ସାଧାରଣତଃ ଯେଉଁଠାରେ ଅନ୍ୟମାନେ ହସୁଥାଆନ୍ତି,ସେଠାରେ କାହିଁକି ଲୋକମାନେ ‘ଡ଼ିପ୍ରେସନ୍ ବା ଅବସାଦଗ୍ରସ୍ତତା’ର ନିକଟତର ହୁଅନ୍ତି? ତେବେ ଏ ନେଇ ଏକ ଗବେଷଣାରୁ ଜଣାଯାଇଛି ଯେ, ବର୍ତ୍ତମାନ ଭାରତରେ ୫ କୋଟିରୁ ଅଧିକ ଲୋକ ଏହି ‘ଡ଼ିପ୍ରେସନ୍ ବାଅବସାଦଗ୍ରସ୍ତତା’ର ଶିକାର ହୋଇଛନ୍ତି। ଏଥିସହିତ ବର୍ଷ ୨୦୨୦ ମଧ୍ୟରେ ଏହା ସବୁଠାରୁ ବଡ଼ ରୋଗ ଭାବରେ ସାମ୍ନାକୁ ଆସିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି।
ଆଜି ଆମେ ଆପଣଙ୍କୁ ଏନେଇ ଏପରି କିଛି ତଥ୍ୟ ବିଷୟରେ ଜଣାଇବୁ, ଯେଉଁଥିରେ କି ଆପଣ ଏହି ଅବସାଦଗ୍ରସ୍ତତାର ଶିକାର ହୋଇଛନ୍ତି ବୋଲି ଜାଣିପାରିବେ। ଜସ୍ଲୋକ୍ ହସ୍ପିଟାଲ୍,ମୁମ୍ବାଇର ମେଡ଼ିସିନ୍ ରିସର୍ଚ୍ଚର ଡ଼ାଇରେକ୍ଟର ଏବଂ ନ୍ୟୁରୋଫିଜିଏଟ୍ରିକ୍ ଡ଼ା ରାଜେଶ୍ ପାରିଖ୍ ନିମ୍ନୋକ୍ତ ମତ ଦେଇଛନ୍ତି। ଏଥିସହିତ ଏଥିରୁ ମୁକୁଳିବାର ଉପାୟକୁ ମଧ୍ୟ ଜଣାଇଛନ୍ତି। ତେଣୁ ଯଦି ଆପଣ ଆପଣଙ୍କର ନିଜ ଠାରେ କିମ୍ବା କୌଣସି ପରିଚିତ ବ୍ୟକ୍ତିଙ୍କ ଠାରେ ଏହି ସବୁ ସଂକେତକୁ ଦେଖୁଛନ୍ତିି ଅଛନ୍ତି ତ,ତେବେ ଏହାକୁ କେବେ ବି ସାଧାରଣ ଭାବରେ ନିଅନ୍ତୁ ନାହିଁ।
ବର୍ତ୍ତମାନ ଭାରତରେ ୫ କୋଟିରୁ ଅଧିକ ଲୋକ ଏହି ‘ଡ଼ିପ୍ରେସନ୍ ବା ଅବସାଦଗ୍ରସ୍ତତା’ର ଶିକାର ହୋଇଛନ୍ତି। ଏଥିସହିତ ବର୍ଷ ୨୦୨୦ ମଧ୍ୟରେ ଏହା ସବୁଠାରୁ ବଡ଼ ରୋଗ ଭାବରେ ସାମ୍ନାକୁ ଆସିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି।
ଏମିତି ଜାଣନ୍ତୁ ଆପଣ ‘ଡ଼ିପ୍ରେସନ୍ ବାଅବସାଦଗ୍ରସ୍ତତା ’ର ଶିକାର ହୋଇଛନ୍ତି କି ନାହିଁ?
