ରେଡ୍‌ମଡ ଗବେଷଣା ସଂସ୍ଥା ଓ କମ୍ପାନି ମଧ୍ୟରେ ଚୁକ୍ତି

ଭୁବନେଶ୍ବର: ରେଡ୍‌ମଡର ବିଭିନ୍ନ ଉପାଦାନ ଓ ବର୍ଜ୍ୟବସ୍ତୁ ବ୍ୟବହାର ନିମନ୍ତେ ଆଇଏମ୍‌ଏମ୍‌ଟିର ଭୁବନେଶ୍ବର ଗବେଷଣା କେନ୍ଦ୍ରରେ ବିଭିନ୍ନ କମ୍ପାନି ଓ ଗବେଷଣା ସଂସ୍ଥା ମଧ୍ୟରେ ଆଜି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବର ସିଏସ୍‌ଆଇଆର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିନେରାଲସ୍‌ ଆଣ୍ଡ୍‌ ମ୍ୟାଟେରିଆଲ୍‌ ଟେକ୍ନୋଲୋଜି, ଜାମ୍‌ସେଦପୁର ସିଏସ୍‌ଆଇଆର୍‌ ନ୍ୟାସନାଲ୍‌ ମେଟାଲୋଜିକାଲ ଲାବୋରେଟୋରି, ନାଗପୁର ଜବାହରଲାଲ୍‌ ନେହରୁ ଆଲୁମିନିୟମ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ ଡିଜାଇନ ସେଣ୍ଟର, ନାଲ୍‌କୋ ନ୍ୟାସନାଲ୍‌ ଆଲୁମିନିୟମ କମ୍ପାନି, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଏବଂ ବେଦାନ୍ତ ଲିମିଟେଡ୍‌ ଆଦି କମ୍ପାନି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି ଚୁକ୍ତି ଅବସରରେ ସିଏସ୍‌ଆଇଆର୍‌ ନିର୍ଦ୍ଦେଶକ ପ୍ରଫେସର ସୁଧସତ୍ତ୍ବ ବାସୁ, ଆଇଏମ୍‌ଏମ୍‌ଟି ରଣନୀତି ଯୋଜନା ଏବଂ ବ୍ୟବସାୟ ବିକାଶର ମୁଖ୍ୟ ଅଶୋକ କୁମାର ସାହୁ, ନାଲ୍‌କୋ ନିର୍ଦ୍ଦେଶକ(ପି ଆଣ୍ଡ୍‌ ଟି) ମାନସ ମିଶ୍ର, ଗବେଷଣା ଓ ବିକାଶ ଗ୍ରୁପ୍‌ ମହାପ୍ରବନ୍ଧକ ସୁବ୍ରତ କର, ବେଦାନ୍ତ ନିର୍ଦ୍ଦେଶକ (ବୈଷୟିକ) ରାକେଶ ମୋହନ, ବେଦାନ୍ତ ଲାଞ୍ଜିଗଡର ବକ୍ସସାଇଟ ଏବଂ ରେଡ୍‌ମଡ ପରିଚାଳନା ମୁଖ୍ୟ ରାଜନ ବାବୁ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିର ଅର୍ଧେନ୍ଦୁ ମହାପାତ୍ର, ହିଣ୍ଡାଲ୍‌କୋ ମହାପ୍ରବନ୍ଧକ ସୌଭାଗ୍ୟ କୁମାର ତ୍ରିପାଠୀ, ଜେଏନ୍‌ଏଆର୍‌ଡିଡିସିର ବୈଜ୍ଞାନିକ ଉପେନ୍ଦ୍ର କୁମାର ସିଂ ଏବଂ ସିଏସ୍‌ଆଇଆର୍‌-ଏନ୍‌ଏମ୍‌ଏଲ୍‌ ଆର୍‌ଡିପିଡି ସୁଧାକର ରାଓ ଏହି ଚୁକ୍ତି ସ୍ବାକ୍ଷର ବେଳେ ଉପସ୍ଥିତ ଥିଲେ।

ସୂଚନାନୁସାରେ ବକ୍ସାଇଟ୍‌ରୁ ଆଲୁମିନିୟମ ନିସ୍କାସନ କରିବା ସମୟରେ ବକ୍ସାଇଟ ରେସିଡ୍ୟୁ ବା ରେଡ୍‌ମଡ ବାହାରିଥାଏ। ଭାରତ ଆଲୁମିନିୟମ ପ୍ରସ୍ତୁତି କ୍ଷେତ୍ରରେ ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ। ମାତ୍ର ରେଡ୍‌ମଡ ସଦୁପଯୋଗ ଓ ଷ୍ଟୋରେଜ୍‌ ବ୍ୟବସ୍ଥା ହୋଇ ପାରିନାହିଁ। ନୀତି ଆୟୋଗର ସୁପାରିଶ ଅନୁଯାୟୀ ଏବେ ଏହି ରେଡ୍‌ମଡର ସଦୁପଯୋଗ ନିମନ୍ତେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର