publive-imageମେଷ: ବାପା ମାଆଙ୍କ ସହିତ ବସି ଘରର ରୂପରେଖ ତିଆରି କରିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ।

Advertisment

publive-imageବୃଷ: ଜୀବନରେ କିଛି ପରିବର୍ତ୍ତନ ଲାଗି ମାନସମନ୍ଥନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

publive-imageମିଥୁନ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

publive-imageକର୍କଟ: ଅର୍ଥ ମାମଲାରେ ଜୀବନସାଥୀଙ୍କୁ ସାହାଯ୍ୟ ଦରକାର ପଡ଼ିପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।

publive-imageସିଂହ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚାରିଆଡ଼େ ପ୍ରସାରିତ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ର କାମ ସଂପୂର୍ଣ୍ଣ କରିବା ପାଇଁ ବାପାଙ୍କର ସାହାଯ୍ୟ ନେବେ।

publive-imageକନ୍ୟା: କୌଣସି ପୁରୁଣା ବନ୍ଧୁ କଥା ମନେ ପଡ଼ିବ। ବ୍ୟବସାୟରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

publive-imageତୁଳା: ଅଫିସରେ ଅଧୁରା କାମ ସଂପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

publive-imageବିଛା: ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପ୍ରେମୀଯୁଗଳ ଭବିଷ୍ୟତ ନେଇ ଯୋଜନା କରିବେ।

publive-imageଧନୁ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନ ଭାବିଚିନ୍ତି କୌଣସି ମୀମାଂସା କରନ୍ତୁ ନାହିଁ। ଚାକିରିଜୀବୀଙ୍କର ଆୟ ବୃଦ୍ଧି ହେବ।

publive-imageମକର: ପ୍ରତ୍ୟେକ କାମରେ ସାବଧାନ ରହିବା ଦରକାର। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।

publive-image

କୁମ୍ଭ: ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦରକାର। ନିଜ ମନର କଥା କାହାରିକୁ ଜଣାନ୍ତୁ ନାହିଁ। ଛାତ୍ରଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବ।

publive-imageମୀନ: ଅଚାନକ ଧନଲାଭ ଯୋଗ ରହିଛି। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ।