ଜୀବନ ଧାରଣ ପାଇଁ ଖାଦ୍ୟ ଅପରିହାର୍ଯ୍ୟ। ଆପଣା ରୁଚି ଓ ଆବଶ୍ୟକତା ଅନୁସାରେ ଲୋକେ ଭିନ୍ନ ଭିନ୍ନ ଖାଦ୍ୟ ଖାଆନ୍ତି। ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ର ଅନୁସାରେ, ଖାଦ୍ୟ ହିଁ ଜୀବନ, ଖାଦ୍ୟ ହିଁ ରୋଗର କାରଣ। ଖାଦ୍ୟ ଖାଇବା ପାଇଁ ଆୟୁର୍ବେଦରେ କିଛି ନୀତି ନିୟମ ମଧ୍ୟ ରହିଛି। ଅର୍ଥାତ୍‌ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ ଏବଂ କାହା ସହ କ’ଣ ଖାଇଲେ ଦେହରେ ବିଷକ୍ରିୟା ସୃଷ୍ଟି ହୁଏ।

Advertisment

publive-image

ଭୋଜନ ପରେ ଫଳ ଖାଆନ୍ତୁ ନାହିଁ: ସାଧାରଣ ଭୋଜନ ପରେ ଫଳ ଖାଇବା ଅନୁଚିତ। ଏହାର କାରଣ ହେଉଛି, ଫଳରେ ସରଳ ଶର୍କରା ଥିବାରୁ ଏହା ହଜମ ଆବଶ୍ୟକ କରେ ନାହିଁ। ତେଣୁ ଫଳ ପାକସ୍ଥଳୀରେ ଅଧିକ ସମୟ ରହେ ନାହିଁ। ଯଦି ସାଧାରଣ ଭୋଜନରେ ଚର୍ବି, ପୁଷ୍ଟିସାର ଏବଂ ଷ୍ଟାର୍ଚ ଆଦି ଥାଏ, ସେ ସବୁ ହଜମ ହେବା ପାଇଁ ପାକସ୍ଥଳୀରେ ଅଧିକ ସମୟ ରହେ। ତେଣୁ ଭୋଜନ ପରେ ଫଳ ଖାଇଲେ ସେଥିରେ ଥିବା ଶର୍କରା ଅଧିକ ସମୟ ପାକସ୍ଥଳୀରେ ରହି ପଚି ନିଶା ଦ୍ରବ୍ୟ ଭଳି ହୋଇଯାଏ।

publive-image

ଅନ୍ୟ କୌଣସି ଖାଦ୍ୟ ସହ ଦୁଗ୍‌ଧପାନ କରନ୍ତୁ ନାହିଁ: ଦୁଗ୍ଧ ନିଜେ ଗୋଟିଏ ପୂର୍ଣ୍ଣାଙ୍ଗ ଖାଦ୍ୟସାର। ହଜମ ପାଇଁ ଏହା ସ୍ୱତନ୍ତ୍ର ପ୍ରକ୍ରିୟା ଆବଶ୍ୟକ କରିଥାଏ। ଅନ୍ୟାନ୍ୟ ପୁଷ୍ଟିସାର ଯଥା:- ମାଂସ, ଅଣ୍ଡା, ବାଦାମ ଆଦି ଠାରୁ ଭିନ୍ନ। ଦୁଗ୍‌ଧ ପାକସ୍ଥଳୀରେ ହଜମ ନ ହୋଇ କ୍ଷୁଦ୍ରାନ୍ତ୍ରର ପ୍ରଥମ ମୁଣ୍ଡରେ ହଜମ ହୋଇଥାଏ। ତେଣୁ ଅନ୍ୟ ଆହାର ସହ କ୍ଷୀର ପାକସ୍ଥଳୀରେ ରହିଲେ ତାହା ପାଚକ ସର ସଂସ୍ପର୍ଶରେ ଆସି ପାରେ ନାହିଁ।

