ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଯୋଗକୁ ଆପଣେଇଛନ୍ତି ତ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଯୋଗ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ନେଇ ଆଣି ଥୋଇ ନପାରିଲେ ସବୁର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ଆପଣ ବି ଯୋଗ କରନ୍ତୁ ଓ ନିଜକୁ ଫିଟ୍‌ ରଖନ୍ତୁ। ମାତ୍ର ମନେରଖନ୍ତୁ ଯେ ଏପରି କିଛି ଭୁଲ୍‌ କରିବସନ୍ତୁ ନାହିଁ ଯାହା ଓଲଟା ପ୍ରଭାବ ଦେଖାଇବ।

: ଯୋଗ କରିବା ପୂର୍ବରୁ ଭୁଲ୍‌ରେ ବି ଖାଆନ୍ତୁ ନାହିଁ। ଯୋଗ ସର୍ବଦା ଖାଲି ପେଟରେ କରିବେ। ଖାଇ ସାରି ଯୋଗ କଲେ ତାହାର ଓଲଟା ପ୍ରଭାବ ଭୋଗିବାକୁ ପଡ଼ିପାରେ।

: ଯଦି ଶରୀରରେ କିଛି ପ୍ରକାରର ଚୋଟ ଲାଗିଛି ତାହାଲେ ଯୋଗ କରନ୍ତୁ ନାହିଁ। ବିଶେଷ କରି ମହିଳାମାନଙ୍କୁ ନିଜ ରୁତୁସ୍ରାବ କାଳରେ ଯୋଗ କରିବା ମନା।

: ଯୋଗ ସମୟରେ ମସ୍ତିଷ୍କକୁ କେବଳ ସେହି କାମରେ ହିଁ ଲଗାନ୍ତୁ। ଫୋନ୍‌, ଟିଭି କିମ୍ବା ଅନ୍ୟ କୌଣସି ଆଡ଼େ ନିଜ ଧ୍ୟାନ ରଖି ଯୋଗ କରନ୍ତୁ ନାହିଁ।

: ଯୋଗ ଉପଯୋଗୀ ପୋଷାକ ପିନ୍ଧି ଯୋଗ କରନ୍ତୁ। ଅତ୍ୟଧିକ ଫିଟିଂ ପୋଷାକ ପିନ୍ଧି ଯୋଗ କରିବା ଶରୀର ପାଇଁ ଖରାପ ସାବ୍ୟସ୍ତ ହୋଇଥାଏ।

: ଯୋଗ କରି ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

: କୌଣସି ବି ଯୋଗାସନ ଜବରଦସ୍ତି କରନ୍ତୁ ନାହିଁ। କିଛି ଯୋଗାସନକୁ ହାସଲ କରିବା ପାଇଁ ଜୋର୍‌ଜବରଦସ୍ତ କଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର