ହୃଦ୍‌ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ଯଦି ହୃଦୟରେ କୌଣସି ସମସ୍ୟା ଦେଖାଦିଏ, ତେବେ ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ପ୍ରଥମେ ଏହାର ଲକ୍ଷଣ ଦେଖାଯାଉଥିଲେ ମଧ୍ୟ କିଛି ଲୋକ ଲକ୍ଷଣକୁ ଅଣଦେଖା କରି ତାହାର ଚିକିତ୍ସା କରନ୍ତି ନାହିଁ ବା ନିଜ ଖରାପ ଅଭ୍ୟାସକୁ ପରିବର୍ତ୍ତନ କରନ୍ତି ନାହିଁ । ଆଜିକାଲି ପ୍ରଦୂଷଣ ଏବଂ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ନ ରହୁଥିବାରୁ ହୃଦ୍‌ଜନିତ ସମସ୍ୟା ବଢ଼ିବାରେ ଲାଗିଛି । ତେବେ ଏହି ସମସ୍ୟାରୁ ନିଜକୁ କିପରି ଦୂରରେ ରଖିବେ ଆସନ୍ତୁ ଜାଣିବା ।

୧. ଚିନ୍ତା ହେଉଛି ହୃଦ୍‌ଜନିତ ସମସ୍ୟାର ବଡ଼ କାରଣ । ଏହା ମଣିଷକୁ ଅବସାଦଗ୍ରସ୍ତ କରାଇଥାଏ । ଯାହାଦ୍ୱାରା ଶରୀରର ଶକ୍ତି କମ ହୋଇଯାଇଥାଏ । ଯେତେ କାମର ଚାପ ଥିଲେ ବି ଚିନ୍ତାକୁ ନିଜଠାରୁ ଦୂରରେ ରଖନ୍ତୁ । ସବୁବେଳେ କାମ ନ କରି ବିରତି ନେଇ ବାହାରକୁ ବୁଲି ଯାହାନ୍ତୁ ବା ମନକୁ ଖୁସି ରଖିବା ଭଳି କାମ କରନ୍ତୁ ।

୨. ଧୂମପାନ ଏବଂ ମଦ ପିଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ । ଏହି ଦୁଇ ଖରାପ ଅଭ୍ୟାସ ଶରୀରରେ ରକ୍ତର ଚାପ ବଢ଼ାଇଥାଏ । ଯାହାଦ୍ୱାରା ହୃଦୟର ସ୍ପନ୍ଦନ ନିୟନ୍ତ୍ରଣରେ ରହି ନଥାଏ ।

nari.punjabkesari.in

୩. ଓଜନ ବଢ଼ିବା ଦ୍ୱାରା ରୋଗ ମଧ୍ୟ ବଢ଼ିଥାଏ । ଓଜନ ବଢ଼ିବା ସହ ଶରୀରରେ କୋଲେଷ୍ଟ୍ରଲ ବଢ଼ିଥାଏ । ଯାହାଦ୍ୱାରା ମଧୁମେହ, ହୃଦ୍‌ଜନିତ ସମସ୍ୟା ଏବଂ ଧମନୀ ରୋଗ ହେବାର ଆଶଙ୍କା ରହିଥାଏ ।

୪. ନିଜ ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ । ଅଫିସ କିମ୍ବା ଅନ୍ୟ କୌଣସି ସ୍ଥାନରେ ଲିପ୍ଟର ବ୍ୟବହାର ନ କରି ସିଡ଼ିରେ ଯିବା ପାଇଁ ଚେଷ୍ଟା କରନ୍ତୁ ।

nari.punjabkesari.in
ସମ୍ବନ୍ଧିତ ଖବର