ସାମାନ୍ୟ ଥକ୍କାପଣ ମଧ୍ୟ ହୋଇପାରେ ହେପାଟାଇଟିସ୍ ରୋଗର ଲକ୍ଷଣ

ଆଜି ବିଶ୍ୱ ହୋପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୮ ଜୁଲାଇକୁ ବିଶ୍ୱ ହେପାଟାଇଟିସ୍ ଦିବସ ଭାବେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ହେପାଟାଇଟିସ୍ ହେଉଛି ଯକୃତକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ । ଏହା ଏ, ବି, ସି, ଡି ଓ ଇ ଆଦି ବିଭିନ୍ନ ପ୍ରକାରର ହୋଇଥାଏ । ହେପାଟାଇଟିସ୍ ଏ ଆଉ ଇ ଜଳ ଦ୍ୱାରା ବ୍ୟାପିଥାଏ ଓ ବି, ସି, ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ ।

ସାରା ପୃଥିବୀରେ ପ୍ରାୟ ୪୦ କୋଟି ଲୋକ ହେପାଟାଇଟିସ୍ ରୋଗରେ ଆକ୍ରାନ୍ତ । ଏହି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ହିଁ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବେ । ତେଣୁ ସଚେତନତା ହିଁ ଏହି ରୋଗରୁ ବଞ୍ଚାଇ ପାରିବ ।

ପ୍ରତ୍ୟେକ ବ୍ୟକ୍ତିକୁ ମାତ୍ର ଥରେ ହେପାଟାଇଟିସ୍ ପରୀକ୍ଷା କରାଇନେବା ଉଚିତ୍ । ନିରାପଦ ଯୌନ କ୍ରିୟା ଉପଯୁକ୍ତ ଚିକିତ୍ସା, ଔଷଧ ଓ ହେପାଟାଇଟିସ୍ ସମ୍ବନ୍ଧରେ ସଚେତନତା ସାରା ବିଶ୍ୱକୁ ହେପାଟାଇଟିସ୍ ଭଳି ମାରାତ୍ମକ ରୋଗରୁ ରକ୍ଷା କରିପାରିବ । ଗର୍ଭାବସ୍ଥା ସମୟରେ ହେପାଟାଇଟିସ୍ ଭୂତାଣୁ ପରୀକ୍ଷଣ ନିହାତି ଆବଶ୍ୟକ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗବେଷଣାରୁ ଜଣାପଡିଛି, ଯଦି ଆପଣ ବାରମ୍ବାର ଥକ୍କା ଅନୁଭବ କରୁଛନ୍ତି ତେବେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହୁଏତ ଆପଣ କ୍ରୋନିକ ହେପାଟାଇଟିସ୍ ବି ସଂକ୍ରମିତ ହୋଇପାରନ୍ତି । ଏହି ଭୟଙ୍କର ରୋଗର ଲକ୍ଷଣ ଜାଣିବା ଏତେ ସହଜସାଧ୍ୟ ନୁହେଁ । ଏହା ଏଭଳି ଏକ ରୋଗ ଯାହାର ଲକ୍ଷଣ ଏକା ସହିତ ଦେଖାଯାଏ ନାହିଁ । ଛୋଟ ଛୋଟ ଲକ୍ଷଣ  ଅଣଦେଖା କରିବା ଦ୍ୱାରା ଏହି ରୋଗ ଧୀରେ ଧୀରେ ସଂପୂର୍ଣ୍ଣ ଶରୀରକୁ ସଂକ୍ରମିତ କରିଦେଇଥାଏ । ସେଥିପାଇଁ ସାଧାରଣ ଥକ୍କାପଣକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କ୍ରୋନିକ ହେପାଟାଇଟିସ୍ ବି ଅର୍ଥାତ ଜଣ୍ଡିସ୍ ଏଭଳି ଏକ ରୋଗ ଯାହାର ଲକ୍ଷଣ ସଠିକ୍ ଭାବେ ଦେଖାଯାଇ ନଥାଏ । ଏହି ରୋଗର ଲକ୍ଷଣ ପିଲାମାନଙ୍କ ଅପେକ୍ଷା ବଡ଼ମାନଙ୍କ ଠାରେ ଅଧିକ ଦେଖାଯାଏ ।

ସମ୍ବନ୍ଧିତ ଖବର