ଅନ୍ୟର ହୃଦୟକୁ ଜିତିବାକୁ ହେଲେ ଆପଣାନ୍ତୁୁ ଏହି ଉପାୟ!

ସାଧାରଣତଃ ଆମେ ଜୀବନରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚାହିଁଥାଉ ବା ତାଙ୍କର ହୃଦୟରେ ନିଜ ପାଇଁ ଏକ ଜାଗାଟିଏ ସୃଷ୍ଟି କରିବାକୁ ଚାହିଁଥାଉାତେଣୁ ଯଦି ଆପଣ ବି ଅନ୍ୟର ହୃଦୟକୁ ଜିତିବାକୁ ଚାହୁଁଛନ୍ତି ତ,ତେବେ ଆଜି ଆମେ ଆପଣଙ୍କୁ ଅନ୍ୟର ହୃଦୟକୁ କିଭଳି ଭାବରେ ଜିତା ଯାଇଥାଏ,ସେନେଇ କେତେକ ଉପାୟ ବିଷୟରେ ଜଣାଇବୁ,ଯେଉଁ ଉପାୟର କି ଉପଯୋଗ କରି ଆପଣମାନେ ଅତି ସହଜରେ ହିଁ ଅନ୍ୟର ହୃଦୟକୁ ଜିତିପାରିବେ!
୧-ଆପଣମାନେ କେବେ ବି କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ,କାହିଁକିନା ଏହି ଯୁକ୍ତିତର୍କ ଝଗଡ଼ାର ରୂପ ନିଏ ଏବଂ ଆପଣଙ୍କ ସଂପର୍କରେ ଫାଟ ସୃଷ୍ଟି କରିଥାଏ।ତେଣୁ ଆପଣ ଯେଉଁଠି ଦେଖୁଛନ୍ତି କି ଆପଣଙ୍କର ସାମାନ୍ୟ ଯୁକ୍ତିତର୍କ ଆପଣଙ୍କର ବନ୍ଧୁତ୍ୱକୁ ଶେଷ କରିଦେବ ବୋଲି,ସେଠାରେ ଆପଣ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ, ବରଂ ସେଠାରେ ଆପଣ ଦୁହେଁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୁଅନ୍ତୁ ଏବଂ ଯୁକ୍ତିତର୍କ ଠାରୁ ଓହରି ଯାଆନ୍ତୁ।
୨-ଆପଣ କେବେହେଲେ ବି ଅନ୍ୟକୁ ଭୁଲ୍‌ ବୋଲି କୁହନ୍ତୁ ନାହିଁ,କାହିଁକିନା ଏହା ଦ୍ୱାରା ତାଙ୍କ ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।ଏତଦ୍‌ବ୍ୟତୀତ ଉକ୍ତ ବ୍ୟକ୍ତିଜଣକ ଆପଣଙ୍କ ଉପରେ ରାଗ ମଧ୍ୟ ରଖିଥାଏ।ତେଣୁ ଆପଣ ତାଙ୍କୁ ତାଙ୍କର କାମକୁ ନେଇ ଏପରି କିଛି କଥାକୁ କୁହନ୍ତୁ ,ଯେପରିକି ସେ ଆଗକୁ ସେହି କାମରେସଫଳତା ପାଇପାରିବେ,ଯାହାକି ତାଙ୍କ ହୃଦୟରେ ଆପଣଙ୍କ ପାଇଁ ଜାଗାଟିଏ ବନେଇ ହିଁ ଦେବ।

photo-healthyypuhealthlove.com

୩-ଆପଣ କେବେ ବି ଅନ୍ୟକୁ ଅର୍ଡ଼ର ଦିଅନ୍ତୁ ନାହିଁ ବରଂ ତାଙ୍କୁ ବିନମ୍ରତାର ସହିତ ପ୍ରଶ୍ନ କରନ୍ତୁ ,ଯାହାକି ପଜିଟିଭ୍‌ ପ୍ରଭାବ ପକାଇଥାଏ।
୪-ଏଥିସହିତ ଆପଣ ସର୍ବଦା ଲୋକଙ୍କୁ ତାଙ୍କର ନାମ ଦ୍ୱାରା ହିଁ।ମନେରଖନ୍ତୁ।ଏହାଦ୍ୱାରା ଆପଣ ଅନ୍ୟର ହୃଦୟରେ ନିଜ ଲାଗି ସ୍ଥାନଟିଏ ବନାଇପାରିବେ।
୫-ଏତଦ୍‌ବ୍ୟତୀତ ଆପଣ ଅନ୍ୟର ଆଗ୍ରହ ବିଷୟରେ ଆଗ କରି କଥା ହୁଅନ୍ତୁ ନାହିଁ କି ନିଜର ଆଗ୍ରହ ବିଷୟରେ…।ଏହା ଦ୍ୱାରା ଆପଣ ଅତି ସହଜରେ ହିଁ ଅନ୍ୟର ହୃଦୟରେ ନିଜପାଇଁ ଏକ ସ୍ଥାନକୁ ବନାଇପାରିବେ!

ସମ୍ବନ୍ଧିତ ଖବର