publive-image

କଠିନ ଓ ତରଳ ଆହାର: ଆୟୁର୍ବେଦ କହେ, କଠିନ ଖାଦ୍ୟ ସହ କୌଣସି ତରଳ ଖାଦ୍ୟ ଖାଇବା ଅନୁଚିତ। ତରଳ ଖାଦ୍ୟ ସମସ୍ତ ପାଚକ ରସ ଧରି ଜଲ୍‌ଦି ଅନ୍ତଃନଳୀକୁ ଚାଲିଯାଏ ତେଣୁ, କଠିନ ଖାଦ୍ୟ ହଜମ ହେବାରେ ବାଧା ଉପୁଜେ। କଠିନ ଖାଦ୍ୟ ଖାଇବାର ପ୍ରାୟ ୨୦ ମିନିଟ ପୂର୍ବରୁ ତରଳ ପଦାର୍ଥ ଖାଇବା ବିଧି। ତା’ଛଡ଼ା କଠିନ ଖାଦ୍ୟ ଖାଇବାର ଘଣ୍ଟାଏ ପରେ ଯାଇ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ।

publive-image

ଦୁଗ୍‌ଧ ଓ କଦଳୀ: ଆୟୁର୍ବେଦ ଅନୁସାରେ, ଏ ଦୁଇଟି ଚିଜ ଶରୀରରେ ଅଧିକ ବିଷକ୍ରିୟା ସୃଷ୍ଟି କରେ। କୁହାଯାଏ ଏହା ଶରୀରକୁ ଭାରୀ କରି ମସ୍ତିଷ୍କକୁ ମାନ୍ଦା କରି ପକାଏ। ଯଦି ନିହାତି ଆବଶ୍ୟକ କ୍ଷୀର ସହ ଅତ୍ୟଧିକ ପାଚିଲା କଦଳୀ ଖାଇ ହେବ। ତା’ସହ ଗୁଜୁରାତି ଏବଂ ଜାଇତ୍ରୀ ଖାଇଲେ ଆଉ ହଜମ କ୍ରିୟାରେ ବାଧା ଉପୁଜେ ନାହିଁ।

publive-image

ତୁଳସୀ ଓ ଦୁଗ୍‌ଧ: ଦୁଗ୍‌ଧ ସହ ତୁଳସୀ ଖାଆନ୍ତୁ ନାହିଁ। ଯଦି ଏ ଭଳି ପରିସ୍ଥିତି ଉପୁଜି ଥାଏ ତା’ହେଲେ ଉଭୟ ଜିନିଷ ଖାଇବା ମଧ୍ୟରେ ଅନ୍ୟୂନ ଅଧଘଣ୍ଟା ବ୍ୟବଧାନ ରଖନ୍ତୁ।

publive-image

ମାଂସ ଓ ଆଳୁ: ମାଂସ ଭଳି ପୁଷ୍ଟିସାର ଏବଂ ଆଳୁ ପରି ଶ୍ୱେତସାର ହଜମ ପାଇଁ ଭିନ୍ନ ଭିନ୍ନ ପାଚକ ରସ ଆବଶ୍ୟକ ହୋଇଥାଏ। ଯଦି ଏ ଦୁଇ ଜିନିଷକୁ ମିଶାଇ ଖିଆଯାଏ ତେବେ ଏଥିପାଇଁ ଲୋଡ଼ା ପାଚକ ରସ ପାକସ୍ଥଳୀରୁ ଏକକାଳୀନ ଝରେ। ଝରିବା ପରେ ଖାଦ୍ୟ ହଜମ କରିବା ପରିବର୍ତ୍ତେ ଏହା ପରସ୍ପରର କାର୍ଯ୍ୟଦକ୍ଷତାକୁ ନଷ୍ଟ କରି ପକାନ୍ତି। ଫଳରେ ପେଟରେ ଅଧିକ ବାୟୁ ସୃଷ୍ଟି ହୁଏ।