ଶୀତ ଦିନେ କିପରି ନେବେ ଓଠର ଯତ୍ନ, ଆସନ୍ତୁ ଜାଣିବା

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଘରୋଇ ଉପଚାର କରନ୍ତୁ, ଓଠ ଫାଟିବ ନାହିଁ ବରଂ ନରମ ରହିବ। ଓଠରେ ମହୁ, ନଡ଼ିଆ ତେଲ କି˚ବା ଅଲିଭ୍‌ ତେଲ ଲଗାନ୍ତୁ। ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ। ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କି˚ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ବାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ। ଗୁଡ଼ରେ ଅଲିଭ୍‌ ତେଲ ଓ ମହୁ ଫେଣ୍ଟି ଲଗାଇପାରିବେ। ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ବାରା ଓଠ ଫାଟିବା କମେ। ତେବେ, ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳ ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ। ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଜଳଶୁଷ୍କତା ପ୍ରତି ଦିନ ଓଠରେ ଥରେ, ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ବାରା ଓଠକୁ ଆର୍ଦ୍ର ରହିବ, ଫାଟିବ ନାହିଁ।

ସମ୍ବନ୍ଧିତ ଖବର