ଆପଣ କେମିତି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି? ଜାଣନ୍ତି କି ଆପଣଙ୍କ ଖାଦ୍ୟ ପସନ୍ଦ କହିବ ଆପଣ କି ଧରଣର ବ୍ୟକ୍ତି। ଅଷ୍ଟ୍ରିଆର ଏକ ଗବେଷକ ଦଳ ନିକଟରେ କରିଥିବା ଏକ ଗବେଷଣା ପରେ ଜାଣିବାକୁ ପାଇଛନ୍ତି ଯେ ଭିନ୍ନ ଖାଦ୍ୟ ପସନ୍ଦର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ। ଏହି ଗବେଷଣାରେ ଗବେଷକ ୯୫୩ ଜଣ ଲୋକଙ୍କୁ ସାମିଲ୍ କରିଥିଲେ। ସାମିଲ୍ ହୋଇଥିବା ସମସ୍ତ ପ୍ରତିଭାଗୀଙ୍କ ଖାଦ୍ୟ ଓ ପାନୀୟ ପସନ୍ଦ ଅନ୍ୟଠୁ ଭିନ୍ନ। ଏହି ଗବେଷଣାରେ କଡ଼ା, ଖଟ୍ଟା, ଲୁଣିଆ ଏବଂ ମିଠା ଆଦି ଖାଦ୍ୟ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କୁ ସାମିଲ୍ କରାଯାଇଥିଲା। କେବଳ ଖାଇବାକୁ ଦିଆଯାଇ ନଥିଲା, ପ୍ରତିଭାଗୀମାନଙ୍କୁ ବ୍ୟକ୍ତିତ୍ୱ ସଂପର୍କିତ କିଛି ପ୍ରଶ୍ନ ମଧ୍ୟ ପଚରାଯାଇଥିଲା। ଖାଦ୍ୟ ପସନ୍ଦ ଏବଂ ଉତ୍ତରକୁ ମିଳାଇବା ପରେ ବ୍ୟକ୍ତିତ୍ୱ ଜାଣିବାରେ ସହଜ ହୋଇଥିଲା।
/sambad/media/post_attachments/wp-content/uploads/2018/01/indian-chicken-jalfrezi-curry-horiz_zsexja-300x201.jpg)
ଗବେଷଣାରୁ ଜଣାପଡ଼ିଲା ଯେଉଁମାନେ କଡ଼ା ବା ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ସେମାନେ ସାମାନ୍ୟ ଅଣସାମାଜିକ। ସମାଜ ଭିତରେ ରହି ମଧ୍ୟ ନିଜକୁ ଭିନ୍ନ ମନେ କରନ୍ତି। ନକାରାତ୍ମକ କଥା ଚିନ୍ତା କରନ୍ତି। ଡ. ଖ୍ରୀଷ୍ଟିୟାନ୍ ସାଗିଓଗୋଲୁ ଏବଂ ଡ. ତୋବିଆସ୍ ଗ୍ରେଟ୍ମେୟର୍ ଗବେଷଣା କରିବା ପରେ ଜାଣିବାକୁ ପାଇଛନ୍ତି ଯେ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କଠୋର ହେବା ସହ ଏମାନେ ଅନେକ ସମୟରେ ଶତ୍ରୁତା ଭାବ ଆଚରଣ କରିବାକୁ ପସନ୍ଦ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/946c83e9-5392-4405-b652-4ed6fa66787e-pv.jpg)