୧-ସାଧାରଣତଃ ବ୍ୟକ୍ତିକୁ ଯଦି ରାତିରେ ନିଦ ନ ଆସେ ବା ମଝିରେ ମଝିରେ ତାହାଙ୍କ ନିଦଟି ଭାଙ୍ଗିଯାଏ ,ତେବେ ଏହା ଡ଼ିପ୍ରେସନ୍ର ସଂକେତ ହୋଇଥାଏ।
୨-ଏତଦ୍ବ୍ୟତୀତ ଯଦି କୌଣସି ବ୍ୟକ୍ତି ପ୍ରାୟତଃ ଉଦାସ ରହୁଥାଏ,ତେବେ ଏହା ମଧ୍ୟ ଡ଼ିପ୍ରେସନ୍ର ଅନ୍ୟ ଏକ ସଂକେତ ହୋଇଥାଏ।
୩- ଯଦି କୌଣସି ବ୍ୟକ୍ତିଙ୍କୁ ଲମ୍ବା ସମୟ ଧରି ଭୋକ ଲାଗିନଥାଏ କିମ୍ବା ବହୁତ ଥର ଭୋକ ଲାଗୁଥାଏ,ତେବେ ଏହା ବି ମଧ୍ୟ ଏହି ରୋଗର ଅନ୍ୟ ଏକ ଲକ୍ଷଣ ହୋଇଥାଏ।
୪- ବ୍ୟକ୍ତି ମଧ୍ୟରେ ବାରମ୍ବାର ନକାରାତ୍ମକ ଭାବନା ଆସିବା ମଧ୍ୟ ଏହି ରୋଗର ଅନ୍ୟ ଏକ ଲକ୍ଷଣ ଅଟେ।
୫-ଏତଦ୍ବ୍ୟତୀତ ବ୍ୟକ୍ତିର କୌଣସି କଥାରେ ଧ୍ୟାନ ନ ଲାଗିବା ବା ଛୋଟ-ଛୋଟ କଥାଟିକୁ ମନେ ରଖିନପାରିବା ଏହାର ଅନ୍ୟ ଏକ ଲକ୍ଷଣ ହୋଇଥାଏ।
୬- କୌଣସି ସମାଧାନରେ ପହଞ୍ଚବାରେ ଅସମର୍ଥ ହେବା ବି ବ୍ୟକ୍ତିର ଡ଼ିପ୍ରେସନ୍ର କାରଣ ହୋଇଥାଏ।
୭-ଏହାସହିତ ବ୍ୟକ୍ତି ପରିଷ୍କାର ଓ ପରିଚ୍ଛନତା ଉପରେ ଧ୍ୟାନ ନ ଦେବା ବି ବ୍ୟକ୍ତି ଜଣକ ଡ଼ିପ୍ରେସନ୍ ବା ଅବସାଦଗ୍ରସ୍ତ ଅଛନ୍ତି ବୋଲି ସୂଚନା ଦେଇଥାଏ।
୮-ଅଧିକ ମାତ୍ରାରେ ମାଦକଦ୍ରବ୍ୟର ସେବନ କରିବା ମଧ୍ୟ ବ୍ୟକ୍ତି ଡ଼ିପ୍ରେସନ୍ରେ ରହିଛନ୍ତି ବୋଲି ସୂଚନା ଦେଇଥାଏ।
୯-ଆଉ ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଲମ୍ବା ସମୟ ଧରି ବିନ୍ଧୁଥାଏ,ତେବେ ଜାଣନ୍ତୁ ଯେ ସେ ଅବସାଦଗ୍ରସ୍ତ ଅଛନ୍ତି।
୧୦-ଏଥିସହିତ ଯଦି ଆପଣଙ୍କୁ କଥା କଥାରେ ହିଁ ରାଗ ଲାଗୁଛି,ତାହାଲେ ଜାଣନ୍ତୁ କି ଆପଣ ମଧ୍ୟ ଏହି ରୋଗର ଶିକାର ହୋଇସାରିଛନ୍ତିି।
ଆସନ୍ତୁ ଜାଣିବା ଡ଼ିପ୍ରେସନ୍ ବା ଅବସାଦରୁ ମୁକ୍ତି ପାଇବାର ଉପାୟ:
୧-ଆପଣଙ୍କୁ ଯଦି ଲାଗୁଛି କି ଆପଣ ବି ଅବସାଦଗ୍ରସ୍ତତାର ଶିକାର ହୋଇଛନ୍ତି,ତେବେ ଯଥାସମ୍ଭବ ଏକୁଟିଆ ରହିବା ଠାରୁ ଦୂରେଇ ରୁହନ୍ତୁ।
୨-ଏଥିସହିତ ଆପଣ ଯୋଗ ଏବଂ ଧ୍ୟାନର ସହାଯୋଗ ନିଅନ୍ତୁ।
୩-ଆପଣ ଅବସାଦଗ୍ରସ୍ତତାରୁ ମୁକୁଳିବା ପାଇଁ କୌଣସି ଏକ କାଉନ୍ସିଲର୍ଙ୍କର ମଧ୍ୟ ସହାୟତା ନେଇପାରନ୍ତି।
୪-ତେବେ ନିଜକୁ ମଧ୍ୟ କୌଣସି ଏକ କାର୍ଯ୍ୟରେ ଲଗାଇ ରଖନ୍ତୁ। ଏହାଦ୍ୱାରା ଆପଣ ଏଥିରୁ ମୁକୁଳିପାରିବେ।
୫-ଏହା ସହିତ ଆପଣ ନିଜ ମନର କଥାକୁ କାହାରିକୁ ହେଉନା କାହିଁକି ପଛକେ ସେୟାର୍ କରନ୍ତୁ।