ବ୍ରେନ୍ ଟ୍ୟୁମର ମସ୍ତିଷ୍କ ସହ ଜଡ଼ିତ ଏକ ଗମ୍ଭୀର ସମସ୍ୟା ଅଟେ । ଏହି ସମସ୍ୟାର ସମାଧାନ ଯଦି ଠିକ୍ ସମୟରେ ନ କରାଯାଏ, ତେବେ ଜୀବନହାନି ଘଟିଥାଏ । ଏହି ରୋଗର ଲକ୍ଷଣ ଜାଣିବା କଷ୍ଟକର ହୋଇଥିଲେ ମଧ୍ୟ ଆଖିର ରଙ୍ଗ ପରିବର୍ତ୍ତନରୁ ଆପଣ ଏହି ରୋଗ ବିଷୟରେ ଜାଣି ଚିକିତ୍ସା କରି ପାରିବେ । ଆଖି ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ସହ ଜଡ଼ିତ ଥିବାରୁ ଏହା ଜରିଆରେ ଆପଣମାନେ ବ୍ରେନ୍ ଟ୍ୟୁମର,ମଧୁମେହ ଏବଂ ହାଇ କୋଲେଷ୍ଟ୍ରଲ ରୋଗ ବିଷୟରେ ସହଜରେ ଜାଣି ପାରିବେ । ଆସନ୍ତୁ ଜାଣିବା କେମିତି ଆପଣମାନେ ଆଖିରୁ ବିଭିନ୍ନ ରୋଗ ବିଷୟରେ ଜାଣିବେ....
୧.ଶରୀରର ବିଭିନ୍ନ ଅଙ୍ଗ ପରସ୍ପର ସହ ଜଡ଼ିତ । ସେହିଭଳି ଭାବରେ ଆଖି ମଧ୍ୟ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଏବଂ ଆପ୍ଟିକ୍ ନର୍ଭସ ମସ୍ତିଷ୍କ ସହ ଯୋଡ଼ି ହୋଇ ରହିଥାଏ । ଯଦି ଆଖିର ରକ୍ତ ବାହିକା ବା ଆପ୍ଟିକ ନର୍ଭରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାଯାଏ, ତେବେ ତାହା ବ୍ରେନ୍ ଟ୍ୟୁମରର ସଙ୍କେତ ହୋଇଥାଏ ।
୨.ବେଳେ ବେଳେ ହଠାତ୍ ଆଖି ସାମ୍ନାରେ ଗୋଟେ ପରଦା ପଡ଼ିବା ଭଳି ଦେଖାଯାଏ । ଯାହାଦ୍ୱାରା କିଛି ସମୟ ପାଇଁ ଆପଣମାନେ କିଛି ଜିନିଷ ଦେଖି ପାରନ୍ତି ନାହିଁ । କିନ୍ତୁ ଏହାକୁ ଆପଣମାନେ ସାଧାରଣ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ କମ ସମୟ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଇବା ହାଇ କୋଲେଷ୍ଟ୍ରଲର ଲକ୍ଷଣ ହୋଇଥାଏ ।
/sambad/media/post_attachments/wp-content/uploads/2018/11/download-1-9-300x168.jpg)
୩. ଯଦି ଆପଣଙ୍କ ଆଖି ଥକିବା ଭଳି ବା ଲାଲ ପଡ଼ିବା ଭଳି ଦେଖାଯାଉଛି । ତେବେ ତାହା ଅନିଦ୍ରାର ସମସ୍ୟା ବୋଲି ଜାଣି ନିଅନ୍ତୁ । ଏଭଳି ପରିସ୍ଥିତିରେ ଠିକ୍ ଭାବରେ ଶୋଇବା ନିହାତି ଆବଶ୍ୟକ ।
୪.ମଧୁମେହ ରୋଗ ହେଲେ ମଧ୍ୟ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ । ହଠାତ୍ ଦେଖିବାରେ ଅସୁବିଧା ଅନୁଭବ ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।