ବାର୍ଷିକ ରାଶିଫଳ ୨୦୨୦

ଆପଣ ନିଜର ଯୋଗ୍ୟତାକୁ ଠିକ୍‌ ରୂପେ ପ୍ରମାଣିତ କରିବା ଲାଗି ବର୍ଷଟିଏ। ବର୍ଷର ପ୍ରଥମାର୍ଦ୍ଧରେ ନୂଆ ପରିଯୋଜନାରେ ପୁଞ୍ଜି ନିବେଶ କରିପାରନ୍ତି। ମାର୍ଚ୍ଚରୁ ନଭେମ୍ବର ମାସ ମଧ୍ୟରେ ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କୁ ବର୍ଷର ପ୍ରଥମ ଛଅ ମାସରେ ସଫଳତା ମିଳିବ। ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ ପରିବାରରେ କୌଣସି ଶୁଭକାର୍ଯ୍ୟ ହୋଇପାରେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ପ୍ରେମିକ ପ୍ରେମିକା ଲାଗି ବର୍ଷଟି ବେଶ୍‌ ଭଲ ରହିବ। ଇଂଜିନିୟରିଂ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ। ମେଷ ରାଶିର କେତେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବାର ସୁଯୋଗ ମିଳିବ। ଜାନୁଆରି, ମାର୍ଚ୍ଚ ଓ ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ଆପଣ ନିଜର ଦୃଢ଼ ମନୋବଳ ଓ ପ୍ରୟାସରେ ଅନେକ ଲକ୍ଷ୍ୟ ହାସଲ କରିନେବେ। ବର୍ଷର୍ର ପ୍ରଥମ କିଛି ମାସ କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ। ମଇ, ଜୁନ୍‌ ମାସରେ ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ବର୍ଷର ଶେଷ ଚାରି ମାସ ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ବର୍ଷଟି ମହତ୍ତ୍ୱପୂର୍ଣ୍ଣ। ଅପ୍ରେଲରୁ ଜୁନ୍‌ ମାସ ମଧ୍ୟରେ ବିଦେଶୀ ସଂପର୍କରୁ ଲାଭ ମିଳିବ। ଭୂସଂପତ୍ତି ଓ ବାହନ କିଣିବା ଯୋଗ ରହିଛି। ବୈବାହିକ ଜୀବନ ଆନନ୍ଦମୟ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଆଇନ ଛାତ୍ରମାନଙ୍କୁ ଏବର୍ଷ ବିଶେଷ ସଫଳତା ମିଳିବ। ଯେଉଁମାନଙ୍କର ମାଂସପେଶୀ ଓ ସ୍ନାୟୁଗତ ସମସ୍ୟା ଅଛି, ସେମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ବର୍ଷଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଯେଉଁମାନେ ଭାଗୀଦାରିରେ ବେପାର କରୁଛନ୍ତି ସେମାନଙ୍କୁ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଯଥେଷ୍ଟ ସଫଳତା ମିଳିବ। ଜାନୁଆରିରୁ ମାର୍ଚ୍ଚ ଓ ଜୁଲାଇରୁ ନଭେମ୍ବର ମାସ ଭିତରେ ଚାକିରିରେ ଆପଣଙ୍କ ଲାଗି ପଦୋନ୍ନତିର ଯୋଗ। ଆହୁରି ନୂଆ ଚାକିରିର ବି ସୁଯୋଗ ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ବର୍ଷର ଦିତୀୟାର୍ଦ୍ଧରେ ପୈତୃକ ସଂପତ୍ତିର ଭାଗବଣ୍ଟାକୁ ନେଇ ବିବାଦ ଉପୁଜିବାର ସମ୍ଭାବନ। ପ୍ରେମିକ ପ୍ରେମିକାଙ୍କ ଲାଗି ବର୍ଷଟି ଆନନ୍ଦଦାୟକ ରହିବ। ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ବିବାହ ଯୋଗ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ଯେଉଁମାନଙ୍କର ଗଣ୍ଠିବାତ ଓ ପେଟଜନିତ ସମସ୍ୟା ରହିଛି ସେମାନେ ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ।

ଚାକିରି ଓ ବ୍ୟବସାୟ ଦୃଷ୍ଟିରୁ ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ଅଧିକ ସଫଳତା ଓ ଲାଭ ପାଇବେ। ଜାନୁଆରିରୁ ଅପ୍ରେଲ ଓ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ବ୍ୟବସାୟିକ କାମରେ ଆପଣ ବିଦେଶ ଯାତ୍ରା କରି ସକାରାତ୍ମକ ପରିଣାମ ପାଇବେ। କ୍ରିକେଟ୍‌ ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପୁରୁସ୍କୃତ ହେବେ। ବର୍ଷର ଶେଷ ଛଅ ମାସ ପରିବାରରେ ଶାନ୍ତି ଓ ସଦ୍‌ଭାବର ବାତାବରଣ ବଜାୟ ରହିବ। ୨୭ରୁ ୩୧ ବର୍ଷର ଯୁବତୀଙ୍କ ଲାଗି ଅପ୍ରେଲରୁ ଜୁନ୍‌ ଓ ନଭେମ୍ବର ଡିସେମ୍ବର ମାସରେ ବିବାହ ଯୋଗ ରହିଛି। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ, ପରୀକ୍ଷାରେ ଭଲ କରିବେ। ପିତ୍ତ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।

ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣ ସକ୍ରିୟ ରହି ସବୁ କାମ କରିବେ ଏବଂ ଅନେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କ ଲାଗି ବର୍ଷଟି ଅତିଶୁଭ। ବର୍ଷର ପ୍ରଥମ ତିନି ମାସ ଓ ବର୍ଷର ଶେଷାର୍ଦ୍ଧରେ ପୁଞ୍ଜି ବଜାରରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କୁ ପୈତୃକ ସଂପତ୍ତିି ମିଳିବା ଯୋଗ ରହିଛି। ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମନର ଅମେଳ ରହିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଅଭିଭାବକଙ୍କ ସମ୍ମତି ନେଇ ବିବାହ କରିବେ। ଇଂଜିନିୟରିଂଙ୍କ ଛାତ୍ରଛାତ୍ରୀଙ୍କ ଲାଗି ଭଲ ସମୟ। ପରୀକ୍ଷାରେ ଖୁବ୍‌ ଭଲ କରିବେ। ମଧୁମେହ ରୋଗୀ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ଏବର୍ଷ ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସଞ୍ଚୟ ଅର୍ଥ କ୍ରମାନ୍ଵୟ ଭାବରେ ବୃଦ୍ଧି ହେବ। ବେପାର ବଣିଜରେ ପ୍ରଗତି କରିବେ। ଯଦି ଗତବର୍ଷ ଆପଣ କାହାରିକୁ ଟଙ୍କା ପଇସା ଧାର ଦେଇଛିନ୍ତି ତେବେ ଠିକଣା ସମୟରେ ସମସ୍ତ ଅର୍ଥ ଫେରସ୍ତ ପାଇ ପାରିବେ ନାହିଁ। ଚାକିିରିରେ ଏକ ମନଲାଖି ପରିବର୍ତ୍ତନ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ସୁଖମୟ ରହିବ। ଭୂସଂପତ୍ତି କିଣିବେ କିମ୍ବା ନୂଆ ଘର ନିର୍ମାଣ କରିବେ। ପ୍ରେମ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ ଏବଂ ସମ୍ବନ୍ଧରେ ମିଷ୍ଟତା ବୃଦ୍ଧି ହେବ। ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହାସଲ କରିବେ। ହଜମଜନିତ ସମସ୍ୟା ସୃଷ୍ଟି ହୋଇପାରେ।

କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ସତ୍ତେ୍ଵ ସେତେ ସଫଳତା ପାଇବାର ସମ୍ଭାବନା ନାହିଁ। ବ୍ୟବସାୟରେ ଢିଲା ହୁଅନ୍ତୁ ନାହିଁ। ମଇ ଜୁନ୍‌ ଦି’ ମାସ ଆପଣ ସାବଧାନ ନ ରହିଲେ ହଇରାଣରେ ପଡ଼ିଯାଇପାରନ୍ତି। ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ଚାକିରିରେ ବଦଳି ଯୋଗ। ନୂଆ ଚାକିରିର ବି ସୁଯୋଗ ଆସିବ। ଜୁନ୍‌ରୁ ନଭମ୍ବର ମାସ ମଧ୍ୟରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମନୋମାଳିନ୍ୟ ଲାଗି ରହିପାରେ। ପ୍ରେମିକ ପ୍ରେମିକା ଏବର୍ଷ ବିବାହ ସୁଖଲାଭ କରିବେ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଉଚ୍ଚଶିକ୍ଷା ଓ ସାକ୍ଷାତକାର ଲାଗି ସମୟ ଅନୁକୂଳ। ବାୟୁ ବିକାର, ବଦହଜମି ଓ ଗଣ୍ଠିବାତରେ ପୀଡ଼ିତ ହେବାର ସମ୍ଭାବନା।

ଏବର୍ଷ ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ରୂପେ ସହଯୋଗ ମିଳିବ। ବର୍ଷ ପ୍ରଥମ ଦି’ ମାସରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଋଣ ନେବାର ଆବଶ୍ୟକତା ପଡ଼ିଲେ ସହଜରେ ମିଳିଯାଇପାରେ। ବ୍ୟବସାୟୀଙ୍କର ଦୃଢ଼ ଆତ୍ମବିଶ୍ୱାସ ଧୀରେ ଧୀରେ ସଫଳତା ଆଡ଼କୁ ଆଗେଇ ନେଇଯିବ। ବର୍ଷର ଶେଷାର୍ଦ୍ଧରେ ଚାକିରିରେ ଦରମା ବୃଦ୍ଧି କିମ୍ବା ପଦୋନ୍ନତି ସହିତ ବଦଳି ହୋଇପାରନ୍ତି। ବୈବାହିକ ଜୀବନ ପ୍ରୀତିମୟ ହେବ। ପୁରୁଣା ଘରର ନବୀନକରଣ କରିପାରନ୍ତି। ଅବିବାହିତଙ୍କ ଲାଗି ଏବର୍ଷ ପ୍ରେମ ଓ ରୋମାନ୍‌ସ ଅପେକ୍ଷା କରି ରହିଛି। ଆଇନ ଏବଂ ଏମ୍‌.ବି.ଏ ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଖୁବ୍‌ ଭଲ। ଯେଉଁମାନଙ୍କର ହଜମଜନିତ ସମସ୍ୟା ରହିଛି, ସେମାନେ ସୁଷମ ଖାଦ୍ୟ ଖାଆନ୍ତୁ।

ଚାକିରି ବୃତ୍ତି ଦୃଷ୍ଟିରୁ ଆପଣଙ୍କ ଲାଗି ବର୍ଷଟି ଖୁବ୍‌ ଭଲ। ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ବୈଦଶିକ ବେପାରରେ ଆପଣଙ୍କୁ ସଫଳତା ମିଳିବ। ମାର୍ଚ୍ଚରୁ ଜୁନ୍‌ ମାସ ଭିତରେ ଆୟ କ୍ରମାନ୍ଵୟ ଭାବରେ ବୃଦ୍ଧି ହେବ। ମଇ ଜୁନ୍‌ ଦି’ ମାସ ଅନୁଭବୀ ବ୍ୟକ୍ତିଙ୍କ ମତ ନେଇ ନୂଆ ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଭଲ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ଜୀବନରେ ଅଧିକ ଆନନ୍ଦ ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଖୁବ୍‌ ଭଲ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ସାଧାରଣ ଭାବେ ଭଲ ରହିବ।

