ଓଜନ ହ୍ରାସ କରିବା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । କିଛି ଲୋକ ଏଥିପାଇଁ ବ୍ୟାୟାମ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ ଯାହା ହେଉନା କାହିଁକି ଆମେ ସମସ୍ତେ ଉଣା ଅଧିକେ ସ୍ୱାସ୍ଥ୍ୟ ସଚେତନ। ଏଥିପାଇର୍ ଆଜିକାଲି ବହୁ ଲୋକ ଜିମ୍ ଯାଇ ଓ୍ଵାର୍କ ଆଉଟ୍ କରୁଛନ୍ତି। ତେବେ ଓ୍ଵାର୍କ ଆଉଟ୍ ସମୟରେ କେତେକ ତ୍ରୁଟି ଆମେ କରିଥାଉ । ଏହି ସବୁ ତ୍ରୁଟି ନ କରିବାକୁ ଚେଷ୍ଟା କରିବା ଆବଶ୍ୟକ,କାରଣ ଏହାକୁ ନ ସୁଧାରିଲେ ପରେ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ପ୍ରଥମେ ଜାଣନ୍ତୁ ଏହି ସମୟରେ ସାଧାରଣତଃ କେଉଁ ଭୁଲ୍ ଆମେ କରିଥାଉ...
/sambad/media/post_attachments/wp-content/uploads/2017/12/bath-shower-hydrorain-featureddeltafaucet.com_-300x206.jpg)
ଗରମ ଜଳରେ ସ୍ନାନ: ଗରମ ଜଳରେ ସ୍ନାନ କରିବାକୁ ଆମେ ଭଲ ପାଉ। ଏଥିଲାଗି ବ୍ୟାୟାମ ପରେ ଆମେ ଅନେକ ସମୟରେ ଗିଜର୍ ଲଗାଇ ଗାଧୋଇଥାଉ, କିନ୍ତୁ ଏହା ଦେହ ପାଇଁ କ୍ଷତିକାରକ । ଥଣ୍ଡା ଜଳରେ ସ୍ନାନ କଲେ ମାଂସପେଶୀର ଯନ୍ତ୍ରଣା କମ୍ ହୋଇଥାଏ ଓ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଏଣୁ କେବେ ବି ଜିମ୍ରୁ ଆସିବା ପରେ ବା ବ୍ୟାୟାମ କରିବା ପରେ ଗରମ ପାଣିରେ ସ୍ନାନ କରନ୍ତୁ ନାହୁଁ ।
ଏକା ରୁଟିନ୍ ଅନୁସରଣ କରନ୍ତୁ ନାହିଁ: ଯଦି ଆପଣ ପ୍ରତିଦିନ ବ୍ୟାୟାମ କରିବା ପାଇଁ ଗୋଟିଏ ପ୍ରକାରର ରୁଟିନ୍ ଅନୁସରଣ କରନ୍ତି, ତେବେ ତାହା ଠିକ୍ ନୁହେଁ, କାରଣ ଏହା ଦ୍ୱାରା ଆପଣଙ୍କ ଶରୀରର ଓଜନ କମିବା ବନ୍ଦ ହୋଇଯାଏ ଓ ମାଂସପେଶୀ ରେ କିଛି ପରିବର୍ତ୍ତନ ହୋଇନଥାଏ ।
ବ୍ୟାୟାମ ପରେ ବିଶ୍ରାମ ନ କରିବା: ସାଧାରଣତଃ ଲୋକମାନେ ନିଜର ବ୍ୟସ୍ତତା ପାଇଁ ହେଉ ଅଥବା ବଦଭ୍ୟାସ ଲାଗି ହେଉ, ବ୍ୟାୟାମ କରିବା ପରେ ବା ଜିମ୍ରେ ଓ୍ଵାର୍କ ଆଉଟ୍ ପରେ ଆଦୌ ବିଶ୍ରାମ ନେଇ ନଥାଆନ୍ତି । ଏହା ଆଦୌ ଠିକ୍ ନୁହେଁ । ମନେ ରଖନ୍ତୁ ବ୍ୟାୟାମ ପରେ କିଛି ସମୟ ଯାଏଁ ଶରୀରକୁ ବିଶ୍ରାମ ଦେବା ଲାଗି ଚେଷ୍ଟା କରନ୍ତୁ । ଏପରି କରିଲେ ଶରୀରରେ ଆଘାତ ହେଲେ ଯନ୍ତ୍ରଣାରୁ ରକ୍ଷା ମିଳିଥାଏ । ବିଶେଷ କରି ଆପଣ ଯଦି ଶବାସନ କରିପାରିବେ ତେବେ ତାହା ସବୁଠୁ ଭଲ।
ଭିଟାମିନ୍ ଡିର ସେବନ ନ କରିବା: ନିୟମିତ ବ୍ୟାୟାମ କରୁଛନ୍ତି, ଅଥଚ ଭିଟାମିନ୍ ଡି ସେବନ କରୁ ନାହାନ୍ତି, ଏହା ଅନୁଚିତ । କାରଣ ଖାଦ୍ୟରେ ଭିଟାମିନ୍ ଡି ର ମାତ୍ରା କମିଗଲେ, ହାଡ ଦୁର୍ବଳ ହୋଇଯାଏ ଓ ପରେ ଗମ୍ଭୀର ଶାରୀରିକ ସମସ୍ୟାରେ ଜର୍ଜରିତ ହୋଇପାରନ୍ତି । ଏଣୁ ପ୍ରତ୍ୟହ ଖରାରେ କିଛି ସମୟ ବସନ୍ତୁ ଓ ଭିଟାମିନ୍ ଡିଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।
ଉପଯୁକ୍ତ ପୋଷାକ ପରିଧାନ ନ କରିବା- ବ୍ୟାୟାମ ସମୟରେ ଉପଯୁକ୍ତ ପୋଷାକ ଓ ଜୋତା ନ ପିନ୍ଧିବା ଘାତକ ସାବ୍ୟସ୍ତ ହୋଇପାରେ । ଯଦି ଆରାମଦାୟକ କପଡା ନ ପିନ୍ଧନ୍ତି , ତେବେ ତ୍ୱଚାଜନିତ ରୋଗର ଶିକାର ହୋଇପାରନ୍ତି ।