉତ୍ପନ୍ନ ହେଉଥିବା ସ୍ଥାନକୁ ଆଦିଶକ୍ତି ବିଜେ କରନ୍ତି। ସାଧାରଣ ଲୋକଙ୍କ ବିଶ୍ୱାସରେ ଶଙ୍ଖ ବଜାଇବା ଅର୍ଥ ଦେବଦେବୀଙ୍କୁ ପୂଜାସ୍ଥଳକୁ ଆବାହନ କରିବା।

ଏହାଛଡ଼ା ଦେବଦେବୀଙ୍କୁ ସ୍ନାନ କରାଇବା ପାଇଁ ଶଙ୍ଖରୁ ପାଣି ଢଳାଯାଏ। ଶଙ୍ଖକୁ ପୂଜାପୀଠରେ ରଖି ପୂଜା କରାଯାଏ।
ଶଙ୍ଖ ବଜାଇବାର ବିଭିନ୍ନ ବିଧି ଅଛି। ଏ ସବୁ ଅଭିଜ୍ଞ ଲୋକମାନଙ୍କ ଠାରୁ ଶିକ୍ଷା କରିବା ଉଚିତ।

ସମ୍ବନ୍ଧିତ ଖବର