publive-imageବର୍ଷର ପ୍ରଥମ ଛଅମାସ ବେପାର ବଣିଜରେ ପରିଶ୍ରମ ଅନୁସା‌େର ସଫଳତା ଓ ଲାଭ ପାଇବେ। ଯେଉଁମାନେ ଗତବର୍ଷରୁ ଓଡ଼ିଶା ବାହାରେ ବା ବିଦେଶରେ ବେପାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ସେମାନେ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ସଫଳତା ପାଇପାରିବେ। ଜନକଲ୍ୟାଣ କାର୍ଯ୍ୟ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ବର୍ଷଟି ବହୁତ ଭଲ। ଚାକିରିଜୀବୀଙ୍କର ମନଲାଖି ପରିବର୍ତ୍ତନ ହେବ। ବହୁ ରାଷ୍ଟ୍ରୀୟ କମ୍ପାନିରେ ଚାକିରିର ସୁଯୋଗ ଆସିବ। ବର୍ଷର ଶେଷାର୍ଦ୍ଧରେ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଧୈର୍ଯ୍ୟଧରି ନୂଆ କୌଶଳରେ କାମ କରିବାକୁ ହେବ। ଯେଉଁ ଦମ୍ପତିମାନଙ୍କର ବୈବାହିକ ଜୀବନ ଅଶାନ୍ତି ଭିତରେ ଦେଇ ଗତି କରୁଛି ସେମାନେ ଅଲଗା ଅଲଗା ରହିବେ କିମ୍ବା ଛାଡ଼ପତ୍ର ଦେଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ପ୍ରେମରେ ଦଗା ମିଳିପାରେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ମାର୍ଚ୍ଚ ମାସରୁ ରକ୍ତଚାପ ଓ ମଧୁମେହରେ ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

Advertisment

publive-imageବର୍ଷର ପ୍ରଥମ ଚାରିମାସ ଆପଣଙ୍କୁ ଅଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ହେବ। ଗ୍ରହ ଚଳନ ଦୃଷ୍ଟିରୁ ମଇରୁ ଜୁଲାଇ ମାସ ମଧ୍ୟରେ ଆୟରେ ଉନ୍ନତି, ଚାକିରିରେ ପଦୋନ୍ନତି, ନୂଆ ବେପାର ଶୁଭାରମ୍ଭ ଏବଂ କଳା ଜଗତରେ ଥିବା ଲୋକଙ୍କ ଲାଗି ବହୁତ ବଡ଼ ସୁଯୋଗ ଅପେକ୍ଷା କରି ରହିଛି। ଅବିବାହିତମାନେ ପ୍ରେମ ଆଳାପ ପାଇଁ ବଢ଼ିଆ ସୁଯୋଗ ପାଇବେ। ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଅଫିସ୍‌ରେ ନିଜକୁ ଶାନ୍ତରଖି ନିଜର କାମ କରିବାକୁ ହେବ। ହୋଇପାରେ ତ ଚାକିରି ବଦଳାଇବା ପାଇଁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ଜୀବନ ସୌହାର୍ଦପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀ ଅପ୍ରେଲ ମାସଠାରୁ ସୋସିଆଲ୍‌ ମିଡିଆରେ ସମୟ ବ୍ୟୟ ନକରି ଅଧିକ ପରିଶ୍ରମ କରନ୍ତୁ, ମନ ଚାହୁଁଥିବା କଲେଜରେ ନାମ ଲେଖିପାରିବେ। ଓଜନ ପ୍ରତି ଦୃଷ୍ଟି ଦିଅନ୍ତୁ। ହାଡ଼ଜାତ ରୋଗ, କାଶ ଓ କଫଜନିତ ରୋଗରେ ପୀଡ଼ିତ ହେବାର ସମ୍ଭାବନା।

publive-imageଜାନୁଆରିରୁ ଅପ୍ରେଲ ମାସ ମଧ୍ୟରେ ବେପାରରେ ଉନ୍ନତି, ଆୟରେ ବୃଦ୍ଧି, ବିଦେଶରେ ଚାକିରି, ସମାଜରେ ମାନପ୍ରତିଷ୍ଠା ବୃଦ୍ଧି, ଜମି କିଣାବିକାରେ ଯଥେଷ୍ଟ ଲାଭ, ପରିବାରରେ ଉତ୍ସବର ବାତାବରଣ ଏବଂ ପ୍ରେମ ସମ୍ବନ୍ଧ ବିବାହରେ ପରିଣତ ହେବ। ତା’ପରେ ଜୀବନରେ ଆଗକୁ ବଢ଼ିବା ପାଇଁ ଟିକେ ସଂଘର୍ଷ କରିବାକୁ ହେବ। ଆଖି ବନ୍ଦକରି କାହାରି ଉପରେ ଭରସା କରନ୍ତୁ ନାହିଁ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ ହେବ। ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି। ପରିବାରରେ ଅଶାନ୍ତି ବଢ଼ିପାରେ। କାନ୍ଦିବା ଯୋଗ ରହିଛି। ବିଦେଶରେ ଅଧ୍ୟୟନ ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କର ଆଶା ପୂରଣ ହେବ। ସମୟ ସମୟରେ ନିଜର ଏବଂ ବାପାମାଆଙ୍କ ସ୍ବାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

publive-image

ଗତବର୍ଷ ଯେଉଁପ୍ରକାର ଅଶାନ୍ତିରେ ଥିଲେ ଏବର୍ଷ କିଛି କମ୍‌ ରହିବ। ବର୍ଷର ପ୍ରଥମ ଚାରିମାସ କ୍ୟାରିୟରରେ କିଛି ପରିବର୍ତ୍ତନ ହୋଇପାରେ। ପରିବାରରେ ବୟସାଧିକ ବ୍ୟକ୍ତିଙ୍କର ସମ୍ମାନ କରନ୍ତୁ ଏବଂ ତାଙ୍କର ସମ୍ମତି ନେଇ କାମ କରନ୍ତୁ। ମଇ ମାସରୁ ପରିସ୍ଥିତି ଆପଣଙ୍କ ଲାଗି ଧୀରେ ଧୀରେ ଭଲ ହୋଇ ଆସିବ। ବ୍ୟବସାୟ ଓ ଚାକିରି ପାଇଁ ବିଦେଶ ଯାତ୍ରା ଫଳପ୍ରଦ ହେବ। ଘରର ସୌନ୍ଦର୍ଯ୍ୟକରଣ ଓ କାମ ମରାମତିରେ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି। ସପରିବାର ବଡ଼ ସହରକୁ ଛୁଟି କଟାଇବାକୁ ଯାଇପାରନ୍ତି। ପ୍ରେମ କରୁଥିବା ଯୁବକ ଯୁବତୀ ଏବର୍ଷ ମଇ ଜୁନ୍‌ ମାସରେ ବିବାହ କରିପାରିବେ। ଅବିବାହିତଙ୍କ ଲାଗି ନୂଆ ପ୍ରେମ ସଂପର୍କ ଅପେକ୍ଷା ରହିରହିଛି। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଭଲ ରହିବ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

publive-imageବର୍ଷର ପ୍ରଥମାର୍ଦ୍ଧରେ ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। ଯେମିତି ଯେମିତି ମାସ ଅତିବାହିତ ହେବାକୁ ଲାଗିବ ଆପଣଙ୍କୁ ଲାଗିବ ଆପଣ ବହୁତ କିଛି ହାସଲ କରିପାରିଛନ୍ତି। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ସଫଳତା ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଅଗଷ୍ଟ ସେପ୍ଟେମ୍ବର ମାସରେ ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ଲଗାନ୍ତୁ। ପରିବାରରେ ସୁଖସମୃଦ୍ଧି ବଜାୟ ରହିବ। ନୂତନ ଗୃହ ପ୍ରବେଶ ଯୋଗ ରହିଛି। ବର୍ଷର ଦ୍ବିତୀୟାର୍ଦ୍ଧରେ ଜମି ସମ୍ବନ୍ଧୀୟ ବା ପୈତୃକ ସଂପତ୍ତିକୁ ନେଇ ଲାଗି ରହିଥିବା ବିବାଦ ଦୂର ହୋଇପାରେ। ପ୍ରେମିକ ପ୍ରେମିକା ତର୍କବିତର୍କ ଓ ସମସ୍ୟାଠାରୁ ଦୂରରେ ରହନ୍ତୁ। ଉଚ୍ଚଶିକ୍ଷା ପାଇଁ ଏ ସାଲ ବହୁତ ଭଲ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ବାହାର କାମରେ ଗଲାବେଳେ ମୋଟର ଯାନ ସାବଧାନତାର ସହ ଚଳାନ୍ତୁ।

publive-imageଗବେଷଣା ଓ ଅନୁସନ୍ଧାନ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବର୍ଷଟି ବହୁତ ଭଲ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ତାଳମେଳ ବଜାୟ ରଖି ନିଜର କାମ କରନ୍ତୁ। ତରବରିଆ ଭାବେ ଚାକିରି ବଦଳାଇବାର ନିଷ୍ପତ୍ତି ନିଅନ୍ତୁ ନାହିଁ। ମାର୍ଚ୍ଚ ମାସରେ ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ଅପ୍ରେଲ ମାସରେ ଯଥେଷ୍ଟ ଲାଭ ପାଇବେ। ମଇ ମାସରୁ ଯେମିତି ଯେମିତି ଆଗକୁ ବଢ଼ିବେ ଆପଣଙ୍କୁ ଲାଗିବ ସମୟ ଆପଣଙ୍କ ପାଇଁ ଭଲ ହୋଇଆସୁଛି। କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେଇ ଜମିରେ ନିବେଶ କରନ୍ତୁ। ଚାକିରି, ବ୍ୟବସାୟ କାମରେ ବିଦେଶ ଯାତ୍ରା କରିବେ। ପରିବାରରେ ଶାନ୍ତି ବଜାୟ ରଖିବା ଲାଗି ଆପଣଙ୍କୁ ପ୍ରୟାସ କରିବାକୁ ହେବ। ଅବିବାହିତମାନେ ପ୍ରେମାଳାପ ପାଇଁ ଜୁଲାଇ ମାସରେ ଚମତ୍କାର ସୁଯୋଗ ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ତୈଳଯୁକ୍ତ ଶୁଖିଲା ଖାଦ୍ୟ ବର୍ଜନ କରନ୍ତୁ। ମେଦବୃଦ୍ଧି, ମାନସିକ ଅବସାଦର ଲକ୍ଷଣ ଦେଖାଦେବ।

publive-imageଏବର୍ଷ ବ୍ୟବସାୟ ଓ ଚାକିରିରେ ଆପଣଙ୍କୁ ଯଥେଷ୍ଟ ସମ୍ମାନ ଓ ଲାଭ ମିଳିବ। ବିଦେଶ ସହ ଜଡ଼ିତ ଆପଣଙ୍କର ଏବର୍ଷ ବ୍ୟବସାୟ ଓ ଚାକିରିରେ ଆପଣଙ୍କୁ ଯଥେଷ୍ଟ ସମ୍ମାନ ଓ ଲାଭ ମିଳିବ। ବିଦେଶ ସହ ଜଡ଼ିତ ଆପଣଙ୍କର କୌଣସି ସ୍ବପ୍ନ ପୂରା ହୋଇପାରେ। ରାଜନୀତିରେ ନିଜ ପ୍ରତି ଭାବ‌େର ଆଗକୁ ବଢ଼ିବାରେ ସଫଳ ହେବେ। ଯେମିତି ଯେମିତି ବର୍ଷ ଆଗକୁ ବଢ଼ିବ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କର ସଞ୍ଚୟକୁ ହ୍ରାସ କରିଦେଇପାରେ। ସମୟ ସମୟରେ ଆପଣଙ୍କର ମନ ଏକଲାରେ ରହିବାର ଇଚ୍ଛା ଜାଗିବ। କୌଣସି ଆଧ୍ୟାତ୍ମିକ ସଂସ୍ଥା ସହ ଯୋଡ଼ିପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ସତହେଲେ ସନ୍ତାନ ସଂପର୍କରେ କିଛି ଚିନ୍ତା ରହିବ। ପୈତୃକ ସଂପତ୍ତି ସଂପର୍କରେ କୌଣସି ପୁରୁଣା ବିବାଦ ଦୂର ହୋଇପାରେ। ବର୍ଷଟି ପ୍ରେମ ଜୀବନ ପାଇଁ ସେତେ ଭଲ ରହିବାର ସମ୍ଭାବନା ନାହିଁ। ଯେଉଁ ବାଣିଜ୍ୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କ ଆଶା ପୂରଣ ହେବ। ମଇ ମାସରୁ ହଜମଜନିତ ସମସ୍ୟା ଦେଖାଦେଇପାରେ।

publive-imageଏବର୍ଷ ଚାକିରିରେ ଉନ୍ନତି, ବିଦେଶ ଯାତ୍ରାରେ ସଫଳତା, ଶତ୍ରୁଙ୍କ ଉପରେ ଜୟ ଲାଭ କରିବେ। ଆପଣଙ୍କର ନେତୃତ୍ବ କରିବାର ଦକ୍ଷତା ବୃଦ୍ଧି ହେବ। ଆୟ ବଢ଼ାଇବା ପାଇଁ ଅଧିକ ପରିଶ୍ରମ କରି ସଫଳ ହେବେ। ଯଦି ଆପଣ କୌଣସି ଜମି ବା ଭବନର ଡିଲ୍‌ କରିବା ପାଇଁ ବିଚାର କରିଛନ୍ତି ତେବେ ସେଥିରେ କିଛି ବିଳମ୍ବ ହୋଇପାରେ। ଜୁନ୍‌ରୁ ନଭେମ୍ବର ମାସ ମଧ୍ୟରେ ନୂଆ ବାସଭବନ କିଣିବା ପାଇଁ ସାହସ ଜୁଟାଇ ପାରିବେ। ଏଥିରେ ଆପଣଙ୍କର ପରିବାର ଲୋକଙ୍କର ବି ଆପଣଙ୍କୁ ସାଥ୍‌ ମିଳିବ। ପାରିବାରିକ ଜୀବନ ବହୁତ ଭଲ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରନ୍ତୁ, ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ରଛାତ୍ରୀ ଚିତ୍ତଚାଞ୍ଚଲ୍ୟ ଠାରୁ ଦୂରରେ ରହି ପାଠପଢ଼ାରେ ଅଧିକ ସମୟ ଦିଅନ୍ତୁ। ମଇ ମାସରୁ କୋଲେଷ୍ଟ୍ରୋଲ ବଢ଼ିବ, ମାନସିକ ଅବସାଦରେ ରହିପାରନ୍ତି। ମଧୁମେହ ରୋଗୀ ସ୍ବାସ୍ଥ୍ୟରେ ଯତ୍ନ ନିଅନ୍ତୁ।

publive-imageବର୍ଷର ପ୍ରଥମ ଚାରି ମାସରେ ଆପଣ ଭଲ ରୋଜଗାର କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ଯେଉଁମାନେ ଚାକିରି ବଦଳାଇବା ଲାଗି, ବ୍ୟବସାୟରେ କିଛି ନୂଆ କରିବା ପାଇଁ ବିଚାର କରୁଛନ୍ତି ସେମାନଙ୍କ ଲାଗି ମଇ ମାସଠାରୁ ଆଗକୁ ସମୟ ବହୁତ ଭଲ ହୋଇପାରେ। ବିଦେଶରେ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତି ମଇ ମାସ ପରେ ପ୍ରୟାସ କରନ୍ତୁ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ଯେଉଁ ଦମ୍ପତିଙ୍କର ମନୋମାଳିନ୍ୟ ଲାଗିରହିଛି ସେମାନଙ୍କର ମଇରୁ ଡିସେମ୍ବର ମାସ ଭିତରେ ବିବାହ ବିଚ୍ଛେଦ ହୋଇପାରେ। ପ୍ରେମ ଜୀବନରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଏହା ଏତେ ବଡ଼ ହେବ ନାହିଁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଚନ୍ତାକରନ୍ତୁ ନାହିଁ, ସ୍ବାସ୍ଥ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

publive-image
୨୦୨୪ ମସିହା ଆପଣଙ୍କ ଲାଗି ଭାଗ୍ୟୋଦୟର ବର୍ଷ ହୋଇପାରେ। ଗତବର୍ଷରୁ ଯେଉଁ ଅଶାନ୍ତି ଭିତର ଦେଇ ଗତି କରିଆସୁଛନ୍ତି, ତାହା ଏବର୍ଷ ଧୀରେ ଧୀରେ ଦୂର ହୋଇଯିବ। କୌଣସି କାମ ଅର୍ଥ ପାଇଁ ଅଟକି ରହିବ ନାହିଁ। ଏଥିପାଇଁ ଆପଣ ନିଶ୍ଚିତ ରହନ୍ତୁ। ଏବର୍ଷ ଚାକିରି ଓ ବ୍ୟବସାୟରେ ନିଜର ମହତ୍ତ୍ବାକାଂକ୍ଷା ପୂରା କରିପାରିବେ। ବିଦେଶରେ ଚାକିରି କରିବାର ଆଶା ବର୍ଷର ଶେଷାର୍ଦ୍ଧରେ ପୂରଣ ହୋଇଯିବ। ସପରିବାର ଓଡ଼ିଶା ବାହାରକୁ ଛୁଟି କଟାଇବାକୁ ଯାଇପାରନ୍ତି। ପ୍ରେମ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ଏବଂ ମନ ଚାହୁଁଥିବା ପାଠ୍ୟକ୍ରମରେ ନାମ ଲେଖିପାରିବେ। ଜୁନ୍‌ରୁ ନଭେମ୍ବର ମାସ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

publive-image

ବର୍ଷର ପ୍ରଥମ ଚାରି ମାସ ବିଶେଷ ରୂପେ ଭଲ ରହିବ। ଯେଉଁ କାର୍ଯ୍ୟ ମନପ୍ରାଣ ଢାଳି କରିବେ ସେଥିରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ବ୍ୟବସାୟରେ ଆଗକୁ ବଢ଼ିବାର ଅବସର ପାଇବେ। ପୁରୁଣା ଜମି ବିକିବା ଏବଂ ନୂଆ ଜମି କିଣିବାରେ ଆପଣଙ୍କୁ ଲାଭ ହେବ। ଗତବର୍ଷ ଯେଉଁ ପ୍ରେମିକ ପ୍ରେମିକାଙ୍କର ବିବାହ କଥାବାର୍ତ୍ତାରେ ବାଧା ସୃଷ୍ଟି ହୋଇଥିଲା ସେମାନେ ଅପ୍ରେଲ ମାସ ଭିତରେ ବିବାହ କରିପାରିବେ। ମଇରୁ ଡିସେମ୍ବର ମାସ ଭିତରେ ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବେ। ହେଲେ ସମୟ ସମୟରେ ଅନୁଭବ କରିବେ ଯେ, ଆପଣଙ୍କ ପରିଶ୍ରମର ସେତେ ସୁଫଳ ପାଇପାରୁ ନାହାନ୍ତି। ଚାକିରିରେ ବଡ଼ ଫଇସଲା ନେଇପାରିବେ, କିନ୍ତୁ ନୂଆ ଚାକିରି ପାଇଁ ସମୟ ସେତେ ଭଲ ରହିବାର ସମ୍ଭାବନା ନାହିଁ। ପାରିବାରିକ ଜୀବନରେ ସୁଖଶାନ୍ତି ହ୍ରାସ ହେବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ, ପରୀକ୍ଷାରେ ଭଲ କରିବେ। ରକ୍ତଚାପ ରୋଗୀ ସ୍ବାସ୍ଥ୍ୟରେ ବିଶେଷ ଯତ୍ନ ନିଅନ୍ତୁ।
publive-image

ବର୍ଷ ଆରମ୍ଭରୁ ଆପଣ ଆବଶ୍ୟକତାଠାରୁ ଅଧିକ ଭାବିବେ, କିନ୍ତୁ ଏକ ଭଲକଥା ହେବ ଆପଣ ପରିଶ୍ରମୀ ହେବେ। ଯୋଗାଡ଼ରେ ନିଜର ସବୁ କାମ ପୂରା କରିବାରେ ସମର୍ଥ ହେବେ। ଏଥିପାଇଁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟକୁ ନେଇ କୌଣସି ବଡ଼ ଯୋଜନା କରନ୍ତୁ ନାହିଁ, ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ ଆଉ ଯେମିତି ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ। ଅପ୍ରେଲ ମାସ ମଧ୍ୟରେ ଆୟରେ ବୃଦ୍ଧି ହୋଇପାରେ ଏବଂ ଚାକିରିରେ ଉନ୍ନତିର ସୁଯୋଗ। ମଇ ମାସ ପରେ ଆପଣ କୌଣସି ନୂଆ ଚାକିରି ଖୋଜିପାରନ୍ତି। କୋର୍ଟ କଚେରି, ଚିକିତ୍ସା ଓ ପିଲାମାନଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ପାରିବାରିକ ଜୀବନରେ ସୁଖକର ହେବାର ସମ୍ଭାବନା ନାହିଁ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମଇ ଜୁନ୍‌ ମାସ ବେଳକୁ ବିବାହ ସୁଖଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ କମ୍‌ ମିଳିପାରେ। ଗୋଡ଼ବ୍ୟଥା ଓ ଚକ୍ଷୁରେ ସମସ୍ୟା ଉତ୍ପନ୍ନ ହୋଇପାରେ।