ମହେନ୍ଦ୍ର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନିକାଲ ଷ୍ଟଡିଜ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ପିତାପଲ୍ଲୀସ୍ଥିତ କଲେଜ୍ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୫୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ.ସୁଭାଷ କୁମାର, ନିର୍ଦ୍ଦେଶକ ପ୍ରଫେସର୍‌ ଡ. ଏସ୍.ପି. ଦାସ ଓ ପ୍ରିନ୍ସିପାଲ ପ୍ରଫେସର୍‌ ବିନାୟକ ରଥ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଡିନ୍‌ ଡ. ପ୍ରକାଶ ଦାସ ଓ ପ୍ରଫେସର୍‌ କଳ୍ପନା ମହାନ୍ତି ଶିବିର ପରିଚାଳନା କରିଥିଲେ। ଶେଖର ଦାସ, ସତ୍ୟନାରାୟଣ ଦାସ, ସୁଶାନ୍ତ ଶତପଥୀ, ସୌମ୍ୟରଂଜନ ମହାନ୍ତି, ମନୋଜ ବଳିଆରସିଂହ ଓ ମିଟୁ ମହାନ୍ତି ସହଯୋଗ କରିଥିଲେ। କଲେଜର ସହକର୍ମୀ ଓ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଡ. ଯଶୋବନ୍ତ ନାରାୟଣ ଜେନା, ଶାରଦାକାନ୍ତ ଚୌଧୁରୀ, ବାବୁଲି ରଥ, ପ୍ରତାପ ସାହୁ ଓ ପ୍ରେମାନନ୍ଦ ପରିଚ୍ଛା ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରା‌ହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର