ମୁମ୍ବାଇ: ଏବେ ଘରେ ଘରେ ଟାଇପ୍-୨ ମଧୁମେହ ରୋଗୀ। ମଧୁମେହ ଏକ ଦ୍ରୁତ ଗତିରେ ବଢୁଥିବା ରୋଗ। ମଧୁମେହ ଦୃଷ୍ଟିହୀନତା, କିଡନୀ ବିଫଳତା, ହୃଦଘାତ ଏବଂ ଷ୍ଟ୍ରୋକର କାରଣ ହୋଇଥାଏ। ଟାଇପ୍-୨ ମଧୁମେହକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କିଛି ସରଳ ଉପାୟ ପରାମର୍ଶ ଦେଇଛି।
ଟାଇପ୍-୨ ମଧୁମେହ ଆପଣଙ୍କ ଶରୀରରେ ଇନସୁଲିନକୁ ସଠିକ୍ ଭାବରେ ପ୍ରଚଳନ ହେବାକୁ ଦେଇନଥାଏ। ଯଦି ଏହାର ଚିକିତ୍ସା କରା ନଯାଏ ତେବେ ରକ୍ତରେ ଶର୍କରା ବୃଦ୍ଧି ପାଇଥାଏ। ସମୟ ସହିତ ଏହି ଅବସ୍ଥା ସ୍ନାୟୁ ଏବଂ ରକ୍ତନଳିକୁ ଗୁରୁତର କ୍ଷତି ପହଞ୍ଚାଇପାରେ।
ଟାଇପ୍-୨ ମଧୁମେହରେ, ଲକ୍ଷଣ ସାମାନ୍ୟ ହୋଇପାରେ ଏବଂ ଆଖିଦୃଶିଆ ହେବାକୁ ଅନେକ ବର୍ଷ ଲାଗିପାରେ। ହେଲେ ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି, ପରିସ୍ରା ଲାଗୁଛି, ଥକ୍କା ଅନୁଭବ କରୁଛନ୍ତି କିମ୍ବା ଓଜନ ହ୍ରାସ ପାଉଛି ତ ଆପଣ ଏହି ରୋଗର ଶିକାର। ଏହି ସବୁ ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଦେଲେ ସୁଗାର ଟେଷ୍ଟ୍ କରିନିଅନ୍ତୁ।
ଯଦି ଆପଣ ମଧୁମେହରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଓଜନ ନିୟନ୍ତ୍ରଣରେ ରଖନ୍ତୁ। ଓଜନ ବୃଦ୍ଧି ହେତୁ, ଆପଣ ଶୀଘ୍ର ଏହି ଅସୁସ୍ଥ ରୋଗର ଶିକାର ହୋଇପାରନ୍ତି।
ଟାଇପ-୨ ମଧୁମେହ ରୋଗୀମାନଙ୍କର ରକ୍ତରେ ଶର୍କରା ଭାଗ ଆୟତ୍ତରେ ରହିଲେ ଏହି ରୋଗ କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରକ୍ତରେ ଶର୍କରା ଭାଗ କମ୍ ଥିବା ବ୍ୟକ୍ତିଙ୍କ ଶରୀରରେ ହିଁ ଭିନ୍ନ ରକମର ସମସ୍ୟା ଦେଖାଯାଏ। ଏଥିପାଇଁ ଶର୍କରା ବଢ଼ାଉଥିବା ପରି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Untitled-91.jpg)