କାମ କରିବା ଯେକୌଣସି ବ୍ୟକ୍ତିର ଧର୍ମ। କର୍ମ କରିବା ପାଇଁ ହିଁ ମଣିଷର ଜନ୍ମ। ମାତ୍ର ଉଚିତ୍ ସମୟରେ ଉଚିତ୍ କାମ ନକଲେ ସେ କାମ ନ କରିବାଠାରୁ ବଳି। କିଛି ନ ଭାବି ନ ଚିନ୍ତି କାମ କରୁଥିବା ବ୍ୟକ୍ତି ବହୁ ହଇରାଣ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କିଛି ଗୋଟାଏ କରିବା ପୂର୍ବରୁ ଆମକୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।
/sambad/media/post_attachments/wp-content/uploads/2018/01/20150807202838-success-couple-man-woman-sunset-300x169.jpeg)
ପ୍ରଥମେ ଭାବନ୍ତୁ ଯେଉଁ କାମ କରୁଛନ୍ତି ତାହା କରିବା ଜରୁରୀ ତ? ସବୁ କାମର ମୂଲ୍ୟ ଭିନ୍ନ ଲୋକ ପାଖରେ ଭିନ୍ନ ହୋଇଥାଏ। ଆପଣ କରୁଥିବା କାର୍ଯ୍ୟ ଆପଣଙ୍କ ପାଇଁ କେତେ ଆବଶ୍ୟକୀୟ ତାହା ନିଶ୍ଚୟ ବୁଝନ୍ତୁ। କାମରେ ଛୋଟ କି ବଡ଼ ନଥାଏ। ମାତ୍ର ସବୁ କାମ ସମସ୍ତଙ୍କ ପାଇଁ ବି ହୋଇନଥାଏ। ତେଣୁ କହିବାର କଥା ହେଲା କୌଣସି ବି କାମ କରିବା ପୂର୍ବରୁ ସେ କାମର ଆପଣଙ୍କ ଜୀବନରେ କେତେ ଆବଶ୍ୟକତା ରହିଛି ତାହା ନିଶ୍ଚୟ ପରଖି ନିଅନ୍ତୁ।
/sambad/media/post_attachments/wp-content/uploads/2018/01/121414-successful-people-2-1-300x180.jpg)
ଦ୍ୱିତୀୟରେ ଏକଥା ନିଶ୍ଚୟ ଚିନ୍ତା କରନ୍ତୁ ଯେ ଯେଉଁ କାମ ଆପଣ କରିବାକୁ ଯାଉଛନ୍ତି ତାହାକୁ ଆପଣ ନିଜର ଶହେ ପ୍ରତିଶତ ଦେଇପାରିବେ ତ? କାରଣ କୌଣସି କାମ ଅଧାରୁ ଛାଡ଼ିବା ଦ୍ୱାରା ଖାଲି ସେ କାମ ଯେ ଅଧା ରହିଥାଏ ତାହା ନୁହେଁ ବରଂ ନିଜର ଆତ୍ମବଳ ମଧ୍ୟ ହ୍ରାସ ପାଇଥାଏ। କଥାରେ ଅଛି ସବୁ କିଛି ସମସ୍ତଙ୍କ ଦ୍ୱାରା ସମ୍ଭବ। ମାତ୍ର ଆହୁରି କଥାଟିଏ ରହିଛି ଯେ ସବୁ କିଛି କରିବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି। ଆପଣ ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ତାହା ପ୍ରତି ଆପଣଙ୍କର ଯଥେଷ୍ଟ ଆଗ୍ରହ ରହିଛି ବୋଲି।
/sambad/media/post_attachments/wp-content/uploads/2018/01/success-people-business-woman-look-out-window_orig-300x200.jpg)
ତୃତୀୟରେ ସେ କର୍ମର ପରିଣାମ ବିଷୟରେ ଚିନ୍ତା କରନ୍ତୁ। ଭଗବଦ୍ ଗୀତା କହେ କର୍ମ କର କିନ୍ତୁ ଫଳର ଆଶା ରଖ ନାହିଁ। ତାହା ଏକଦମ୍ ଠିକ୍ କଥା। ଆମେ ଆପଣଙ୍କୁ ଫଳ ବିଷୟରେ ଚିନ୍ତା କରିବାକୁ ଆଦୌ କହିବୁ ନାହିଁ ମାତ୍ର କରୁଥିବା କାମର ପରିଣାମ ବିଷୟରେ ନିଶ୍ଚୟ ଚିନ୍ତା କରନ୍ତୁ। ନହେଲେ ପଛରେ ପଶ୍ଚାତାପ କରିବାକୁ ପଡ଼ିପାରେ। ସବୁ କାମର କିଛି ନା କିଛି ପରିଣାମ ରହିଛି। ଆପଣ ପ୍ରଥମେ ଚିନ୍ତା କରନ୍ତୁ ଯେ ଆପଣ କରିବାକୁ ଯାଉଥିବା କର୍ମର ପରିଣାମ ଭଲ ହେବ ନା ମନ୍ଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/successful.jpg)