ଜାଣନ୍ତୁ ଶୀତ ଦିନ‌େ କିପରି ନେବେ ନିଜ ତ୍ବଚାର ଯତ୍ନ

ମଣିଷର ତ୍ବଚାରୁ ଜଣାପଡ଼େ ସ୍ବାସ୍ଥ୍ୟର ଅବସ୍ଥା। ଯାହାର ତ୍ବଚା ଯେତେ ସୁସ୍ଥ ଦିଶୁଥାଏ ସେ ମଣିଷ ସେତେ ସୁସ୍ଥ ବୋଲି ଆମେ ଅନୁମାନ ଲଗାଇ ପାରିବା। ‌ମାତ୍ର ଶୀତ ଦିନେ ତ୍ବଚା ସାଧାରଣତଃ ଅନ୍ୟ ଦିନମାନଙ୍କ ଅପେକ୍ଷା ଟିକେ ରୁକ୍ଷ ଦିଶିଥାଏ, ଯାହାର ଯତ୍ନ ନେବା ଅଧିକ ଲୋଡ଼ା ପଡ଼ିଥାଏ। ଚାଲନ୍ତୁ ଜାଣିବା ଶୀତ ଦିନମାନଙ୍କରେ ତ୍ବଚାର ଯତ୍ନ କିପରି ନେବା।

ତ୍ବଚା ରୁକ୍ଷ ନ ଦିଶିବା ପାଇଁ ଆପଣମାନେ ପ୍ରାୟ ସମସ୍ତ ବଡି ଲୋସନ ତ ନିଶ୍ଚୟ ବ୍ୟବହାର କରୁଥିବେ। ମାତ୍ର ମନେରଖନ୍ତୁ ତା’ଠାରୁ ବେଶି ଫଳ ମିଳିବ ଯଦି ଆପଣ ଆପଣଙ୍କ ଗାଧୋଇବା ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ୍‌ ମିଶାନ୍ତି। ସାମାନ୍ୟ ନଡ଼ିଆ ତେଲ୍‌ ମିଶ୍ରଣ କରି ସେହି ପାଣିରେ ଗାଧୋଇଲେ ତ୍ବଚା ତେଲିଆ ଦିଶେ।

HerZindagi

ଶୀତ ଦିନେ ଅଧିକାଂଶ ଲୋକ ଗରମ ପାଣି କରି ଗାଧୋଇ ଥାଆନ୍ତି। ମାତ୍ର ସେପରି ନ କଲେ ଭଲ। କାହିଁକି ନା, ଗରମ ପାଣି ତ୍ବଚାକୁ ରୁକ୍ଷ କରିପକାଏ। ଆପଣ ଥଣ୍ଡା ପାଣିରେ ‌ଯେତେ ଗାଧୋଇବେ ସେତେ ଭଲ।

ଗାଧୋଇବା ପୂର୍ବରୁ ଦେହରେ ମହୁ ଓ ଗ୍ଲିସେରିନ୍‌ ମିଶ୍ରଣ କରି ଲଗାନ୍ତୁ। କିିଛି ସମୟ ରଖି ତା’ପରେ ଗାଧାନ୍ତୁ। ତ୍ବଚା ସୁସ୍ଥ ରହିବ।

ଶୀତ ଦିନେ ଦେହରେ ହଳଦୀ ନ ଲଗାଇଲେ ଭଲ। ହଳଦୀ ତ୍ବଚାକୁ ଶୁଷ୍କ କରିପକାଏ।

ସମ୍ବନ୍ଧିତ ଖବର