ମୋର ଦୃଢ଼ ବିଶ୍ବାସ ଯେ ଆଗାମୀ ଦୁଇ ଦଶନ୍ଧି ଭିତରେ ଡାକ୍ତରଖାନାଗୁଡ଼ିକରେ ପ୍ରତିଷେଧକ ପରିଚାଳନା କ୍ଷେତ୍ରରେ ଆଉ ଧାରାବାହିକ ସାମୟିକ ସେବା ବଦଳରେ ସଂପୂର୍ଣ୍ଣ ଭାବେ ନିରନ୍ତର ଚିକିତ୍ସା ସୁବିଧା ଯୋଗାଇବା ଦେଖିବାକୁ ମିଲିବ। ବିଶ୍ବ ସ୍ବାସ୍ଥ୍ୟ ଦିବସର ଅବ୍ୟବହିତ ପୂର୍ବରୁ ଲୋକେ ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ନିୟନ୍ତ୍ରଣ ଚାହୁଁଥିବା ଘଟଣାକୁ ମୁଁ ନିନ୍ଦା କରୁଛି। ତେଣୁ ପରିଧାନଯୋଗ୍ୟ ଉପକରଣ, ଭବିଷ୍ୟବାଣୀକାରୀ କୃତ୍ରିମ ବୁଦ୍ଧିମତା ଏବଂ ଶୀଘ୍ର ରୋଗଚିହ୍ନଟ ମାଧ୍ୟମରେ ପ୍ରତିଷେଧକକୁ ବଢ଼ାଇବା ହିଁ ମୁଖ୍ୟ ଚାବିକାଠି ହେବ। ଏହା ଚିକିତ୍ସାର ପ୍ରମୁଖ ସ୍ଥଳକୁ ଡାକ୍ତରଖାନାରୁ ଘରମାନଙ୍କୁ ସ୍ଥାନାନ୍ତର କରିଦେବ। ସମ୍ପ୍ରତି ଡାକ୍ତରଖାନା ପରିଦର୍ଶନ ହେଉଛି ଏକ ଅତର୍କିତ ଉପାଖ୍ୟାନ ଯାହା ତୁରନ୍ତ ଧ୍ୟାନ ଆବଶ୍ୟକ କରିଥାଏ ଏବଂ ଏକଥା ଜଣାଶୁଣାଯାଏ ଯେ ଏକ ବଡ଼ ସ୍ବାସ୍ଥ୍ୟ ବିପର୍ଯ୍ୟୟରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟକର। ଏ ପରିପ୍ରେକ୍ଷୀରେ କେବଳ ଆର୍ଥିକ ଦୃଷ୍ଟିରୁ କାହିଁକି, ଏକ ମାମଲା ଭାବରେ ମଧ୍ୟ ଆଗୁଆ କର୍କଟ ରୋଗର ନିରୂପଣ ଓ ଚିକିତ୍ସା ତାହାର ବିଳମ୍ବିତ ନିରୂପଣ ଓ ଚିକିତ୍ସାଠାରୁ ସଂପୂର୍ଣ୍ଣ ଭିନ୍ନ।
ପରିବର୍ତ୍ତନର ଏହା ଏକ ଅଂଶବିଶେଷ ଯାହାକୁ ଜ୍ଞାନକୌଶଳ ହିଁ ସକ୍ଷମ କରିପାରିବ। କୃତ୍ରିମ ବୁଦ୍ଧିମତା ଓ ବଡ଼ ତଥ୍ୟାବଳି ଯେତେବେଳେ ନିଜେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ, ସେତେବେଳେ ନିର୍ଭୁଲ ପୂର୍ବାନୁମାନ କରିବା ଲାଗି ପରିଧାନଯୋଗ୍ୟ ଉପକରଣ ଓ ପ୍ରତିରୋପଣକାରୀ ସେନ୍ସର ମାଧ୍ୟମରେ ସଂଗୃହୀତ ବିପୁଳ ପରିମାଣର ତଥ୍ୟକୁ ବିଶ୍ଳେଷଣ କରିବାର କ୍ଷମତା ହିଁ ମାନବ କ୍ଷମତାକୁ ଯଥେଷ୍ଟ ଟପିଯିବ। ଏହା ହିଁ ଗୋଟିଏ ପରିବର୍ତ୍ତନର ସୂତ୍ରଧର ହେବ ଯାହା ଆଗାମୀ ଦୁଇ ଦଶନ୍ଧି ଭିତରେ ଡାକ୍ତରଖାନା ଭୂମିକାକୁ ନିମ୍ନ ପ୍ରକାରେ ପୁନଃରୂପ ପ୍ରଦାନ କରିବ। କଳ୍ପନା କରାଯାଉ କି, ଆପଣଙ୍କର ପରିଧାନଯୋଗ୍ୟ ଉପକରଣ ଆପଣଙ୍କୁ ଏକ ଆଗାମୀ ସ୍ବାସ୍ଥ୍ୟ ଘଟଣା ବାବଦରେ ଚେତାବନୀ ଦେଇପାରୁଛି ଏବଂ ଆପଣଙ୍କ ତଥ୍ୟାବଳିକୁ ବଜାୟ ରଖୁଥିବା ଡାକ୍ତରଖାନାକୁ ମଧ୍ୟ ସତର୍କ କରିପାରୁଛି। ଏଭଳି ସ୍ଥଳେ ଡାକ୍ତରଖାନା କ୍ଷୟକ୍ଷତିର ଆକଳନ କରିବା ପରିବର୍ତ୍ତେ ‘ଚେତାବନୀ’ର ସମୀକ୍ଷା ଓ ପ୍ରତିରୋଧ କରିବାର ସୁଯୋଗ ରହିଛି। ଏହା ଦ୍ବାରା ରୋଗ ସଂପୂର୍ଣ୍ଣ ଭାବେ ଶରୀରକୁ ପ୍ରଭାବିତ କରିବାରୁ ମୁକୁଳାଇଥାଏ। ଡାକ୍ତରଖାନାର କର୍ମଚାରୀଙ୍କ ଉପରେ ପ୍ରଭାବ ହଜିଯାଇଥିବା ବା ହାସଲ ହୋଇଥିବା ଚାକିରି ଗଣିବା ପରି ସରଳ ନୁହେଁ- କାର୍ଯ୍ୟ ନିଜେ ହିଁ ବଦଳିଯିବ। କୃତ୍ରିମ ବୁଦ୍ଧିମତା ଓ ଅନ୍ୟାନ୍ୟ ବୈଷୟିକ ଉଦ୍ଭାବନ ନିତ୍ୟ ବ୍ୟବହାର୍ଯ୍ୟ ଓ ପ୍ରାଶାସନିକ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା
ବିଶ୍ବର ଅଗ୍ରଣୀ ହୃଦ୍ଶଲ୍ୟ ଚିକିତ୍ସକ ତଥା ମୁମ୍ବାଇ ସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ଥିବା ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା ଭେଷଜ ଦୁନିଆ ପାଇଁ ଏକ ଉପହାର କହିଲେ ଅତ୍ୟୁକ୍ତି ହେବନାହିଁ। ହୃତ୍ପିଣ୍ଡର ବାଇପାସ ଶଲ୍ୟଚିକିତ୍ସାରେ ୯୯.୮ ପ୍ରତିଶତ ସଫଳତା ହାସଲ କରିଥିବା ଡା. ପଣ୍ଡା ବିଶ୍ବର ସବୁଠୁ ନିରାପଦ ହୃଦ୍ଶଲ୍ୟ ଚିକିତ୍ସକ ଭାବେ ବିବେଚିତ। ତାଙ୍କର ଚାରି ଦଶନ୍ଧିର ଚିକିତ୍ସାସେବାରେ ସେ ୨୮ ହଜରରୁ ଅଧିକ ସଫଳ ହୃଦୋପଚାର ସଂପନ୍ନ କରିଛନ୍ତି। ଜଣେ ପ୍ରଖ୍ୟାତ ବନ୍ୟଜନ୍ତୁ ଫଟୋଗ୍ରାଫର, ପରିବେଶବିତ୍ ଓ ସ୍ବାସ୍ଥ୍ୟସେବା ସଂସ୍କାରର ଅଗ୍ରଦୂତ ଥିବା ଡା. ପଣ୍ଡା ହୃଦ୍ଚିକିତ୍ସାରେ ‘ଟୋଟାଲ୍ ଆର୍ଟେରିଆଲ ରିଭାସ୍କୁଲାରାଇଜେସନ୍’ ପଦ୍ଧତିର ହେଉଛନ୍ତି ପଥପ୍ରଦର୍ଶକ ଏବଂ ତାଙ୍କ ନାମରେ ଏକକ ‘୧୨-ଗ୍ରାଫ୍ଟ ପଦ୍ଧତି’ର ବିଶ୍ବ ରେକର୍ଡ ରହିଛି।
ସମୟର ପରିମାଣକୁ ହ୍ରାସ କରିବାରେ ସକ୍ଷମ ହେବ, ଯାହା କି ମ୍ୟାକ୍କିନ୍ସେ ରିପୋର୍ଟ ଅନୁଯାୟୀ ସ୍ବାସ୍ଥ୍ୟସେବାକାରୀଙ୍କ ସମୟର ୭୦ ପ୍ରତିଶତ ହୋଇପାରେ। ଅର୍ଥାତ୍ ଅଧିକ ସେବା ପ୍ରଦାନ ପାଇଁ ସ୍ବାସ୍ଥ୍ୟକାରୀଙ୍କ ସମୟର ଆଉ ନିୟମିତ ଅପଚୟ ନହୋଇ ଅଧିକ ମୁକ୍ତ ରହିପାରିବ। ସ୍ବାସ୍ଥ୍ୟସେବା ଅଭ୍ୟାସକାରୀଙ୍କୁ ସୂଚନା ପାଇବାରେ କୃତ୍ରିମ ବୁଦ୍ଧିମତା, ବିଶାଳ ତଥ୍ୟାବଳି ଓ ଗଣନା ଶକ୍ତି ସାହାଯ୍ୟ କରିବ ଯାହା ରୋଗୀର ଉତ୍ତମ ଫଳାଫଳ ଓ ଉଚ୍ଚମାନର ସ୍ବାସ୍ଥ୍ୟସେବାର କାରଣ ହୋଇପାରେ। ଏହା ରୋଗ ବିଶ୍ଳେଷଣର ଗତି ଓ ସଠିକତାକୁ ଉନ୍ନତ କରିପାରିବ, ସ୍ବାସ୍ଥ୍ୟକାରୀଙ୍କୁ ଅଧିକ ଜ୍ଞାନ ପ୍ରଦାନ କରିପାରିବ ଏବଂ ସ୍ବ-ସ୍ବାସ୍ଥ୍ୟସେବା ମାଧ୍ୟମରେ ରିମୋଟ୍ ନିରୀକ୍ଷଣ ଓ ରୋଗୀକୁ ସଶକ୍ତ କରିପାରିବ। ଅଧିକାଂଶ ଡାକ୍ତରଖାନା ରିମୋଟ୍ ରୋଗୀ ନିରୀକ୍ଷଣ ଓ ଗୃହଭିତ୍ତିକ ସ୍ବାସ୍ଥ୍ୟସେବା ପଦକ୍ଷେପକୁ ପ୍ରୋତ୍ସାହନ କରୁଛନ୍ତି। ଏହା ରୋଗୀଙ୍କୁ ଦୀର୍ଘକାଳୀନ ପରିସ୍ଥିତି ପରିଚାଳନା ପାଇଁ ସୁଯୋଗ ଦେଇଥାଏ ଯାହା ସେମାନଙ୍କ ଘରର ଆରାମଦାୟକତା ଯୋଗୁଁ ଅସ୍ତ୍ରୋପଚାର ଲୋଡ଼ିନଥାଏ। କେବଳ ଉଚ୍ଚ ବିପଜ୍ଜନକ ରୋଗୀମାନଙ୍କୁ ଶଲ୍ୟଚିକିତ୍ସା କିମ୍ବା ଭେଷଜ ଡାକ୍ତରଖାନାରେ ରଖାଯାଇଥାଏ। କର୍ମଚାରୀ ମିଶ୍ରଣ ଉପରେ ଅନ୍ୟ ଏକ ବଡ଼ ପ୍ରଭାବ ହେବ ଭେଷଜ ଓ ତଥ୍ୟ-ବିଜ୍ଞାନ ବିଶେଷଜ୍ଞତାର ସଂଯୋଗରେ ନୂତନ ଭୂମିକା। ଆଗାମୀ ଦିନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦକ୍ଷତା ହେବ। ଏହା ବିନମ୍ର ଶଯ୍ୟାଶାଳୀ ପଦ୍ଧତି ପରି ପାରସ୍ପରିକ କୌଶଳର ସଂପୂର୍ଣ୍ଣ ବିପରୀତ ହେବ। ଏହା ସମସ୍ତ କର୍ମଚାରୀଙ୍କ ପାଇଁ ଏପରିକି ପ୍ରବେଶ ସ୍ତରରେ ମଧ୍ୟ କୌଣସିମତେ ଅପରିହାର୍ଯ୍ୟ ହେବ।
