#ମିଠୁ ଅଭିଯାନ ପରେ କର୍ମ କ୍ଷେତ୍ରରେ ପୁରୁଷ-ମହିଳାଙ୍କ ଭିତରେ ଅନ୍ତରଙ୍ଗତା ହ୍ରାସ ପାଇଛି: ସର୍ଭେ

କାର୍ଯ୍ୟ କ୍ଷେତ୍ରରେ ସାଥୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା କୌଣସି ବି ଦୃଷ୍ଟିରୁ ଗ୍ରହଣିୟ ନୁହେଁ। ଏହା କାର୍ଯ୍ୟ ବାତାବରଣକୁ ନଷ୍ଟ କରିଥାଏ। ବୃତ୍ତିଗତ ଦୃଷ୍ଟିରୁ ଦେଖିଲେ ଏହା ଆଦୌ ଏକ ଉତ୍ତମ ଚିନ୍ତାଧାରା ନୁହେଁ। ମାତ୍ର ଅନେକ ଥର ଏପରି ଦେଖିବାକୁ ମିଳିଥାଏ ଯେ କାର୍ଯ୍ୟ କ୍ଷେତ୍ରରେ କେହି ଯଦି କାହା ବ୍ୟକ୍ତିଗତ ଭାବେ ଦୁର୍ବଳ ହୁଅନ୍ତି ତ ସେମାନେ ବୃତ୍ତିକୁ ହେଳା କରି କାର୍ଯ୍ୟକ୍ଷେତ୍ରରେ ସାଥିଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବାକୁ ବି ପଛାଇ ନାହାନ୍ତି।

ମାତ୍ର ନିକଟରେ ମୁଣ୍ଡ ଟେକି ଥିବା #ମିଠୁ ଅଭିଯାନ କିଛି ମାତ୍ରାରେ ଏହା ଉପରେ ପ୍ରଭାବ ପକାଇଛି। ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ବୃତ୍ତି କ୍ଷେତ୍ରରେ ଅନ୍ତରଙ୍ଗତା ହାର ହ୍ରାସ ପାଇଛି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି। ଏଇ କିଛି ଦିନ ଭିତରେ କାର୍ଯ୍ୟ କ୍ଷେତ୍ରରେ ଯୌନ ଶୋଷଣର ଶିକାର ହୋଇଥିବା ଅନେକ ଯୁବତୀ ଓ ମହିଳା ନିଜର ମୁହଁ ଖୋଲିଥିବା ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର