ଆପଣଙ୍କୁ ବାରମ୍ବାର ହାଇ ଆସୁଛି କି? ଏହି ସବୁ ଶାରୀରିକ ସମସ୍ୟା ନାହିଁ ତ !

ପ୍ରାୟତଃ ଲୋକମାନଙ୍କୁ ଘରେ, ଅଫିସ୍‌ରେ ବା ଚାଲୁଥିବା ସମୟରେ ଅନେକଥର ହାଇ ମାରୁଥିବାର ଦେଖାଯାଇଥାଏ। ଏହାକୁ ଆମେ ସାଧାରଣ କଥା ଭାବି ଅଣଦେଖା କରିଦେଇଥାଉ କି ବୋଧହୁଏ ଆମ ନିଦ୍ରଟି ସଂପୂର୍ଣ୍ଣ ହୋଇନି କିମ୍ବା କ୍ଳାନ୍ତି ଯୋଗୁଁ ହାଇ ଆସୁଛି । ଆଉ ଯଦି ଆପଣଙ୍କର ବି ଲଗାତାର ଭାବରେ ହାଇ ଆସୁଛି ତ ,ତେବେ ଆପଣ ସଚେତନ ହୋଇଯାଆନ୍ତୁୁ। କାହିଁକିନା ହାଇଆସିବା ବହୁ କିଛି ଗମ୍ଭୀର ଶାରୀରିକ ସମସ୍ୟାର ସଂକେତ ନେଇ ଆସିଥାଏ।

୧- ଶରୀରରେ ଅମ୍ଳଜାନ ଜନିତ ଅଭାବ ହାଇ ଆସିବାର ସବୁଠୁଁ ବଡ଼ କାରଣ ଅଟେ। ତେବେ ବିଶେଜ୍ଞେଙ୍କ ମତରେ, ଯଦି ବ୍ୟକ୍ତି ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନ ମିଳେ,ତେବେ ଏହା ହାଇ ଆସିବାର କାରଣ ହୋଇଥାଏ। ତେଣୁ ଏହି ହାଇ ହିଁ ବ୍ୟକ୍ତି ଶରୀରର ଅମ୍ଳଜାନର ଅଭାବକୁ ପୂରଣ କରିଥାଏ। ତେବେ ଶରୀରରେ ଲଗାତାର ଅମ୍ଳଜାନ ଜନିତ ଅଭାବ ହେବା ଯୋଗୁଁ ହୃଦୟ,ମସ୍ତିଷ୍କ, ଯକୃତ,କିଡ଼୍‍ନୀ ବି ପ୍ରଭାବିତ ହୋଇଥାଏ, ଯାହାକି ଶରୀରର ଫିଟ୍‌ନେସ୍‌ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ବ୍ଲଡ଼ପ୍ରେସର୍‌ ବି ଅନିୟଂନ୍ତ୍ରିତ ହୁଏ।

Livestrong.com

୨-ତେଣୁ ଏ ନେଇ ଅଣଦେଖା କରନ୍ତୁ ନାହିଁ: ନିଦ ଯଦି ସଂପୂର୍ଣ୍ଣ ହୁଏନି,ତେବେ ହାଇ ଆସିଥାଏ। ହେଲେ ଅଧିକ ପରିମାଣରେ ହାଇ ଆସିବା ବ୍ୟକ୍ତିର ହୃଦୟ ସହିତ ଜଡ଼ିତ ଥିବା ବିଭିନ୍ନ ସମସ୍ୟାର କାରଣ ହୋଇଥାଏ। ଯଦି ଶରୀରରେ ଅମ୍ଳଜାନର ମାତ୍ରା କମ ରହେ,ତେବେ ଏହାର ସଂପର୍କ ହୃତ୍‌ଘାତ ଜନିତ ସମସ୍ୟାକୁ ବି ଉପୁଯାଇଥାଏ। ଯଦି ଶରୀରରେ ଅମ୍ଳଜାନର ଅଭାବ ଦେଖାଯାଉଛି ତ ତେବେ ରକ୍ତକୁ ସଫା କରିବାକୁ ଅଧିକ ସମୟ ଲାଗେ। ପର୍ଯ୍ୟାପ୍ତ ନିଦ ନ ଆସିବା ଯୋଗୁଁ ବା କ୍ଳାନ୍ତିକୁ ନେଇ ମଧ୍ୟ ବ୍ୟକ୍ତିକୁ ହାଇ ଆସିଥାଏ। ତେଣୁ ଏହି ସମୟରେ ଆପଣ ଅଧିକ ମାତ୍ରାରେ ପାଣି ପିଅନ୍ତୁ। ଏହା ଆପଣଙ୍କର ହାଇ ଜନିତି ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଶରୀରରେ ହାଇଡ୍ରେଟ୍‌ ରହିଥାଏ ଏବଂ ଆପଣ ବି ଫ୍ରେସ୍‌ ଅନୁଭବ କରନ୍ତି।

୩-ଏମିତି ବଢ଼ିଥାଏ ସମସ୍ୟା! ଅଧିକ ମାତ୍ରାରେ କାର୍ଯ୍ୟ ଲାଗି ଓ ଅଳସୁଆ ଗୁଣ ପାଇଁ ବି ବ୍ୟକ୍ତି ଶରୀରରେ ହାଇ ସମସ୍ୟା ବଢ଼ିଥାଏ। ତେଣୁ ଆପଣ ଯେବେ ବି ଆପଣଙ୍କର ଅରୁଚି ଥିବା କାର୍ଯ୍ୟ କରି ବୋରିଙ୍ଗ୍‌ ହେଉଛନ୍ତି,ସେତେବେଳେ ଆପଣ ଟିକିଏ ଏପଟ ସେପଟ ହୋଇ ଟହଲ ମାରନ୍ତୁ। ତେବେ ଟହଲ ମାରିବାବେଳ ସର୍ବଦା ହିଁ ଆପଣ ଗଭୀର ନିଶ୍ୱାସ ନିଅନ୍ତୁ। ଏହାକୁ କିଛି ସମୟ ନିଜ ମଧ୍ୟରେ ରଖି ପରେ ଛାଡ଼ିଦିଅନ୍ତୁ। ଏମିତି କରିବା ଯୋଗୁଁ ଶରୀରକୁ ଭରପୂର ମାତ୍ରାରେ ଅମ୍ଳଜାନ ମିଳିଥାଏ। ତେବେ ଏ ନେଇ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିୟାର ଜଣେ ଗବେଷକ କହିଛନ୍ତି ଯେ,ହାଇ ଆସିବାର ପ୍ରମୁଖ କାରଣ ମସ୍ତିଷ୍କର କାର୍ଯ୍ୟକଳାପକୁ ବିଗାଡ଼ିବା ମଧ୍ୟ ହୋଇଥାଏ। ଆଉ ଯଦି ମସ୍ତିଷ୍କକୁ ପର୍ଯ୍ୟାପ୍ତ ଅମ୍ଳଜାନ ନ ମିଳେ ତ,ତେବେ ଏହା ମସ୍ତିଷ୍କରେ କାର୍ବନ ଡ଼ାଇଅକ୍ସସାଇଡ଼୍‍ର ମାତ୍ରାକୁ ବଢ଼ାଇଦିଏ, ଯାହାକି ମସ୍ତିଷ୍କ ଓ ଶରୀରକୁ ସଠିକ୍‌ ସୂଚନା ଦେବାରେ ଅସଫଳ ହୋଇଥାଏ। ଏହାଦ୍ୱାରା ଆମ ଫୁସ୍‌ଫୁସ୍‌ରେ କ୍ଷତି ପହଞ୍ଚେ।

-ଏତଦ୍‌ବ୍ୟତୀତ ଶରୀରରେ ଆଲର୍ଜି ସମସ୍ୟାକୁ ନେଇ ମଧ୍ୟ ହାଇ ଆସିଥାଏ।
-କୌଣସି ଏକ ରୋଗରେ ପୀଡ଼ିତ ଥିଲେ ବି ବ୍ୟକ୍ତି ହାଇ ମାରେ!
-ଅନେକ ସମୟରେ କିଛି ଔଷଧର ସେବନ ଯୋଗୁଁ ହେଉଥିବା ସାଇଡ଼୍‍ ଇଫେକ୍ଟ ନେଇ ହାଇ ଆସିଥାଏ।

ସମ୍ବନ୍ଧିତ ଖବର