ଅଧିକ ନମନୀୟ ଓ ସହଯୋଗୀ ସ୍ଥାନ ସୃଷ୍ଟି କରିବା, ସ୍ବାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ଭିତରେ ଅନ୍ତର୍ବିଭାଗୀୟ ସହଯୋଗ ବଢ଼ାଇବା ପାଇଁ ଡାକ୍ତରଖାନାର ଢାଞ୍ଚା ମଧ୍ୟ ବିକଶିତ ହେବ। ରୋଗୀଙ୍କ ଡାକରା ଅନୁଯାୟୀ ବିଶେଷଜ୍ଞ ଡାକ୍ତରମାନେ ଆସି ଉଭୟ ଅନ୍ତର୍ବିଭାଗ ଓ ବହିର୍ବିଭାଗ ରୋଗୀଙ୍କୁ ଦେଖିପାରିବେ। ଏକ ସାମଗ୍ରିକ ପ୍ରତିଷେଧକ ପଦ୍ଧତି ପ୍ରତ୍ୟେକ ରୋଗୀଙ୍କୁ ଅଧିକ ଶକ୍ତି ଦେବ। ମଧୁମେହ, ମେଦବହୁଳତା ଓ ନିଦ୍ରାରେ ଶ୍ବାସ ବନ୍ଦ ହେବା ଆଦି ଜୀବନର ମାନକୁ ପ୍ରଭାବିତ କରୁଥିବା ରୋଗଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଏକ ଦୀର୍ଘକାଳୀନ ପ୍ରତିଷେଧକତା ଦୃଷ୍ଟିରୁ ବୀମା ବ୍ୟବସ୍ଥାର ପୁନ-କଳ୍ପନା କରାଯାଇପାରେ। ଏହା ନେଚରୋପାଥି ପରି ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହିତ ସ୍ବାସ୍ଥ୍ୟ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ସୃଷ୍ଟି କରିବ ଏବଂ ମନପସନ୍ଦ ଚିକିତ୍ସାର ଏକ ନୂତନ ସମାହାର ଆଣିଦେବ। ମୁଁ ବିଶେଷ ଭାବରେ ଉତ୍ସାହିତ ଯେ ବୈଷୟିକ ଜ୍ଞାନ ଆମକୁ ଗରିବଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାରେ ସହାୟକ ହେବ, ଯେଉଁଠି ସ୍ବାସ୍ଥ୍ୟସେବାରେ ବ୍ୟବଧାନ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ରୋଗରେ ବିତୁଥିବା ଦୁଃଖ ଓ ଅଶାନ୍ତିର ବର୍ଷସଂଖ୍ୟା କମାଇବା ପାଇଁ ରୋଗୀ ଶିକ୍ଷା ହିଁ ଏକ ଦୀର୍ଘମିଆଦୀ ସମାଧାନ ହେବ।