ସ୍ବାଇପ୍‌ ମେସିନ୍‌ ଚୋରି ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଲୁଇସ୍‌ ରୋଡ଼୍‌ରେ ଥିବା ଏକ ବାର୍‌ରୁ ସ୍ବାଇପ୍‌ ମେସିନ୍‌ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ସେହି ଥାନା ଅଧୀନ ଶ୍ରୀରାମ ନଗରର ଦେବାଶିଷ ସାମନ୍ତରାୟ(୨୬) ଓ ବଡ଼ଗଡ଼ ଥାନା ଅଧୀନ ରତ୍ନାକର ବାଗ୍‌ର ପ୍ରତୀକ ଦାସ(୨୩)।

ପୁଲିସ ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ଲୁଇସ୍‌ ରୋଡ୍‌ରେ ଥିବା ବାର୍‌କୁ ଦେବାଶିଷ ଓ ପ୍ରତୀକ ଆସି ଏକ ସ୍ବାଇପ୍ ମେସିନକୁ ଗାମୁଛାରେ ଲୁଚାଇ ନେଇ ଯାଇଥିଲେ। ମ୍ୟାନେଜର ଦିଲ୍ଲୀପ କୁମାର ପ୍ରଧାନ ସିସିଟିଭିରେ ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର