ପୂଜା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ସୁଫଳ ମିଳେ ଜାଣନ୍ତୁ

ପ୍ରତିଦିନ କୌଣସି ପ୍ରକାରେ ଈଶ୍ୱରଙ୍କୁ ଆରଧନା କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ।  ପ୍ରତ୍ୟେକ ଧର୍ମରେ ପୂଜାପାଠକୁ ନେଇ ଭିନ୍ନଭିନ୍ନ ନୀତିନିୟମ ରହିଛି। ତେବେ ଏହି ନୀତିନିୟମକୁ ଠିକ୍‌ ଭାବେ ପାଳନ କଲେ ପୂଜାର ସଠିକ୍‌ ଫଳ ମିଳିଥାଏ। ଆସନ୍ତୁ ଜାଣିବା ପୂଜା ସମୟରେ କେଉଁ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ।

୧. ସୂର୍ଯ୍ୟଦେବଙ୍କୁ ଶଙ୍ଖରେ ଜଳ ଅର୍ପଣ କରିବା କଥା ନୁହେଁ। ଏପରି କରିବା ଦ୍ୱାରା ଆପଣଙ୍କ ରବି ଦୁର୍ବଳ ହୋଇଥାଏ।

୨. କଦାପି ଭଗବାନ ଶିବ, ଗଣେଶ ଓ ଭୈରବ ଦେବଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।

୩. ରବିବାର ଦିନ ତୁଳସୀ ପତ୍ର ଓ ଦୁବ ତୋଳିବା କଥା ନୁହେଁ। ଏପରି କରିବା ଦ୍ୱାରା ଗ୍ରହଦୋଷ ଲାଗି ଥାଏ।

୪. ରାତିରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ, ଯଦି ଆବଶ୍ୟକ ପଡ଼ୁଛି ତେବେ ତିନିଥର ତାଳି ବଜାଇ ତୋଳନ୍ତୁ।

୫. ପୂଜା ସମୟରେ ବାଳଗୋପାଳଙ୍କୁ ପ୍ରତିଦିନ ତୁଳସୀ ଜଟା ଚଢ଼ାନ୍ତୁ। ଏହାଦ୍ୱାରା ଆପଣଙ୍କ ପୂଜା ସାର୍ଥକ ହୋଇଥାଏ।

୬. ଭଗବାନଙ୍କୁ ସ୍ନାନ କରାଇବା ପରେ ସେହି ପାଣିକୁ ତୁଳସୀ ଗଛ ମୂଳେ ଦିଅନ୍ତୁ ନାହିଁ। ଏହାକୁ ଅନ୍ୟ କୌଣସି ଗଛ ମୂଳରେ ଦେଇ ଦିଅନ୍ତୁ।

୭. ସ୍ନାନ ନ କରି ଯେଉଁ ତୁଳସୀ ପତ୍ର ତୋଳା ଯାଇଥାଏ ତାହାକୁ ଯଦି ପୂଜାରେ ଲଗାଯାଏ ତେବେ ସେହି ପୂଜା ସାର୍ଥକ ହୋଇ ନଥାଏ।

୮. ଅଶ୍ୱସ୍ତ ଗଛରେ ବୁଧବାର ଓ ରବିବାର ଜଳ ଅର୍ପଣ କରିବା କଥା ନୁହେଁ।

୯. ଘର ହେଉ ଅବା ମନ୍ଦିର ଯେଉଁଠାରେ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରୁଛନ୍ତି ସେଠାରେ ଏକ ଦୀପ ଜଳାନ୍ତୁ।

୧୦. ଗଙ୍ଗାଜଳକୁ ତମ୍ବା ବାସନରେ ହିଁ ରଖନ୍ତୁ, ପ୍ଲାଷ୍ଟିକ୍‌, ଲୁହା କିମ୍ବା ଆଲୁମିନିୟମ ବାସନରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗଙ୍ଗାଜଳର ପବିତ୍ରତା ନଷ୍ଟ ହୋଇଯାଇଥାଏ।

ସମ୍ବନ୍ଧିତ ଖବର