କ’ଣ ଯୁବତୀମାନେ ଆପଣଙ୍କୁ ପସନ୍ଦ କରୁ ନାହାନ୍ତି କି? ଜାଣନ୍ତୁ କାହିଁକି….

ଏହି ୫ ପ୍ରକାର ଯୁବକଙ୍କୁ ପସନ୍ଦ କରନ୍ତି ନାହିଁ ଯୁବତୀମାନେ

ଯେଉଁ ଯୁବକମାନେ ସବୁବେଳେ ଫିଟ୍‌ ରୁହନ୍ତି ଓ ଯେଉଁମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥାଏ, ଯୁବତୀମାନେ ସେମିତି ଯୁବକଙ୍କୁ ପସନ୍ଦ କରନ୍ତି। କିନ୍ତୁ ଏଥିପ୍ରତି ଯେଉଁ ଯୁବକମାନେ ଧ୍ୟାନ ଦେଇନଥା’ନ୍ତି ଯୁବତୀମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଯଦି କୌଣସି ଯୁବତୀ ଜୀବନସାଥୀ କିମ୍ବା ବୟଫ୍ରେଣ୍ଡ୍‌ ଖୋଜନ୍ତି ସେ ପ୍ରଥମେ ଦେଖନ୍ତି ଯୁବକ ସ୍ୱାସ୍ଥ୍ୟବାନ କି, ନୁହଁନ୍ତି। ତେଣୁ ଯୁବକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଡାକ୍ତରଙ୍କ କହିବା ଅନୁସାରେ, କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଯୁବକମାନଙ୍କୁ ଯୁବତୀମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଏମିତି ପରିସ୍ଥିତି ଆସିବା ପୂର୍ବରୁ ସମୟ ଅନୁସାରେ ସେ ସମସ୍ୟାକୁ ଠିକ୍‌ କରି ଦିଅନ୍ତୁ। ପୁଣି ଯୁବତୀମାନେ ଆପଣଙ୍କୁ ପସନ୍ଦ କରି ବସିବେ। ଜାଣନ୍ତୁ ଏହି ୫ଟି ସ୍ୱାସ୍ଥ୍ୟ ସମସ୍ୟା କ’ଣ….

 

ପେଟ ବାହାରିଥିବା ଯୁବକ: ଯେଉଁମାନଙ୍କ ପେଟ ଅଧିକ ବାହାରିଥାଏ ବା ଯେଉଁମାନେ ଅଳସୁଆ, ତାଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି।

 

ଘୁଙ୍ଗୁଡ଼ି ମାରୁଥିବା ଯୁବକ: ଯୁବକମାନଙ୍କର ଘୁଙ୍ଗୁଡ଼ି ଯୁବତୀମାନଙ୍କର ପସନ୍ଦ ଆସିନଥାଏ। ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି ନାହିଁ ତାଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରନ୍ତି।
ଶରୀରରୁ ଦୁର୍ଗନ୍ଧ ବାହାରୁ ଥିବା ଯୁବକ: ଯେଉଁ ଯୁବକମାନେ ଶରୀରକୁ ପରିସ୍କାର ପରିଚ୍ଛନ୍ନ ରଖିବାରେ ଧ୍ୟାନ ଦେଇ ନ ଥା’ନ୍ତି ବା ଯେଉଁମାନଙ୍କ ଶରୀରରୁ ଅଧିକ ଦୁର୍ଗନ୍ଧ ବାହାରୁଥାଏ ସେମାନଙ୍କଠୁ ଯୁବତୀମାନେ ଦୂରେଇ ଯାଆନ୍ତି।
ହଳଦିଆ ପଡ଼ିଥିବା ଦାନ୍ତ: ଯେଉଁ ଯୁବକମାନଙ୍କ ଦାନ୍ତ ହଳଦିଆ ଦେଖା ଦେଉଥାଏ, ତାଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି। ଯେଉଁ ଯୁବକମାନଙ୍କ ଦାନ୍ତ ସଫା, ମଜବୁତ୍‌ ଓ ଚମକ୍‌ଦାର୍‌ ହୋଇଥାଏ ଏମିତି ଯୁବକମାନଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରନ୍ତି।
ଖରାପ କେଶ ଥିବା ଯୁବକ: ଯେଉଁ ଯୁବକମାନଙ୍କ ରୁପି କିମ୍ବା କେଶ ଝଡ଼ିବାର ସମସ୍ୟା ଥାଏ, ସେମିତିକା ଯୁବକମାନଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି।
ସମ୍ବନ୍ଧିତ ଖବର