ବର୍ଷଟି ଆପଣଙ୍କ ଲାଗି ଉତ୍ତମ। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଅନେକ ସୁଯୋଗ ମିଳିବ। ଯେଉଁମାନେ ଚାକିରି ତଲାସରେ ରହିଛନ୍ତି ସେମାନଙ୍କୁ ଫେବ୍ରୁଆରି ମାର୍ଚ୍ଚ ମାସରେ ବଢ଼ିଆ ଚାକିରି ମିଳିଯିବ। ବେପାର ବଣିଜରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ମଇ ଓ ଜୁନ୍‌ ମାସରେ ଆର୍ଥିକ ସ୍ଥିତିରେ ଉଢ଼ାଣ ଗଡ଼ାଣ ଲାଗି ରହିପାରେ। ପାରିବାରିକ ଜୀବନ ସୁଖକର ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ବିବାହ ସୁଖ ଲାଭ କରିବେ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦେଲେ ଯାଇ ପରୀକ୍ଷା ଭଲ କରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ବର୍ଷ ଆରମ୍ଭରୁ ଆପଣ ନିଜର ପେସାରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଯେଉଁମାନେ ଭାଗୀଦାରିରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ବର୍ଷଟି ଅତିଶୁଭ। ଜାନୁଆରିରୁ ମାର୍ଚ୍ଚ ଏବଂ ଜୁନ୍‌ରୁ ନଭେମ୍ବର ମାସ ମଧ୍ୟରେ ଆପଣଙ୍କର ଉପାର୍ଜନ ଆପଣଙ୍କ ଆଶାକୁ ଟପିଯିବ। ମାତ୍ର ଏଥର ଅଧୀର ହୋଇଯିବା ଉଚିତ ହେବ ନାହିଁ। ବରଂ ନୂଆ ଯୋଜନା ବାବଦରେ ଚିନ୍ତା କରିବା ଦରକାର। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ରହଛି। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ବର୍ଷର ଶେଷାର୍ଦ୍ଧର୍ରେ ପାରିବାରିକ ଜୀବନରେ ଅଶାନ୍ତି ବଢ଼ିବାର ସମ୍ଭାବନା। ପ୍ରେମିକ ପ୍ରେମିକା ଲାଗି ବର୍ଷଟି ବଢ଼ିଆ ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ, ପରୀକ୍ଷାରେ ଭଲ କରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଚକ୍ଷୁରେ ସମସ୍ୟା ସୃଷ୍ଟି ହୋଇପାରେ।

ବର୍ଷର ପ୍ରଥମାର୍ଦ୍ଧରେ ଧନସଂପତ୍ତି, ମାନ ପ୍ରତିଷ୍ଠା ସବୁ କିଛି ପାଇପାରିବେ। ବିଦେଶ ବେପାର ଏବଂ ସେୟାର ବଜାରରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଚାକିରିଜୀବୀଙ୍କ ଲାଗି ବର୍ଷଟି ଖୁବ୍‌ ଭଲ। ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବ। ବୈବାହିକ ଜୀବନରେ ଆପଣ ଅନେକ ପ୍ରକାର ଅନୁଭବ କରିବେ। ବର୍ଷର ଶେଷାର୍ଦ୍ଧରେ ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମ ଜୀବନ ମଧୁର ରହିବ। ମଇରୁ ସେପ୍ଟେମ୍ବର ମାସ ମଧ୍ୟରେ ବିପରୀତ ଲୋକଙ୍କ ଦ୍ଵାରା ଗୁଜବର ଶିକାର ହୋଇପାରନ୍ତି ଏବଂ ଏହା ଆପଣଙ୍କ ପ୍ରେମ ସଂପର୍କକୁ ଆକ୍ରାନ୍ତ କରିବ। ଇଂଜିନିୟରିଂ ଓ ଆଇନ ଛାତ୍ରଛାତ୍ରୀମାନେ ଆଶାନୁରୂପ ଫଳ ପାଇବେ। ବର୍ଷର ଶେଷାର୍ଦ୍ଧରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କଫଜନିତ ରୋଗରେ ପୀଡ଼ିତ ହେବାର ସମ୍ଭାବନା।

ସମ୍ବନ୍ଧିତ ଖବର