ଆପଣଙ୍କ ପରିବାରରେ କେହି ଧୂମ୍ରପାନ କରୁଛନ୍ତି କି? ଏହି ଘରୋଇ ଉପାୟ ଆପଣାଇ ଛଡ଼ାନ୍ତୁ ଅଭ୍ୟାସ

ଧୂମ୍ରପାନ କରିବା ଶରୀର ପକ୍ଷେ କ୍ଷତିକାରକ; ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମ୍ରପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମ୍ରପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିବାରୁ କିଛି ଲୋକ ଚାହିଁଲେ ମଧ୍ୟ ଧୂମ୍ରପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ । ଆଜିକାଲି ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଧୂମ୍ରପାନ କରୁଛନ୍ତି । ଗବେଷଣାରୁ ଭାରତରେ ଅଧିକ ଲୋକ ଧୂମ୍ରପାନ କରନ୍ତି ବୋଲି ଜଣା ପଡ଼ିଛି । ତେବେ ଏଭଳି ସମସ୍ୟାରୁ ନିଜ ପରିବାର ଲୋକଙ୍କୁ ବା ନିଜକୁ ଦୂରେଇବା ପାଇଁ କିଛି ଘରୋଇ ଉପାୟ ଆପଣାନ୍ତୁ ।

୧. ଯେତେବେଳେ ବି ଧୂମ୍ରପାନ କରିବା ପାଇଁ ମନ ହେଉଛି ସେ ସମୟରେ ଲେମ୍ବୁ ରସରେ ମହୁ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଧୂମ୍ରପାନ କରିବାର ଇଚ୍ଛା ଆପଣଙ୍କର ଦୂର ହେବା ସହ ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରକୁ ଚାଲି ଆସିବ ।

NDTV Food

୨. ଧୂମ୍ରପାନର ଅଭ୍ୟାସକୁ ଦୂର କରିବା ପାଇଁ ଜୁଆଣି ପାଟିରେ ପକାଇ ଚୋବାଇବା ଆରମ୍ଭ କରନ୍ତୁ । ଆରମ୍ଭରୁ ଆପଣଙ୍କୁ ଏପରି କରିବାକୁ ଭଲ ନ ଲାଗି ପାରେ । କିନ୍ତୁ ପରେ ଦେଖିବେ ଧୀରେ ଧୀରେ ଆପଣଙ୍କ ଧୂମ୍ରପାନର ଅଭ୍ୟାସ କିପରି ଦୂର ହେଉଛି ।୩. ଗୁଜୁରାତି, ପାନମଧୁରୀ ଏବଂ ଶୁଖିଲା ଅଅଁଳାକୁ ମିଶାଇ ଏକ ପୁଡ଼ିଆ ତିଆରି କରନ୍ତୁ । ଯେତେବେଳେ ଧୂମ୍ରପାନ କରିବା ପାଇଁ ଇଚ୍ଛା ହେଉଛି ସେ ସମୟରେ ଏହି ପୁଡ଼ିଆକୁ ଚବାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଧୂମ୍ରପାନର ନିଶା ଛାଡ଼ିବା ସହ ଭୋକ ନ ଲାଗିବା ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Organic India

୪. ଧୂମ୍ରପାନ କରିବାର ଇଚ୍ଛା ହେଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨-୩ଟି ତୁଳସୀ ପତ୍ର ଚୋବାନ୍ତୁ । ଏପରି କରିବାର କିଛି ଦିନ ପରେ ଦେଖିବେ ଆପଣଙ୍କ ଧୂମ୍ରପାନ ଅଭ୍ୟାସ ଧୀରେ ଧୀରେ ଛାଡ଼ିଯିବ।

ସମ୍ବନ୍ଧିତ ଖବର