ବାରଙ୍ଗ: ନନ୍ଦନକାନନ ଶାଗୁଣା ପ୍ରଜନନ କେନ୍ଦ୍ରରେ ଶାଗୁଣା ପ୍ରଜନନ ଯୋଜନା ସଫଳ ହୋଇଥିବା କୁହାଯାଉଛି। ପ୍ରଥମ ଛୁଆ ଆଣ୍ଡାରୁ ବାହାରିବାକୁ ଯାଉଥିବା ନନ୍ଦନକାନନ ସୂତ୍ରରୁ ଜଣାପଡ଼ିଛି। ବୁଧବାର ଅପରାହ୍ଣ ୪ଟାରେ ଅଣ୍ଡାଟି ଫାଟିଥିବା ଦେଖାଯାଇଥିଲେ ମଧ୍ୟ ଛୁ୍ଆ ବାହାରି ନଥିଲା। ଛୁଆଟିକୁ ବାହାର କରିବାକୁ ମା’ ଶାଗୁଣା ଅତି ଯତ୍ନର ସହିତ ଅଣ୍ଡାଟିକୁ ଗଡ଼ାଉଥିବା ସିସିଟିଭି ଚିତ୍ରରୁ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଛୁଆ ବାହାରି ନଥିବା ଜଣାପଡ଼ିଛି। ଛୁଆଟି ପଦାକୁ ବାହାରିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶାଗୁଣା ପ୍ରଜନନ ସଫଳ ହେବ। ସୂଚନାଯୋଗ୍ୟ ଯେ ୧୯୯୯ ମହାବାତ୍ୟା ପରେ ଓଡ଼ିଶାରେ ଶାଗୁଣାମାନଙ୍କୁ ଦେଖାଯାଉ ନଥିଲା। ନନ୍ଦନକାନନ କର୍ତୃପକ୍ଷ ସେମାନଙ୍କ ବଂଶ ବୃଦ୍ଧି ଲାଗି ୨୦୧୮ ନଭେମ୍ବର ୨୭ ତାରିଖରେ ଗୋୱାଲିଅର୍ରୁ ୬ ହଳ ଲମ୍ବା ବେକ ଶାଗୁଣା ଆଣି ପ୍ରଜନନ କେନ୍ଦ୍ରରେ ରଖିଥିଲେ। ସେମାନଙ୍କ ମଧ୍ୟରୁ ମାଈ କେ ୪୨ ଓ ପୁରୁଷ କେ ୪୬ର ମିଳନରୁ ଗତ ଜାନୁଆରି ୨ ତାରିଖରେ ପ୍ରଥମ ଅଣ୍ତା ଦେଇଥିଲା। ଅଣ୍ଡା ଦେବାର ୫୦ରୁ ୬୦ ଦିନ ଭିତରେ ଛୁଆ ବାହରି ଥା’ନ୍ତି। ତେବେ ନନ୍ଦନକାନନରେ ୫୬ ଦିନରେ ଅଣ୍ତା ଫାଟିଛି। ହେଲେ ଛୁଆ ବାହରି ନାହିଁ। ତେବେ ସିସିଟିଭି ମାଧ୍ୟମରେ ଅଣ୍ଡା ଓ ମା’ ଶାଗୁଣା ଉପରେ ନଜର ରଖାଯାଇଥିବା ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି।
ଅଣ୍ଡାରୁ ବାହାରିବ ଶାଗୁଣା ଛୁଆ
/sambad/media/post_attachments/wp-content/uploads/2019/03/Untitled-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)