ଭାରତୀୟ ଶାସ୍ତ୍ର କହେ ପୁରୁଷ ବିନା ନାରୀ ଅସଂପୂର୍ଣ୍ଣ; ସେହିପରି ବିନା ନାରୀରେ ପୁରୁଷ ମଧ୍ୟ ସଂପୂର୍ଣ୍ଣ ନୁହେଁ। ସେଥିପାଇଁ ପୁରୁଷ ଓ ନାରୀ ବିବାହ ବନ୍ଧନରେ ଆବଦ୍ଧ ହୋଇ ଦମ୍ପତି (ପତି-ପତ୍ନୀ)ର ମାନ୍ୟତା ପ୍ରାପ୍ତ ହେବାପରେ ହିଁ ପୂର୍ଣ୍ଣତା ଲାଭ କରିଥାଆନ୍ତି। ଭାରତୀୟ ଶାସ୍ତ୍ର କହେ, ପତ୍ନୀର ପାଦରୁ ହିଁ ଜଣା ପଡ଼ିଥାଏ ପତିର ଭାଗ୍ୟ ଓ ଭବିଷ୍ୟତ। ଏସଂପର୍କରେ ଭାରତୀୟ ବେଦ ଓ ପୁରାଣରେ ବହୁ ବର୍ଣ୍ଣନା ରହିଛି। ତେବେ, ଆସନ୍ତୁ ଜାଣିବା ଏସଂପର୍କରେ ଶାସ୍ତ୍ରରେ କ’ଣ ରହିଛି ଉଳ୍ଲେଖ…
ଯେଉଁ ନାରୀର ପାଦ ତଳେ ଚକ୍ର ଓ ସ୍ୱସ୍ତିକ ଚିହ୍ନ ରହିଥାଏ ସେ ତା’ର ସ୍ୱାମୀକୁ ରାଜା କରିବା ସହ ନିଜେ ଜଣେ ରାଣୀ ଭାବେ ଜୀବନଯାପନ କରିଥାଏ। ଯେଉଁ ନାରୀମାନଙ୍କର ପାଦର ତର୍ଜନୀ ଆଙ୍ଗୁଳି (ଦ୍ୱିତୀୟ ଆଙ୍ଗୁଳି) ବୃଦ୍ଧାଙ୍ଗୁଳି ଠାରୁ ମାତ୍ରାଧିକ ବଡ଼ ହୋଇଥାଏ ସେମାନେ ସେମାନଙ୍କ ସ୍ୱାମୀମାନଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥାନ୍ତି। ଯେଉଁ ନାରୀର ପାଦ ତଳେ ବୃଦ୍ଧାଙ୍ଗୁଳି ତଳୁ କାଣି ଆଙ୍ଗୁଠି ପର୍ଯ୍ୟନ୍ତ ଗୋଟିଏ ରେଖା ଲମ୍ବିଥାଏ ସେମାନେ ସେମାନଙ୍କ ସ୍ୱାମୀମାନଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବତୀ ରୂପେ ସାବ୍ୟସ୍ତ ହୋଇଥାନ୍ତି। ଏପରି ଲକ୍ଷଣ ଥିବା ନାରୀମାନଙ୍କ ଯୋଗୁଁ ସେମାନଙ୍କ ସ୍ୱାମୀମାନେ ଅକ୍ଲେଶରେ ସଫଳତାର ସିଢ଼ି ଚଢ଼ିଥାଆନ୍ତି।
ଯେଉଁ ନାରୀମାନଙ୍କର ପାଦ ତଳର ମଝି ଅଂଶରେ କମଳା ଓ ଛତ୍ର ଚିହ୍ନ ରହିଥାଏ ସେମାନଙ୍କ ସ୍ୱାମୀମାନେ ରାଜନୀତି କ୍ଷେତ୍ରରେ ସଫଳତା ଅର୍ଜନ କରିବା ସହ ଧନୀ ଓ ପ୍ରତିପତ୍ତିଶାଳୀ ହୋଇଥାଆନ୍ତି। ଚାଲିବା ସମୟରେ ଯେଉଁ ନାରୀମାନଙ୍କର ପାଦ ସଂପୂର୍ଣ୍ଣ ଭୂଇଁକୁ ସ୍ପର୍ଶ କରେ ଏବଂ ଅନାମିକା (ଚତୁର୍ଥ) ଓ କନିଷ୍ଠା (ପଞ୍ଚମ) ଆଙ୍ଗୁଳି ଭୂଇଁ ଠାରୁ ଉଠିକରି ରହେ ସେ ପ୍ରକାରର ନାରୀମାନେ ସେମାନଙ୍କ ସ୍ୱାମୀମାନଙ୍କ ପ୍ରତି ଅବିଶ୍ୱସ୍ତ ରହିବା ସହ ଶୀଘ୍ର ବୈଧବ୍ୟ ଯୋଗ ଭୋଗ କରିଥାନ୍ତି। ଯେଉଁ ନାରୀମାନଙ୍କର ମଧ୍ୟମା ଆଙ୍ଗୁଳି ବୁଦ୍ଧାଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳି ଠାରୁୁ ମାତ୍ରାଧିକ ବଡ଼ ହୋଇଥାଏ, ସେମାନେ ସେମାନଙ୍କ ସ୍ୱାମୀମାନଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହେବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଥାଆନ୍ତି।
ଯେଉଁ ନାରୀମାନଙ୍କର ମଧ୍ୟମା ଏବଂ ଅନାମିକା (ତୃତୀୟ ଏବଂ ଚତୁର୍ଥ ଆଙ୍ଗୁଳି) ଲମ୍ବ ଓ ଆକାରରେ ସମାନ ହୋଇଥାଏ, ସେ ପ୍ରକାରର ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀମାନଙ୍କ ପାଇଁ ଆର୍ଥିକ କ୍ଷତିର କାରଣ ହୋଇଥାନ୍ତି। ଆଉ ଏପ୍ରକାରର ନାରୀମାନଙ୍କର ସ୍ୱାମୀମାନଙ୍କ ସହ ସବୁବେଳେ କଳହ ଲାଗି ରହିଥାଏ। ଯେଉଁ ନାରୀମାନଙ୍କର ପାଦର ଗୋଇଠି ଗୋଲାକୃତି ହେବା ସହ ନରମ ଓ ମୋଲାୟମ ହୋଇଥାଏ, ସେମାନେ ସେମାନଙ୍କ ସ୍ୱାମୀର ଜୀବନରେ ସବୁ ପ୍ରକାରର ସୁଖ ଓ ସମୃଦ୍ଧି ଆଣଥାନ୍ତି।
ଯେଉଁ ନାରୀମାନଙ୍କର ତର୍ଜନୀ (ଦ୍ୱିତୀୟ) ଆଙ୍ଗୁଳି ବୃଦ୍ଧାଙ୍ଗୁଳି ଠାରୁ ଛୋଟ ହୋଇଥାଏ ସେମାନଙ୍କ ସ୍ୱାମୀମାନେ ଅତ୍ୟନ୍ତ ସଂଘର୍ଷଶାଳୀ ହୋଇଥାନ୍ତି। ଆଉ ଯେଉଁ ନାରୀମାନଙ୍କର ତଳିପାଦରେ ଗୋଟିଏ ନାଲି ରଙ୍ଗର ଲମ୍ବା ରେଖା ସିଧା ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଥାଏ ଆଉ ତାହା ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ, ସେମାନଙ୍କର ସ୍ୱାମୀମାନଙ୍କର ଜୀବନ ଅତ୍ୟନ୍ତ ସୁଖଦ ଓ ଆନନ୍ଦମୟ ହୋଇଥାଏ।