ଗର୍ଭପାତ ଏକ କଷ୍ଟଦାୟକ ପ୍ରକ୍ରିୟା। ଜଣେ ମହିଳା ଗର୍ଭପାତ କରିବା ପରେ ସଂପୂର୍ଣ୍ଣ ରୂପେ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ହେବାଲାଗି ଢ଼େର ସମୟ ଲାଗିଥାଏ। ଯଦି ଗର୍ଭ ରହିବାର ମାସକ ଭିତରେ ପ୍ରାକୃତିକ ଉପାୟରେ ଗର୍ଭପାତ କରାଯାଏ, ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ସମ୍ଭାବନା କମ୍। ଯଦି କୌଣସି ୩୫ ବର୍ଷରୁ କମ୍ ବୟସ୍କା ମହିଳା ଗର୍ଭବତୀ ହୁଅନ୍ତି, ତେବେ ତାଙ୍କର ଗର୍ଭପାତର ସମ୍ଭାବନା ମାତ୍ର ୧୦ ରୁ ୧୫ ପ୍ରତିଶତ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ତିନି ମାସ ଭିତରେ ଗର୍ଭପାତର ସମ୍ଭାବନା ଅଧିକ ଥିବା ହେତୁ ସାଧାରଣତଃ ଏହା ପୂର୍ବରୁ ଗର୍ଭବତୀ ହେବା କଥାକୁ ଗୋପନୀୟ ରଖିବାକୁ କୁହାଯାଇଥାଏ। କାରଣ ଯଦି ଗର୍ଭପାତ ହୁଏ ତେବେ ନାରୀ ଭୀଷଣ ମାନସିକ ତଥା ଶାରୀରିକ ଯାତନା ଭୋଗିଥାଏ। ଗର୍ଭପାତପରେ ଶରୀର କ୍ଷଣକାୟ ହୋଇଯାଏ। ଏହାଛଡ଼ା ଦୁର୍ବଳତାରୁ ମୁକ୍ତି ପାଇବା ଲାଗି ସମୟ ଲାଗିଥାଏ। ଏହି ସମୟରେ ଯୌନ ସଂପର୍କ ରଖିବା ଲାଗି ବାରଣ କରାଯାଇଥାଏ। କାରଣ ସେତେବେଳେ ସଂକ୍ରମଣର ଆଶଙ୍କା ବେଶୀ ଥାଏ। ଏହି ସମୟରେ ରକ୍ତସ୍ରାବର ଆଶଙ୍କା ବି ବେଶୀ। ଏଣୁ ଗର୍ଭପାତ ପରେ ମହିଳାଙ୍କୁ ବିଶ୍ରାମ ପାଇଁ ଅଧିକ ସମୟ ଦେବା ଉଚିତ। ଏ କ୍ଷେତ୍ରରେ ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ।