ଆପଣ ଯଦି ମନୋବିଜ୍ଞାନ ଛାତ୍ର ହୋଇଥିବେ ତେବେ ନିଶ୍ଚୟ ଏପରି କିଛି ପ୍ରାକ୍ଟିକାଲ୍ର କ୍ଲାସ୍ର ସମ୍ମୁଖୀନ ହୋଇଥିବେ। ଛାତ୍ରଛାତ୍ରୀମାନଙ୍କୁ ମନୋବିଜ୍ଞାନ ବିଷୟରେ ଅଧିକରୁ ଅଧିକ ସୂଚନା ଦେବା ସକାଶେ ପ୍ରିୟ ରଂଗ, ପ୍ରିୟ ଋତୁ, ପ୍ରିୟ ବାର ଆଦି ବିଭିନ୍ନ ପ୍ରଶ୍ନ ପଚରାଯାଏ। ଆଜି ଆମେ ଜାଣିବା ଆମ ରଂଗ ପସନ୍ଦରୁ ଆମର ବ୍ୟକ୍ତିତ୍ୱ କିପରି।
ଯଦି ଆପଣଙ୍କ ପ୍ରିୟ ରଂଗ ନୀଳ ତେବେ ଆପଣଙ୍କ ପାଣି ପ୍ରତି ସାମାନ୍ୟ ଦୁର୍ବଳତା ରହିଥିବ ନିଶ୍ଚୟ। ନୀଳ ରଂଗକୁ ଭଲପାଉଥିବା ବ୍ୟକ୍ତିମାନେ ସାଧାରଣତଃ ଟିକେ ଶାନ୍ତ ପ୍ରିୟ ହୋଇଥାନ୍ତି।
ସବୁଜ ରଂଗକୁ ଭଲପାଉଥିବା ବ୍ୟକ୍ତି ସୂକ୍ଷ୍ମ ଏବଂ ଭାବପ୍ରବଣ ହୋଇଥାନ୍ତି। ସେମାନେ କୋଳାହଳ ପରିବେଶକୁ ବିଶେଷ ପସନ୍ଦ କରନ୍ତି। ଏକା ରହିବାକୁ ଆଦୌ ଭଲପାଆନ୍ତି ନାହିଁ।
/sambad/media/post_attachments/wp-content/uploads/2018/06/images-32.jpg)
ଯେଉଁ ବ୍ୟକ୍ତିଙ୍କର ପ୍ରିୟ ରଂଗ ନାଲି ସେମାନେ ଜୀବନକୁ ଖୁବ୍ ଭଲପାଆନ୍ତି। ହସଖୁସିରେ ମଜି ଯାଇ ଜୀବନକୁ ଉପଭୋଗ କରିବାରେ ଏମାନେ ଧୁରନ୍ଧର। ଏମାନେ ଶକ୍ତିଶାଳୀ ହେବା ସହ ପ୍ରଭାବଶାଳୀ ବି ହୋଇଥାନ୍ତି।
ଯଦି ଆପଣଙ୍କ ପ୍ରିୟ ରଂଗ କଳା ତେବେ ଆପଣ ଖୁବ୍ ଉତ୍ସାହୀ ସ୍ୱଭାବର। ଅନ୍ୟର ସଫଳତା ଦେଖି ପ୍ରେରିତ ହେବାର କଳା ଆପଣଙ୍କ ନିକଟରେ ରହିଛି। ଆଗକୁ ବଢ଼ିବାର ଇଚ୍ଛା ପ୍ରବଳ ରହିଥାଏ କଳା ରଂଗ ପ୍ରିୟ ବ୍ୟକ୍ତିଙ୍କର।
କମଳା ରଂଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ଉଭୟ ଶାରିରୀକ ଓ ମାନସିକ କ୍ଷେତ୍ରରେ ସକ୍ରିୟ। ଏମାନେ ଟିକେ ଆଗ କୁହା ସ୍ୱଭାବର ବି ହୋଇଥାନ୍ତି।
ଯେଉଁମାନଙ୍କ ପ୍ରିୟ ରଂଗ ବାଇଗଣୀ ସେମାନେ କୌଣସି ବି ପରିସ୍ଥିତିରେ ଖୁସି ଖୋଜି ପାଆନ୍ତି ନାହିଁ। ଏମାନଙ୍କ ଜୀବନ ବିଶାଦଗ୍ରସ୍ତ ହୋଇଥାଏ।
ଗୋଲାପୀ ରଂଗ ପ୍ରିୟ ବ୍ୟକ୍ତି ସତର୍କ ହୋଇଥାନ୍ତି। ଏମାନେ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରନ୍ତି।
ହଳଦିଆ ରଂଗ ପ୍ରିୟ ବ୍ୟକ୍ତିମାନେ ମୁଖ୍ୟତଃ ଲାଜୁଆ ସ୍ୱଭାବର। ଜୀବନ ପ୍ରତି ଏମାନଙ୍କର ଅହେତୁକ ଆକର୍ଷଣ ରହିଥିବା ହେତୁ ସାମାନ୍ୟ ଭୟାଳୁ ମଧ୍ୟ ହୋଇଥାନ୍ତି।
ଧଳା ରଂଗ ପସନ୍ଦ କରୁଥିବା ବ୍ୟକ୍ତି ଶାନ୍ତି ପ୍ରିୟ ହୋଇଥାନ୍ତି। ଏମାନେ କୋଳାହଳ ପରିବେଶରେ ଆଦୌ ନିଜକୁ ଖାପ ଖୁଆଇ ପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/images-1-24.jpg)