ଆମକୁ ପିଲାଦିନରୁ ଶିଖାଯାଏ କି ଗୁରୁଜନମାନଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ଛୋଟମାନଙ୍କୁ ସ୍ନେହ କରିବା ଦରକାର । ସମସ୍ତଙ୍କ ସହ ନମ୍ରତାର ସହିତ କଥାବାର୍ତ୍ତା କରିବା ଉଚିତ୍‌ । ଫଳରେ ସଂପର୍କ ଉତ୍ତମ ରହିଥାଏ । କିନ୍ତୁ ଏ ପ୍ରସଙ୍ଗରେ ଧାର୍ମିକ ଗ୍ରନ୍ଥ ଗରୁଡ଼ ପୁରାଣରେ ଅଲଗା କିଛି ଲେଖା ହୋଇଛି ।

Advertisment

ଗରୁଡ଼ ପୁରାଣ ଅନୁସାରେ ଏପରି କିଛି ଲୋକ ଅଛନ୍ତି, ଯାହାଙ୍କ ସହିତ ଆମେ ନମ୍ରତାର ସହିତ କଥାବାର୍ତ୍ତା ହେବା ଉଚିତ୍‌ ନୁହେଁ । ଏଥିରେ ବର୍ଣ୍ଣିତ ଏକ ଶ୍ଲୋକ ଅନୁସାରେ ଜଣଙ୍କୁୁ ୩ ଧରଣର ବ୍ୟକ୍ତିଙ୍କ ସହ ନମ୍ରତାର ସହିତ କଥାବାର୍ତ୍ତା ହେବା ଉଚିତ୍‌ ନୁହେଁ । ପ୍ରଥମତଃ ଯାହାର ଆଚରଣ ଖରାପ ଅଟେ, ସେଭଳି ବ୍ୟକ୍ତି ସହିତ ନମ୍ର ଭାବେ କଥା ହେବା ଅନୁଚିତ। ଆପଣ ଜଣେ ଖରାପ ବ୍ୟକ୍ତି ସହିତ ଭଲ ବ୍ୟବହାର କରିବେ, କିନ୍ତୁ ଆଶା ରଖିବେନି ଯେ ସେ ଆପଣଙ୍କ ସହିତ ଭଲ ବ୍ୟବହାର କରିବ । ବରଂ ସେମାନେ ଆପଣଙ୍କ ଭଲ ହେବାର ଲାଭ ଉଠାଇବେ । ଯଦି ଆପଣ ଶେଷରେ କିଛି ପାଇବେ , ତ’ହେଲା ଧୋକା । ସେଥିପାଇଁ ଏପରି ଲୋକଙ୍କ ସହ ଠିକ୍‌ ସେହିପରି ବ୍ୟବହାର କରିବା ଉଚିତ୍‌, ଯେଉଁଥିପାଇଁ ସେମାନେ ହକ୍‌ଦାର ।

ଦୁର୍ଜନଙ୍କ ସହିତ ଭଲରେ ବ୍ୟବହାର କଲେ ସେମାନେ ଆପଣଙ୍କୁ ବୋକା ଭାବିବେ। ଭଲ ଭାବରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ତାଙ୍କ ହିସାବରେ ଦୁର୍ବଳ ବୋଲି ସେ ମନେ କରିବେ । ସେଥିପାଇଁ କୌଣସି ମୂହୁର୍ତ୍ତରେ ସେମାନେ ଆପଣଙ୍କୁ ଧୋକା ଦେବେ । ଯଦି ଆପଣ ତାଙ୍କ ଠାରୁ କିଛି କାମ ଆଦାୟ କରିବାକୁ ଚାହୁଁଛନ୍ତି, ତା’ହେଲେ ଅତ୍ୟନ୍ତ ଦୃଢତାର ସହ କଥା ହୁଅନ୍ତୁ।

ଘରର ସହାୟକ କିମ୍ବା କାର୍ମକ୍ଷେତ୍ରର ଅଧସ୍ତନ କର୍ମଚାରୀ, ଏମାନେ ସବୁ ନିଜ କାମ ଜାଣିଥାଆନ୍ତି ଏବଂ ସବୁଦିନ ପରି କାମ ମଧ୍ୟ କରନ୍ତି । କିନ୍ତୁ ଯେମିତି ଏମାନେ ଭୁଲ କରିବେନି କି ଠକିବେନି ସେଥିଲାଗି ଆପଣଙ୍କୁ ସଜାଗ ରହିବାକୁ ହେବ । ତାଙ୍କ ଉପରୁ ଧ୍ୟାନ ଚାଲିଗଲେ, ସେମାନେ ଠକିବା ଆରମ୍ଭ କରିଦେବେ । କଥାରେ ଅଛି ଢୋଲକୁ ମଧ୍ୟ ପୂରା ଶକ୍ତିର ସହ ଜୋର୍‌ରେ ବଜାଇଲେ ଏହା ଠିକ୍‌ ବାଜିଥାଏ ।

ଗରୁଡ଼ ପୁରାଣରେ କୁହାଯାଇଛି ସ୍ତ୍ରୀ, ଘରର ଝିଅବୋହୂଙ୍କୁ ନମ୍ରତାର ସହିତ କଥା ହେବା ଉଚିତ୍‌ । ଏମାନଙ୍କର ଭୁଲ୍‌କୁ ସୁଧାରିବା ଦରକାର, କିନ୍ତୁ ବଡ ପାଟିରେ କଥା ହେବା ଉଚିତ୍‌ ନୁହେଁ ।