ରାତିରେ କାହିଁକି ଏମିତି ଗୀତ ଶୁଣନ୍ତି ଯୁବକ-ଯୁବତୀ!

ସୁଖ ଓ ଦୁଃଖ ଉଭୟ ମୁହୂର୍ତ୍ତରେ ଯଦି କିଛି ମନେ ପଡ଼େ ତାହା ହେଉଛି ସଂଗୀତ। ଦୁଃଖ ଅଧା କରାଇବା ଓ ସୁଖ ଦ୍ୱିଗୁଣ କରାଇବା ପାଇଁ ଏକମାତ୍ର ସଂଗୀତ ହିଁ ତ ସମର୍ଥ। ତାହା ଅଲଗା କଥା ଯେ ନାନା ଲୋକଙ୍କ ଭିନ୍ନ ଲୋକଙ୍କର ଭିନ୍ନ ପସନ୍ଦ। କେହି କେହି ରକ୍‌ ସଙ୍ଗ୍‌ ଶୁଣିବାକୁ ପସନ୍ଦ କରିଥାନ୍ତି ତ କେହି କେହି ଭାବପ୍ରବଣ, ରୋମାଣ୍ଟିକ୍‌, ପୁରୁଣା ଗୀତ ତ ପୁଣି କେହି ନୂଆ। ଅପଣ ନିଶ୍ଚୟ ଜାଣିଥିବେ ଯେ ଗୀତ ଣୁଣିବା ପାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ସମୟ ନଥିଲେ ବି ରାତିରେ ଗୀତ ଶୁଣିବାର ମଜା ନିଆରା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ଯୁବକ-ଯୁବତୀ ରାତିରେ ପ୍ରାୟ ଏକା ପ୍ରକାରର ଗୀତ ଶୁଣିଥାନ୍ତି। ତେବେ ଆସନ୍ତୁ ଜାଣିବା ଯୁବକ-ଯୁବତୀମାନେ ରାତିରେ କେଉଁ ଗୀତ ଶୁଣନ୍ତି ଓ କାହିଁକି।

-କିଶୋର-କିଶୋରୀ ଅର୍ଥାତ ପ୍ରାୟ ୧୫ରୁ ୨୦ ବର୍ଷ ବୟସର ପିଲାମାନେ ରାତି ସମୟରେ ଧୁମ୍‌ଧଡକା ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଏପରିକି ଗୀତ ଶୁଣୁ ଶୁଣୁ ସେଥିରେ ମଜି ନିଜ ଅଜାଣତରେ ନିଜ ପାଦ ବି ଉଠାଇ ଦେଇଥାନ୍ତି। ଏହି ବୟସର ପିଲାଙ୍କ ରକ୍ତ ଅତ୍ୟନ୍ତ ଗରମ ଥିବାରୁ ଏମାନେ ମଉଜ୍‌-ମସ୍ତିରେ ନିଜ ଜୀବନ କାଟି ଦେବାକୁ ଚିନ୍ତା କରିଥାନ୍ତି। ସେମାନଙ୍କ ଭାବନା ସେମାନଙ୍କ ଗୀତ ପସନ୍ଦରେ ପ୍ରତିଫଳିତ ହୋଇଥାଏ।

-ପ୍ରାପ୍ତ ବୟସ୍କ ହେବା ପରେ କିନ୍ତୁ ରୁଚି ବଦଳିଯାଏ। କେହି କେହି ରୋମାଣ୍ଟିକ୍‌ ହୋଇଯାଆନ୍ତି ତ କେହି କେହି ଭାବପ୍ରବଣ ହୋଇଯାଆନ୍ତି। ସେମାନେ ଗୀତର ଶବ୍ଦ ସହ ନିଜ ଜୀବନର ସାମଞ୍ଜସ୍ୟ ଖୋଜନ୍ତି। ହସନ୍ତି, କାନ୍ଦନ୍ତି ଏପରିକି ଗୀତ ଶୁଣି ଶୁଣି ଭବିଷ୍ୟତ ଯୋଜନା ବି କରନ୍ତି। ରାତି ଏକ ନିରୋଳା ମୁହୂର୍ତ୍ତ ହୋଇଥିବାରୁ ଗୀତରେ ନିଜକୁ ଶହେ ପ୍ରତିଶତ ବୁଡେଇ ଦେବାର ସୁଯୋଗଟିଏ ହାତରେ ଥାଏ। ସେ ସମୟରେ ଯୁବକ-ଯୁବତୀ ଗୀତ ଶୁଣି ସମୟ କାଟିଦେବାକୁ ପସନ୍ଦ କରନ୍ତି।

-ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ଯୁବକ-ଯୁବତୀ ରାତି ସମୟରେ ଦେଶାତ୍ମକବୋଦ୍ଧ ଗୀତ ମଧ୍ୟ ଶୁଣନ୍ତି। ତେବେ, ଏ ଧରଣର ଗୀତର ପ୍ରଭାବ ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ସମୟରେ ବିଶେଷ ରହିଥାଏ। ଏହବ୍ୟତୀତ ସାମାନ୍ୟ ଦୁଃଖ ଥିଲେ ଭଜନ ଶୁଣିବା ପାଇଁ ମଧ୍ୟ ମନ କହିଥାଏ।

-ଆଗକୁ ବିବାହ ହେବାର ଥିଲେ କିମ୍ବା ନୂଆ କରି ପ୍ରେମରେ ପଡ଼ିଥିଲେ ନୂଆ ନୂଆ ପ୍ରେମ ଗୀତ କିମ୍ବା ରସିକିଆ ଗୀତ ଆଡ଼େ ମନ ଯାଏ। କେଉଁ ଗୀତ ସାଥୀଙ୍କୁ ଉତ୍ସର୍ଗ କରି ହେବ ତା’ର ଖୋଜ୍‌ରେ ରହିବା ନିତିଦିନିଆ କାମ ପାଲଟିଯାଏ।

– ଯେତେ ପ୍ରକାରର ଗୀତ ରହିଛି ପ୍ରତାରଣାପୂର୍ଣ୍ଣ ଗୀତର ଚାହିଦା କିନ୍ତୁ ଖୁବ୍‌ ବେଶି। ସାଧାରଣତଃ ଯୁବକ-ଯୁବତୀମାନେ ରାତିରେ ପ୍ରତାରଣପୂର୍ଣ୍ଣ ଗୀତ ଶୁଣିଥାନ୍ତି। ସେପରି କୌଣସି ମାନେ ନାହିଁ ଯେ କେବଳ ପ୍ରତାରଣା ପାଇଥିବା ବ୍ୟକ୍ତିି ହିଁ ଏପରି ଗୀତ ଶୁଣିଥାନ୍ତି। ହଁ, ଏକଥା ନିଶ୍ଚୟ କହିପାରନ୍ତି ଯେ ନିଜ ପରିସ୍ଥିତି ସହ ଖାପ ଖାଉଥିବା ଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି।

ସମ୍ବନ୍ଧିତ ଖବର