ଦିନକୁ ଦିନ ବଦଳୁଛି ଜୀବନ, ଏହାରି ସହ ବଦଳୁଛି ଯୁବପିଢ଼ିଙ୍କର ନିତିଦିନିଆ ଜୀବନ | ବର୍ତ୍ତମାନ ଯୁବପିଢ଼ି ସ୍ମାର୍ଟଫୋନ୍ ପ୍ରେମରେ ପାଗଳ ହୋଇଥିବା ବେଳେ ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋବାଇଲ ହିଁ ବ୍ୟବହାର କରୁଛନ୍ତି । ସାରାଦିନ ଇ-ମେଲ, ଚାଟ୍, ସୋସିଆଲ ମିଡ଼ିଆ, ଗେମ୍, ଭିଡ଼ିଓ ଚାଟ୍ରେ ସମୟ ବିତୁଛି।
ଟେକ୍ନୋଲୋଜି ଜୀବନକୁ ଯେତିକି ସହଜ କରୁଛି, ଏହାର ଅତ୍ୟଧିକ ବ୍ୟବହାର ଜୀବନକୁ ସେମିତି ନିରସ ମଧ୍ୟ କରୁଛି । ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଆସୁଥିବା ଲଗାତର ନୋଟିଫିକେସନ ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିଥାଏ ।
ଯଦି ଫେସ୍ବୁକ୍, ହ୍ବାଟସ୍ଅପ୍ ଭଳି ସୋସିଆଲ ମିଡ଼ିଆର ନୋଟିଫିକେସନ୍କୁ ବାରମ୍ବାର ଦେଖୁଛନ୍ତି, ତେବେ ଏହି ଅଭ୍ୟାସ ଉପରେ ଲଗାମ ଲଗାଇବା ବହୁତ ଜରୁରୀ । ଦିନର ଏକ ନିଦ୍ଦିଷ୍ଟ ସମୟ ନିର୍ଣ୍ଣୟ କରି ଏସବୁ ନୋଟିଫିକେସନ୍ ପଢ଼ନ୍ତୁ। ମୋବାଇଲ୍ ଡାଟା ବି ବନ୍ଦ ରଖନ୍ତୁ। ଫଳରେ ନୋଟିଫିକେସନ୍ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ ।