ଅନେକ ଲୋକ ଭାବନ୍ତି ଯେ ପ୍ରବଳ ଥଣ୍ଡା ଅନୁଭୂତି ହେଉଥିଲେ ଦୁଇ ପେଗ୍ ରମ୍, ହୁଇସ୍କି ବା ଭୋଡକା ନେଲେ ଦେହ ଗରମ ହୋଇଯିବ । ଏହା ମନେ କରି ବହୁ ନିଶାସକ୍ତ ବ୍ୟକ୍ତି , ଏପରିକି ଆଦୌ ମଦ ଛୁଉଁ ନଥିବା ଲୋକେ ବି ମଦ୍ୟପାନ କରିବାକୁ ଆଗେଇ ଆସନ୍ତି । କିନ୍ତୁ ଏହା ପ୍ରକୃତରେ ନିଜ କାମରେ ଆସେ ନାହିଁ, ଏକଥା କ’ଣ ଆପଣ ଜାଣନ୍ତି ।
ହୃଦ୍ରୋଗ ବିଶେଷଜ୍ଞଙ୍କ ମତ ଏ କ୍ଷେତ୍ରରେ କ’ଣ ଜାଣିବାକୁ ଚାହାଁନ୍ତି ?
ଜଣେ ବରିଷ୍ଠ ବିଶେଷଜ୍ଞ ଡା ପି.କେ. ଗୋୟଲଙ୍କ ଅନୁଯାୟୀ ଦୁଇ ପେଗ୍ ରମ୍, ହୁଇସ୍କି ବା ଭୋଡକା ପିଇଲେ ଶରୀର କିଛି ସମୟ ପାଇଁ ଗରମ ହୋଇଯାଏ, କିନ୍ତୁ ପରେ ଅକସ୍ମାତ୍ ମଧୁମେହ ଓ ରକ୍ତଚାପ ବଢିଯିବାର ଆଶଙ୍କା ବଢିଯାଏ । ଏଣୁ ଯେଉଁମାନେ ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ, ସେମାନେ ଏ ଦୃଷ୍ଟିରୁ ଶୀତ ଋତୁରେ ମଦ୍ୟପାନରୁ ନିବୃତ୍ତ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି ।
ଶୀତ ଋତୁରେ ମଧୁମେହ, ହୃଦ୍ରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେ ରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଶୀତ ଋତୁରେ ତୈଳ, ଘିଅ ଓ ଲହୁଣୀ ଜାତୀୟ ପଦାର୍ଥ ସେବନରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥାଏ । ନିଜକୁ ଗରମ କରିବା ପାଇଁ ପ୍ରତ୍ୟହ ବ୍ୟାୟାମ କରିବା ଏକାନ୍ତ ଆବଶ୍ୟକ ବୋଲି ଚିକିତ୍ସକମାନେ ପରାମର୍ଶ ଦିଅନ୍ତି । ମଦ୍ୟପାନ ସଂପୂର୍ଣ୍ଣ ତ୍ୟାଗ କରିବା ଉଚିତ ।
/sambad/media/post_attachments/wp-content/uploads/2017/12/salt.foodhallonline.com_-300x200.jpg)
ଶୀତ ଋତୁ ରେ ଲୁଣ ମଧ୍ୟ କମ୍ ଖାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଚିକିତ୍ସିକ । କାରଣ ଶୀତ ଋତୁରେ ଶରୀରରୁ କମ୍ ପରିମାଣରେ ଝାଳ ନିଷ୍କାସିତ ହୋଇଥାଏ । ଏହା ଫଳରେ ରକ୍ତଚାପର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଲୁଣର ପ୍ରୟୋଗ କମ୍ କରିବା ଆବଶ୍ୟକ ଯେ ରକ୍ତଚାପ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ବଢିଯାଇଥାଏ ।