ଏଭଳି ମହିଳାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି କି ? ଜାଣନ୍ତୁ , ଦୁର୍ଭାଗ୍ୟ ଆପଣଙ୍କ ନିକଟତର ହେଉଛି

ସ୍ୱପ୍ନ ଦେଖିବା ମଣିଷର ଏକ ପ୍ରବୃତ୍ତି। ଅନେକ ସମୟରେ ବିଭିନ୍ନ ଅଙ୍ଗଭଙ୍ଗୀ ଓ ଭିନ୍ନ ଭିନ୍ନ ଅବସ୍ଥାରେ ମହିଳାଙ୍କୁ ଆମେ ସ୍ୱପ୍ନରେ ଦେଖିଥାଉ । ଆସନ୍ତୁ ଜାଣିବା କେଉଁ ସ୍ଥିତିରେ ଥିବା ମହିଳାଙ୍କୁ ସ୍ୱପ୍ନରେ ଦେଖିଲେ, ତାହା ଆମକୁ ଦୁର୍ଭାଗ୍ୟ ଆଡ଼କୁ ଟାଣିିନେବ । ଯଦି ଜଣେ ପୁରୁଷ ସ୍ୱପ୍ନରେତାଙ୍କର ସ୍ତ୍ରୀ ବା ପ୍ରେମିକାଙ୍କୁ ଏକ ହୀରା ହାର ଉପହାର ଦେଉଥିବା ଦେଖନ୍ତି ତେବେ ମନେ ରଖନ୍ତୁ ତାଙ୍କ ଜୀବନ ନର୍କଗାମୀ ହେବ।

ଯଦି ଜଣେ ପୁରୁଷ ସ୍ୱପ୍ନରେ ତାଙ୍କର ସ୍ତ୍ରୀ ବା ପ୍ରେମିକାଙ୍କୁ ଅନ୍ୟ ଜଣେ ପୁରୁଷ ପଛରେ ଧାଉଁଥିବାର ଦେଖିବାକୁ ପାଇବେ, ତେବେ ତାଙ୍କ ପତ୍ନୀ ବା ପ୍ରେମିକା ବାସ୍ତବ ଜୀବନରେ ଜଣେ ଧନୀ ଲୋକଙ୍କ ସହିତ ଘରୁ ପଳାଇବେ ବୋଲି ଜାଣନ୍ତୁ । ଅପରପକ୍ଷରେ ଜଣେ ପୁରୁଷ ଯଦି ନିଜର ପତ୍ନୀ ବା ପ୍ରେମିକାଙ୍କୁ ଗୁଡ଼ବାୟ କରୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ସେ ଖୁବ୍‌ ଶୀଘ୍ର ଅସୁସ୍ଥ ହୋଇପଡ଼ିବାର ଆଶଙ୍କା ଥାଏ । ଯଦି ଜଣେ ପୁରୁଷ ଜଣେ ମହିଳାଙ୍କ ନୃତ୍ୟ କରୁଥିବାର ସ୍ୱପ୍ନରେ ଦେଖନ୍ତି, ତେବେ ତାଙ୍କର ପ୍ରେମ ସଂପର୍କରେ ଇତିବୃତ୍ତି ଘଟିଥାଏ ବୋଲି ବିଶ୍ୱାସ କରାଯାଏ ।

photo–speakingtree

ଯଦି ଜଣେ ପୁରୁଷ ସ୍ୱପ୍ନରେ ଜଣେ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ଦେଖନ୍ତି, ତେବେ ବ୍ୟକ୍ତିଜଣକ ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ପ୍ରତାରଣାର ଶିକାର ହୋଇପାରନ୍ତି । ଯଦି ଜଣେ କ୍ରନ୍ଦନରତା ନବ ବଧୂଙ୍କୁ ସ୍ୱପ୍ନରେ ଦେଖନ୍ତି, ତେବେ ଜାଣନ୍ତୁ ତାଙ୍କର ଶ୍ୱଶୁର ଘର ସହ ସଂପର୍କରେ ତିକ୍ତତା ଦେଖା ଦେବ ।ଜଣେ ପୁରୁଷ ନିଜେ ଜଣେ ମହିଳାଙ୍କର ନଗ୍ନ ଚିତ୍ର ଅଙ୍କୁଥିବାର ସ୍ୱପ୍ନରେ ଦେଖନ୍ତି, ତେବେ ଜାଣନ୍ତୁ ତାଙ୍କର ଦୁର୍ଭାଗ୍ୟର ଅୟାମାରମ୍ଭ ଘଟିଥାଏ । ଜଣେ ଦେହଜୀବୀ ଯଦି ଜଣେ ତାଙ୍କୁ ଆକର୍ଷିତ କରୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ଜାଣନ୍ତୁ ସେହି ପୁରୁଷଙ୍କର ଜୀବନରେ ଅନେକ ସମସ୍ୟା ଦେଖା ଦେବ ।

ସମ୍ବନ୍ଧିତ ଖବର