ଆପଣ ହୁଏତ ଜାଣିଥିବେ ଯେ ପରିବେଶ ହିଁ ସୁସ୍ଥ ଓ ଅସୁସ୍ଥତାର ପ୍ରମୁଖ କାରଣ। ଉତ୍ତମ ପରିବେଶରେ ରହିଲେ ଶରୀର ସୁସ୍ଥ ରହିଥାଏ। ଅସ୍ୱଚ୍ଛତା ହିଁ ଅସୁସ୍ଥତାର ପ୍ରଧାନ କାରଣ। ଯେହେତୁ ଶକ୍ତି ପ୍ରତ୍ୟେକ ସ୍ଥାନରେ, ତେଣୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆମ ଚାରି ପାଖରେ ରହିଛି। ଏକଥା ଆପଣ ନିଶ୍ଚୟ ଜାଣିଥିବେ ଯେ ଯେଉଁ ଶକ୍ତି ଆମ ଘରେ ଥାଏ ତାହା ଆମ ଜୀବନକୁ ବିଶେଷ ପ୍ରଭାବିତ କରିଥାଏ। ତେଣୁ, ସଦା ଘରୁ ସକାରାତ୍ମକ ଶକ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା କରିବା ଉଚିତ। ବେଳେ ବେଳେ ଆପଣ ଅନୁଭବ କରିଥିବେ ଯେ ମନ ଆଦୌ ପ୍ରଫୁଲ୍ଲ ଥାଏ ମାତ୍ର ଘର ଭିତରକୁ ପ୍ରବେଶ କଲେ ନୈରାଶ୍ୟ ଭରିଯାଏ। ତାହାର କାରଣ ନିମ୍ନରେ ଉଲ୍ଲେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘର ଭିତରୁ ଯଦି ଦୁର୍ଗନ୍ଧ ଆସେ ତେବେ ମନ ବିଶାଦପୂର୍ଣ୍ଣ ହୋଇଯାଏ। ତେଣୁ ଘର ଚାରିପାଖରେ ବାସ୍ନା ଗଛ ଲଗାନ୍ତୁ। ପରିବେଶ ସକାରାତ୍ମକ ଲାଗିବ।
ଘରର ଝରକା ବଡ଼ ବଡ଼ କରନ୍ତୁ। ଫଳରେ ବାହାରର ପବନ ଠିକ୍ ଭାବେ ଘର ଭିତରକୁ ପ୍ରବେଶ କରିପାରିବ। ଖୋଲା ପବନ ଦେହରେ ବାଜିଲେ ମନ ପ୍ରଫୁଲ୍ଲ ରହିଥାଏ।
ଭଙ୍ଗାରୁଜା ସାମଗ୍ରୀ ଘରେ ରଖନ୍ତୁ ନାହିଁ। ସେପରି ସାମଗ୍ରୀ ଆଖିରେ ପଡ଼ିରେ ମନରେ ନକାରାତ୍କକ ଭାବ ସୃଷ୍ଟି ହୁଏ।
ସବୁବେଳେ ଘରର ଆସବାପତ୍ରକୁ ଠିକ୍ ସ୍ଥାନରେ ରଖନ୍ତୁ। ଘର ଅସଜଡ଼ା ରହିଲେ ବି ତାହାର ପ୍ରଭାବ ମନ ଉପରେ ପଡ଼ିଥାଏ।