ଠିକ୍‌ ସମୟରେ ମାସିକ ଧର୍ମ ହେବାରେ ଅସୁବିଧା ହେଉଥିଲେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ମହିଳାମାନଙ୍କୁ ୩-୪ଦିନ ପର୍ଯ୍ୟନ୍ତ ମାସିକ ଧର୍ମର କଷ୍ଟକୁ ସହିବାକୁ ପଡ଼ିଥାଏ । ସାଧାରଣତଃ ୨୧ଦିନ ପରେ ମହିଳାମାନଙ୍କର ମାସିକଧର୍ମ ହୋଇଥାଏ । କିନ୍ତୁ ବେଳେ ବେଳେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାଫଳରେ ମାସିକଧର୍ମ ହେବାରେ ବିଳମ୍ବ ହୋଇଥାଏ । ବିଶେଷ କରି ଠିକ୍‌ ସମୟରେ ନଖାଇବା, ଠିକ୍‌ ସମୟରେ ନ ଶୋଇବା, ଚିନ୍ତାଗ୍ରସ୍ତ ରହିବା ଇତ୍ୟାଦି ମାସିକଧର୍ମ ବିଳମ୍ବ ହେବାର କାରଣ ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ପ୍ରତି ଦିନର ଖାଦ୍ୟରେ ଏହି ସବୁ ଜିନିଷକୁ ମିଶାଇ ଖାଇବା ଆରମ୍ଭ କରନ୍ତୁ ।
୧.ଯଦି ଆପଣଙ୍କ ଠିକ୍‌ ସମୟରେ ମାସିକଧର୍ମ ହେଉ ନାହିଁ, ତେବେ ଆଜିଠାରୁ କଞ୍ଚା ଅମୃତଭଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲ୍‌ସିୟମ, ଭିଟାମିନ୍‌ A ଏବଂ ଆଇରନ ରହିଥାଏ, ଯାହା ମାସିକଧର୍ମ ସହ ଜଡ଼ିତ ସବୁ ପ୍ରକାରର ସମସ୍ୟାକୁ ଦୂର କରିଥାଏ । ଯେଉଁ ତାରିଖରେ ଆପଣଙ୍କ ମାସିକଧର୍ମ ହେବାକୁ ଥିବ ତାହାର ଗୋଟେ ଦିନ ପୂର୍ବରୁ ଅମୃତଭଣ୍ଡାକୁ ଦହିରେ ମିଶାଇ ଖାଆନ୍ତୁ ।

infoviral.net

୨. ମାସିକଧର୍ମର ସମସ୍ୟା ଦୂର କରିବା ପାଇଁ ବାଦାମ ସହିତ ଖଜୁରୀ ଖାଇବା ଆରମ୍ଭ କରନ୍ତୁ । ରାତିରେ ୪ଟି ବାଦାମ ଏବଂ ୨ଟି ଖଜରୀକୁ ପାଣିରେ ବୁଡ଼ାଇ ରଖି ଦିଅନ୍ତୁ । ସକାଳେ ଏଥିରେ ମିଶ୍ରି ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହା ପରେ ଏହି ମିଶ୍ରଣରେ ଲହୁଣୀ ମିଶାଇ ଖାଆନ୍ତୁ । ଯାହା ଦ୍ୱାରା ଆପଣଙ୍କର ମାସିକଧର୍ମକୁ ନେଇ ହେଉଥିବା ସମସ୍ୟା ଦୂର ହୋଇଯିବ ।
୩. ଘିକୁଆଁରୀର ସେବନ ଦ୍ୱାରା ମଧ୍ୟ ମାସିକଧର୍ମକୁ ନେଇ ହେଉଥିବା ସମସ୍ୟା ଦୂର ହୋଇଥାଏ । ସବୁବେଳେ ସକାଳୁ ଉଠି ୫୦ ଗ୍ରାମ ଘିକୁଆଁରୀକୁ ଗୋଟେ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ । ଏହାକୁ ପିଇବାର ଏକ ଘଣ୍ଟା ପୂର୍ବରୁ ବା ଏକ ଘଣ୍ଟା ପର ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ।

Medical News Today

୪. ଅଙ୍ଗୁର ପାଟିକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଲାଭ ଦାୟକ । ଏହାର ଗୋଟେ ଗ୍ଲାସ ରସକୁ ପିଇବା ଦ୍ୱାରା ମାସିକଧର୍ମ ବିଳମ୍ବ ହେଉଥିବା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର