ଜନସାଧାରଣଙ୍କୁ ସଚେତନ କରିବା ତଥା ହେପାଟାଇଟିସର ଦୂରୀକରଣ ପାଇଁ ପଦକ୍ଷେପ ନେବା ବିଶ୍ୱ ହେପାଟାଇଟିସ୍ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ: ଡାକ୍ତର ସୁଶାନ୍ତ କୁମାର ସେଠୀ

ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ବିଶ୍ୱ ହେପାଟାଇଟିସ୍ ଦିବସ। ବିଶ୍ୱ ସମୁଦାୟର ଜନସାଧାରଣଙ୍କୁ ସଚେତନ କରିବା ତଥା ହେପାଟାଇଟିସ୍ ରୋଗର ଦୂରୀକରଣ ପାଇଁ ପଦକ୍ଷେପ ନେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆପୋଲୋ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡଃ ସୁଶାନ୍ତ କୁମାର ସେଠୀ କହିଛନ୍ତି ।

ଯକୃତର ପ୍ରଦାହକୁ ହେପାଟାଇଟିସ୍ କୁହାଯାଏ। ତାହା ସାଧାରଣତଃ ପାଞ୍ଚ ପ୍ରକାରର ଭୂତାଣୁ ଯଥା ଏ, ବି, ସି, ଡି ଏବଂ ଇ ଦ୍ୱାରା ହୋଇଥାଏ। ତନ୍ ମଧ୍ୟରୁ ହେପାଟାଇଟିସ୍ ଏ ଏବଂ ଇ ଯାହା ଅତୀତରେ ଆମ ରାଜ୍ୟରେ ମହାମାରୀ ସୃଷ୍ଟି କରିସାରିଛି। ଦୂଷିତ ଖାଦ୍ୟ ପଦାର୍ଥ ଏବଂ ପାନୀୟ ଜଳ ଯୋଗୁଁ ହୋଇଥିବା ବେଳେ ‘ବି’ ଏବଂ ‘ସି’ ରକ୍ତ ତଥା ରକ୍ତ ଜନିତ ପଦାର୍ଥ, ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ମା ଠାରୁ ଶିଶୁକୁ ହୋଇଥାଏ। ହଇଜା ମଧ୍ୟ ଦୂଷିତ ପାନୀୟ ଜଳ ଯୋଗୁଁ ହୋଇଥାଏ ଯାହା ଏବେ ଆମ ରାଜ୍ୟରେ କାଶୀପୁରରେ ମହାମାରୀ ସୃଷ୍ଟି କରିଛି।

ହେପାଟାଇଟିସ୍ ‘ଏ’ ଏବଂ ‘ଇ’ ସାଧାରଣତଃ ଆପେ ଠିକ୍ ହୋଇଯାଇଥାଏ କିନ୍ତୁ ବିଶେଷରେ ‘ଯକୃତହାନି’ ମଧ୍ୟ କରିଥାଏ। ହେପାଟାଇଟିସ୍ ‘ବି’ ଏବଂ ‘ସି’ ଶରୀରରେ ରହି ସିରୋସିସ୍, ଯକୃତର କ୍ୟାନସର ଏବଂ ଲିଭରକୁ ନଷ୍ଟ କରେ ଯାହାକି ଯକୃତ ଜନିତ ମୃତ୍ୟୁର ପ୍ରମୁଖ କାରଣ ମାନ ହୋଇଥାଏ।

ଆମ ଦେଶରେ ସମୁଦାୟ ଜନସଂଖ୍ୟାର ୩ ରୁ ୫ ପ୍ରତିଶତ ହେପାଟାଇଟିସ୍ ‘ବି’ରେ ପୀଡିତ ଥିବା ବେଳେ ପାଖାପାଖି ୨ ପ୍ରତିଶତ ହେପାଟାଇଟିସ୍ ‘ସି’ ରେ ପୀଡିତ । ଅବଶ୍ୟ ଦେଶ ତୁଳନାରେ ଆମ ରାଜ୍ୟର ପରିସଂଖ୍ୟାନ ଯଥେଷ୍ଟ କମ୍ ରହିଛି। କିନ୍ତୁ ଏହା ବି ସତ ଯେ ଆମ ରାଜ୍ୟର ଦୁର୍ଗମ ତଥା ଗ୍ରାମାଞ୍ଚଳର ଏହାର ସର୍ବେକ୍ଷଣ ପ୍ରକୃତ ମାତ୍ରାରେ କରାଯାଇନାହିଁ।

ଚଳିତ ବର୍ଷର ବାର୍ତ୍ତା ରହିଛି ହେପାଟାଇଟିସ୍‌ର ଚିକିତ୍ସା ବା ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା। ହେପାଟାଇଟିସ୍ ରୋଗକୁ ଚିହ୍ନଟ କରିବା, ସାମାଜିକ ସ୍ଥଳୀରେ ଜନସାଧାରଣଙ୍କୁ ସଚେତନ କରିବା, ପୀଡିତ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା କରିବା, ରୋଗର ଚିହ୍ନଟ କରିବା ତଥା ସମସ୍ତଙ୍କ ସହଯୋଗର ଶତକଡା ଷାଠିଏ ଭାଗରୁ ଉଦ୍ଧ୍ର୍ବ ଦ୍ଧ୍ୱର୍ ହେପାଟାଇଟିସ୍ ବି ଏବଂ ସି ରେଗୀଙ୍କୁ ଚିହ୍ନଟ କରିବା ଏବଂ ତନ୍ମଧ୍ୟରୁ ଅଧାରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରି ସୁସ୍ଥ କରିବା ଆଦି ଏହି ବର୍ଷର ଲକ୍ଷ୍ୟ। ଏହା ଦ୍ୱାରା ହିଁ ଆମେ ୨୦୩୦ ସୁଦ୍ଧା ଏକ ହେପାଟାଇଟିସ୍ ମୁକ୍ତ ବିଶ୍ୱ ଗଠନ କରିପାରିବା।

-ବରିଷ୍ଠ ମୁଖ୍ୟ ପରାମର୍ଶଦାତା ପେଟ ଓ ଯକୃତ ରୋଗ ବିଭାଗ,
ଆପୋଲୋ ହସ୍ପିଟାଲ ତଥା ଓମେଗା ହେଲ୍ଥକେୟାର

ସମ୍ବନ୍ଧିତ ଖବର