ସ୍ତନ କର୍କଟ ହେବା ପୂର୍ବର ଏହି ଲକ୍ଷଣକୁ ଭୁଲ୍‌ରେ ବି ଅଣଦେଖା କରନ୍ତୁ ନାହିଁ

ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ଯ୍ୟା ଏବଂ ଖାଇବା ପିଇବାର ସମୟ ଠିକ୍‌ ରହୁ ନଥିବାରୁ ମହିଳାମାନେ ଖୁବ୍‌ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବେଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣି ନ ପାରି ମୃତ୍ୟୁ ମୁଖକୁ ଚାଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବାକୁ ଚାହୁଁଛୁ।
୧.ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା,କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।
୨.କର୍କଟ ରୋଗର କୋଷିକାଗୁଡ଼ିକ ବଢ଼ୁଥିବାରୁ କାଖ ଦରଜ ହେବା ସହ ସିଝି ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

nari.punjabkesari.in

୩.ଅଧିକ କାମ କରିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ଏକ ସାଧାରଣ କଥା । କିନ୍ତୁ ସ୍ତନ କର୍କଟ ହୋଇଥିଲେ କର୍କଟର ରୋଗର କୋଷିକା ଗୁଡ଼ିକ ବଢ଼ୁଥିବାରୁ ବେକ ଏବଂ ଅଣ୍ଟା ଜୋରରେ ବିନ୍ଧିଥାଏ ।
୪.ସ୍ତନ କର୍କଟ ରୋଗର ଶିକାର ହୋଇଥିଲେ ସ୍ତନରୁ ଟିକେ ଟିକେ ପାଣି ବାହାରିବାକୁ ଲାଗିଥାଏ । ଏହା ସହ ସ୍ତନର ଆକାର ଏବଂ ରଙ୍ଗ ବଦଳି ଯାଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

ସମ୍ବନ୍ଧିତ ଖବର