ଶୀତ ଦିନେ ଏମିତି ନିଅନ୍ତୁ ଯତ୍ନ, ଚମକିବ ଆପଣଙ୍କ ତ୍ୱଚା

ଶୀତଦିନେ ତ୍ୱଚାର ପ୍ରାକୃତିକ ଉପଚାର କରନ୍ତୁ। ଶୁଷ୍କ ତ୍ୱଚା: ସମାନ ପରିମାଣର ଆଲ୍‌ମଣ୍ଡ୍‌ ଓ ଆପ୍ରିକଟ୍‌ ବାଟି, ଚନ୍ଦନ ତେଲରେ ମିଶାଇ ମୁହଁରେ ବୋଳନ୍ତୁ। ଏକ ଘଣ୍ଟା ପରେ ସାଧାରଣ ପାଣିରେ ଧୁଅନ୍ତୁ। ପ୍ରତି ଦିନ ଏ ପରି କରନ୍ତୁ। ତୈଳାକ୍ତ ତ୍ଵଚା: ଦୁଇ ଚାମଚ କମଳା ଚୋପା ଗୁଣ୍ଡ, ଏକ ଚାମଚ ଆଲ୍‌ମଣ୍ଡ୍‌ ଗୁଣ୍ଡ, ଏକ ଚାମଚ ଓଟ୍‌ମିଲ୍‌, ଏକ ଚାମଚ ମହୁ ଏବଂ ଅଳ୍ପ ଗୋଲାପ ଜଳ ଭଲ ଭାବେ ମିଶାଇ ମୁହଁରେ ଧୀରେ ଧୀରେ ଦଶ ମିନିଟ୍‌ ମାଲିସ କରି, ଥଣ୍ଡା ପାଣିରେ ଧୁଅନ୍ତୁ। ଦିନେ ଛାଡ଼ି ଦିନେ ଏହି ଉପଚାର କରନ୍ତୁ। ସାଧାରଣ ତ୍ୱଚା: ଗୋଲାପ ଜଳରେ ମୁହଁ ସଫାକରି, ଆଖି ତଳ, ଗାଲ ଓ ବେକରେ ପ୍ରଥମେ ଆଲ୍‌ମଣ୍ଡ୍‌ ତେଲ ମାରନ୍ତୁ। ତିନିଟି ପାଚିଲା ଡିମିରି, ଏକ ଚାମଚ ଅଟା, ଅଧ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଓ ଗୋଟିଏ ଅଣ୍ଡା ଏକାଠି ଫେଣ୍ଟି, ମୁହଁ ଏବଂ ବେକରେ ଦଶ ମିନିଟ୍‌ ମାଲିସ କରି, ଧୋଇଦିଅନ୍ତୁ। ଦିନେ ଛାଡ଼ି ଦିନେ ଏ ପରି କଲେ, ତ୍ୱଚା ସୁରକ୍ଷିତ ରହିବ।

ସମ୍ବନ୍ଧିତ ଖବର