ଛିଡ଼ା ହୋଇ ପିଅନ୍ତୁ ନାହିଁ ପାଣି! ଆଣ୍ଠୁଗଣ୍ଠି ବ୍ୟଥା ଭଳି ଅନେକ ରୋଗ ଆଣିଥାଏ ଏହି ଅଭ୍ୟାସ

ପାଣି ପିଇବା ଶରୀର ପାଇଁ ନିହତି ଆବଶ୍ୟକ। ଶୋଷ ଲାଗିଲେ ଏହାକୁ ମେଣ୍ଟାଇବା ଲାଗି ପାଣିରୁ ଭଲ ଜିନିଷ ଆଉ କିଛି ନ ଥାଏ । ଆମେ ପ୍ରତିଦିନ ପାଣି ପିଉ, କିନ୍ତୁ ଠିକ୍‌ ଶୈଳୀରେ ପାଣି ନ ପିଇଲେ ଆମ ଶରୀର ଉପରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍‌ରେ ୮ ଗ୍ଲାସ୍‌ ପାଣି ପିଇବା ନିହାତି ଆବଶ୍ୟକ।

 

କାହିଁକି ଛିଡ଼ା ହୋଇ ପାଣି ପିଇବା ଅନୁଚିତ୍‌
ଅଧିକାଂଶ ଲୋକଙ୍କର ଛିଡ଼ା ହୋଇ ପାଣି ପିଇବା ଅଭ୍ୟାସ ରହିଛି । ସମସ୍ତେ ଭାବନ୍ତି ଯେ, ଛିଡ଼ା ହୋଇ କିମ୍ବା ବସି ପାଣି ପିଇବାରେ କିଛି ପାର୍ଥକ୍ୟ ନାହିଁ। କିନ୍ତୁ, ନିଶ୍ଚିତ ଭାବେ ଜାଣନ୍ତୁ ଯେ, ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ମାତ୍ରାରେ ଆହାର ବା ପୋଷଣ ମିଳି ନ ଥାଏ। ଯଦି ଆପଣ ପାଣି ସଠିକ୍‌ ଭାବେ ପିଉ ନାହାନ୍ତି ତା’ହେଲେ ଧିରେ ଧିରେ ଏହା ଆପଣଙ୍କ ଶରୀରକୁ ଖୁବ୍‌ ପ୍ରଭାବିତ କରିପାରେ।

 

କ’ଣ କହେ ଆୟୁର୍ବେଦ ?
ଯଦି ଆମେ ବସିକରି ପାଣି ପିଇବା ତେବେ ଅନେକ ଫାଇଦା ପାଇ ପାରିବା। ସେଥିପାଇଁ ଆମ ପୂର୍ବଜମାନେ ସବୁବେଳେ କହି ଆସୁଥା’ନ୍ତି ବସିକି ଖାଆନ୍ତୁ ଓ ବସିକି ପାଣି ପିଅନ୍ତୁ ।

 

ଠିକ୍‌ ଭାବେ ଏହାକୁ ପାଳନ କରନ୍ତୁ
ଯଦି ଠିକ୍‌ ଭାବରେ ପାଣି ପିଆଯାଏ ତା’ହେଲେ ଆମ ଶରୀରରେ ଥିବା ବିଷାକ୍ତ ଜିନିଷକୁ ପାଣି କାଢ଼ିଦିଏ ଓ ସମସ୍ତ ମିନେରାଲ୍ସ୍‌ର ଲାଭ ନେଇ ପାରିଥାଏ। ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି, ଏହା ପ୍ରତିଦିନ ସରିଯାଉଥାଏ ଓ ଏହାର ସ୍ତରକୁ ନିୟମିତ ରଖିବା ପାଇଁ ଆମେ ପାଣି ପିଉଥାଉ, କିନ୍ତୁ ଯଦି ଆପଣ ଠିକ୍‌ ପ୍ରକ୍ରିୟାରେ ପାଣି ନ ପିଅନ୍ତି ତା’ହେଲେ ସମ୍ପୂର୍ଣ୍ଣ ଭାବେ ଏହା ନିୟନ୍ତ୍ରିତ ହୋଇ ନ ଥାଏ।

 

ପାଣି ପିଇବାର ଶୈଳୀ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ
ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ତୁରନ୍ତ ତଳକୁ ଆସିଯାଏ, ଯାହା ଦ୍ୱାରା ଆପଣଙ୍କ ହାଡ଼କୁ କ୍ଷତି ପହଞ୍ଚାଇବା ସହ ଆଣ୍ଠୁ-ଗଣ୍ଠି ଦରଜ ହେବାର ଆଶଙ୍କା ବଢ଼େଇ ଦିଏ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଦୁର୍ବଳ କରିଦିଏ।

 

ବସିକି ପାଣି ପିଅନ୍ତୁ
ସର୍ବଦା ବସକରି ହିଁ ଖାଦ୍ୟ ଖାଆନ୍ତୁ ଓ ପାଣି ପିଅନ୍ତୁ। ଆମ ଶରୀର ଏମିତି ଭାବେ ତିଆରି ହୋଇଛି ଯାହା ଦ୍ୱାରା ଆପଣ ବସିକି ଖାଇଲେ ଓ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ମିଳିଥାଏ । ବୋତଲରେ ହେଉ କିମ୍ବା ଗ୍ଲାସ୍‌ରେ, ବସିକି ପାଣି ପିଇବା ଦ୍ୱାରା ପୋଷକ ତତ୍ତ୍ୱ ମସ୍ତିଷ୍କକୁ ପହଞ୍ଚିଥାଏ ଓ ଏହାର ସକ୍ରିୟତାକୁ ବଢ଼ାଇଥାଏ। ଏହାଦ୍ୱାରା ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ। ବସିକି ପାଣି ପିଇବା ଦ୍ୱାରା ଆହୁରି ଅନେକ ଫାଇଦା ଶରୀରକୁ ମିଳିଥାଏ।

 

ସମ୍ବନ୍ଧିତ ଖବର