ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ଖାଦ୍ୟକୁ ନେଇ ବେଶି ବେଶି ସଚେତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଖାଇଥାଉ। ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।

Advertisment

ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ ଦେହ ପାଇଁ ଦରକାରୀ। ମାତ୍ର ଜାଣିରଖନ୍ତୁ ଯେ ଅଣ୍ଡା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ମଧ୍ୟ ବଢ଼ିଥାଏ। ତେଣୁ ପରିମାଣ ଭିତରେ ଅଣ୍ଡା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

କଙ୍କଡ଼ା ଅଧିକାଂଶ ଲୋକଙ୍କର ପ୍ରିୟ ଆମୀଷ ଖାଦ୍ୟ ହୋଇଥାଏ। ମାତ୍ର ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ କଙ୍କଡ଼ା ଖାଇବା ଦ୍ୱାରା ଶରୀରରେ ମୋଟାପା ବଢ଼ିଥାଏ।

କଫି ପିଇବା ଆଜିକାଲି ସମସ୍ତଙ୍କର ପ୍ରାୟ ଏକ ସଉକ। ମାତ୍ର ଡାକ୍ତମରମାନେ ପରାମର୍ଶ କରିଛନ୍ତି ଯେ କଫି ପିଇବା ସମୟରେ ଲେମ୍ବୁ ଚା’ ପିଇବା ଅଭ୍ୟାସ କରନ୍ତୁ। ଲେମ୍ବୁ ଚା’ ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ।

ଚକ୍‌ଲେଟ୍‌ରେ ଜଣାପଡୁନଥିଲେ ବି ପ୍ରବଳ ଫ୍ୟାଟ୍‌ ରହିଥାଏ। ଆପଣ ଯଦି ନିଜର ଓଜନ ହ୍ରାସ କରିବା ଲକ୍ଷରେ ଅଛନ୍ତି ତାହାଲେ ଆଦୌ ଚକ୍‌ଲେଟ୍‌ ଖାଆନ୍ତୁ ନାହିଁ।